‘ବନ୍ଦେ ଭାରତ ଟ୍ରେନ’ ଥିମରେ ଖୋଲିଲା ରେଷ୍ଟୁରାଣ୍ଟ, ଟ୍ରେନ ପରି ରହିଛି ଭିତରର ଦୃଶ୍ୟ

ସୁରଟ,୨୩।୧୨: ଆଧୁନିକ ଶୈଳୀରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଆପଣ ଯାତ୍ରାର ଅନୁଭବ କରିସାରିଛନ୍ତି। ହେଲେ ରେଷ୍ଟୁରାଣ୍ଟ! ଆମେ ଆପଣଙ୍କୁ ଟ୍ରେନ ଭିତରେ ହୋଇଥିବା କୌଣସି ରେଷ୍ଟୁରାଣ୍ଟ କଥା କହୁନାହୁଁ। ଗୁଜୁରାଟର ସୁରଟରେ ବନ୍ଦେ ଭାରତ ଟ୍ରେନର ଥିମରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି। ତେବେ ରେଷ୍ଟୁରାଣ୍ଟରେ ଦିଆଯାଉଥିବା ସେବା ଓ ବିଭିନ୍ନ ଡେକୋରମକୁ ନେଇ ରେଷ୍ଟୁରାଣ୍ଟଟି ଏବେ ଲୋକପ୍ରିୟ ହେବାରେ ଲାଗିଛି। ଖାଦ୍ୟପ୍ରେମୀଙ୍କ ଏଠାରେ ଭିଡ ଜମିବାରେ ଲାଗିଛି। ଭାରତୀୟ ଭାସ୍କର୍ଯ୍ୟ ଏବଂ ବନ୍ଦେ ଭାରତ ଟ୍ରେନ-ଥିମ ସାଜସଜ୍ଜା ସହିତ ଭିତର ଇଣ୍ଟେରିୟକୁ ବିଭିନ୍ନ ରଙ୍ଗରେ ସଜାଯାଇ ବାସ୍ତବ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଛି।

 

View this post on Instagram

 

A post shared by Chatora Ankit (@chatoraankit)

ବନ୍ଦେ ଭାରତ ଟ୍ରେନ ଥିମରେ ସଜ୍ଜା ହୋଇଥିବା ରେଷ୍ଟୁରାଣ୍ଟର ନାମ ହେଉଛି ‘ଲା ପିଜା ଟ୍ରେନୋ’, ଯାହାର ଅର୍ଥ ହିନ୍ଦୀରେ ‘ପିଜା ଟ୍ରେନ’। ରେଷ୍ଟୁରାଣ୍ଟର ଭିତର ଦୃଶ୍ୟ ପୁରା ଟ୍ରେନର କୋଚ ପରି। ଏଠାରେ ଖାଦ୍ୟ ଖାଇବା ସହ ଟ୍ରେନ ଯାତ୍ରାର ଅନୁଭବ ମଧ୍ୟ କରିପାରିବେ।
ବନ୍ଦେ ଭାରତ ଟ୍ରେନରେ ଥିବା ସମାନ ରଙ୍ଗ ଏଥିରେ ବ୍ୟବହୃତ ହୋଇଛି। ଟ୍ରେନ କୋଚ ପରି ଭିତରର ଟେବୁଲ ଚେୟାର ସହ ବନ୍ଦେ ଭାରତ ପରି ସମ୍ମୁଖ ଭାଗ ଇଞ୍ଜିନ ମଧ୍ୟ ଡିଜାଇନ ହୋଇଛି।
ଭାଇରାଲ ଭିଡିଓ ଅନୁଯାୟୀ, ରେଷ୍ଟୁରାଣ୍ଟରେ ଦୁଇ ପ୍ରକାରର ସୁପ, ସାତ ପ୍ରକାରର ଚାଟ, ୧୦ ପ୍ରକାର କୋଲ୍ଡ ସାଲାଡ, ଦୁଇ ପ୍ରକାର ଗାର୍ଲିକ ବ୍ରେଡ ଏବଂ ତିନି ପ୍ରକାରର ପିଜା ସହିତ ବିଭିନ୍ନ ପ୍ରକାରେ ଖାଦ୍ୟ ମଧ୍ୟ ପରିବେଷଣ ହେଉଛି। ଏହା ବ୍ୟତୀତ ସେମାନେ ଦକ୍ଷିଣ ଭାରତୀୟ ଏବଂ ପଞ୍ଜାବୀ ଖାଦ୍ୟ ମଧ୍ୟ ରଖିଛନ୍ତି। ମଧ୍ୟାହ୍ନ ଭୋଜନ ଆପଣଙ୍କୁ ୨୬୯ ଟଙ୍କା ଏବଂ ରାତ୍ରୀ ଭୋଜନ ପାଇଁ ୨୮୯ ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri