‘ବନ୍ଦେ ଭାରତ ଟ୍ରେନ’ ଥିମରେ ଖୋଲିଲା ରେଷ୍ଟୁରାଣ୍ଟ, ଟ୍ରେନ ପରି ରହିଛି ଭିତରର ଦୃଶ୍ୟ

ସୁରଟ,୨୩।୧୨: ଆଧୁନିକ ଶୈଳୀରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଆପଣ ଯାତ୍ରାର ଅନୁଭବ କରିସାରିଛନ୍ତି। ହେଲେ ରେଷ୍ଟୁରାଣ୍ଟ! ଆମେ ଆପଣଙ୍କୁ ଟ୍ରେନ ଭିତରେ ହୋଇଥିବା କୌଣସି ରେଷ୍ଟୁରାଣ୍ଟ କଥା କହୁନାହୁଁ। ଗୁଜୁରାଟର ସୁରଟରେ ବନ୍ଦେ ଭାରତ ଟ୍ରେନର ଥିମରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି। ତେବେ ରେଷ୍ଟୁରାଣ୍ଟରେ ଦିଆଯାଉଥିବା ସେବା ଓ ବିଭିନ୍ନ ଡେକୋରମକୁ ନେଇ ରେଷ୍ଟୁରାଣ୍ଟଟି ଏବେ ଲୋକପ୍ରିୟ ହେବାରେ ଲାଗିଛି। ଖାଦ୍ୟପ୍ରେମୀଙ୍କ ଏଠାରେ ଭିଡ ଜମିବାରେ ଲାଗିଛି। ଭାରତୀୟ ଭାସ୍କର୍ଯ୍ୟ ଏବଂ ବନ୍ଦେ ଭାରତ ଟ୍ରେନ-ଥିମ ସାଜସଜ୍ଜା ସହିତ ଭିତର ଇଣ୍ଟେରିୟକୁ ବିଭିନ୍ନ ରଙ୍ଗରେ ସଜାଯାଇ ବାସ୍ତବ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଛି।

 

View this post on Instagram

 

A post shared by Chatora Ankit (@chatoraankit)

ବନ୍ଦେ ଭାରତ ଟ୍ରେନ ଥିମରେ ସଜ୍ଜା ହୋଇଥିବା ରେଷ୍ଟୁରାଣ୍ଟର ନାମ ହେଉଛି ‘ଲା ପିଜା ଟ୍ରେନୋ’, ଯାହାର ଅର୍ଥ ହିନ୍ଦୀରେ ‘ପିଜା ଟ୍ରେନ’। ରେଷ୍ଟୁରାଣ୍ଟର ଭିତର ଦୃଶ୍ୟ ପୁରା ଟ୍ରେନର କୋଚ ପରି। ଏଠାରେ ଖାଦ୍ୟ ଖାଇବା ସହ ଟ୍ରେନ ଯାତ୍ରାର ଅନୁଭବ ମଧ୍ୟ କରିପାରିବେ।
ବନ୍ଦେ ଭାରତ ଟ୍ରେନରେ ଥିବା ସମାନ ରଙ୍ଗ ଏଥିରେ ବ୍ୟବହୃତ ହୋଇଛି। ଟ୍ରେନ କୋଚ ପରି ଭିତରର ଟେବୁଲ ଚେୟାର ସହ ବନ୍ଦେ ଭାରତ ପରି ସମ୍ମୁଖ ଭାଗ ଇଞ୍ଜିନ ମଧ୍ୟ ଡିଜାଇନ ହୋଇଛି।
ଭାଇରାଲ ଭିଡିଓ ଅନୁଯାୟୀ, ରେଷ୍ଟୁରାଣ୍ଟରେ ଦୁଇ ପ୍ରକାରର ସୁପ, ସାତ ପ୍ରକାରର ଚାଟ, ୧୦ ପ୍ରକାର କୋଲ୍ଡ ସାଲାଡ, ଦୁଇ ପ୍ରକାର ଗାର୍ଲିକ ବ୍ରେଡ ଏବଂ ତିନି ପ୍ରକାରର ପିଜା ସହିତ ବିଭିନ୍ନ ପ୍ରକାରେ ଖାଦ୍ୟ ମଧ୍ୟ ପରିବେଷଣ ହେଉଛି। ଏହା ବ୍ୟତୀତ ସେମାନେ ଦକ୍ଷିଣ ଭାରତୀୟ ଏବଂ ପଞ୍ଜାବୀ ଖାଦ୍ୟ ମଧ୍ୟ ରଖିଛନ୍ତି। ମଧ୍ୟାହ୍ନ ଭୋଜନ ଆପଣଙ୍କୁ ୨୬୯ ଟଙ୍କା ଏବଂ ରାତ୍ରୀ ଭୋଜନ ପାଇଁ ୨୮୯ ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri