Posted inଫୁରସତ

ଅଗଷ୍ଟ ମାସରେ ସଜେଇ ହୁଏ ଉତ୍ତରାଖଣ୍ଡସ୍ଥିତ ଫୁଲର ଘାଟି…

ଉତ୍ତରାଖଣ୍ଡସ୍ଥିତ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ ପାର୍କଟି ଜୁଲାଇ, ଅଗଷ୍ଟ ମାସ ବେଳକୁ ସତେ ଯେମିତି ନୂଆ ଜୀବନ ପାଇଲା ପରି ଲାଗେ। କାରଣ ଏହି ମାସରେ ଏଠାରେ ବିଭିନ୍ନ କିସମର ରଙ୍ଗବେରଙ୍ଗର ଫୁଲ ଫୁଟି ପାର୍କଟିକୁ ଖୁବ୍‌ ଆକର୍ଷଣୀୟ ଭାବେ ସଜେଇ ଦେଇଥାଏ। ଏହି ଦୃଶ୍ୟକୁ ଦେଖିଲେ ଲାଗେ ସତେଯେମିତି ପାର୍କ ଭିତରେ କେହି ମଖମଲିଆ କାର୍ପେଟ୍‌ ବିଛେଇ ଦେଇଛି…

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟିର ସନ୍ଧାନ ପ୍ରଥମେ ବ୍ରିଟିଶ ପର୍ବତାରୋହୀ ଫ୍ରାଙ୍କ ଏସ୍‌.ସ୍ମିଥ୍‌ ଏବଂ ତାଙ୍କ ସାଥୀ ଏରିକ୍‌ ଶିପ୍‌ଟନ୍‌ ଓ ଆର୍‌.ଏଲ୍‌.ହୋଲ୍ଡସ୍‌ଓ୍ବର୍ଥ ୧୯୩୧ ମସିହାରେ କରିଥିଲେ। ସେତେବେଳେ ଏହି ସ୍ଥାନଟି ଖୁବ୍‌ ସୁନ୍ଦର ଫୁଲରେ ଭର୍ତ୍ତି ହୋଇ ରହିଥିଲା। ଏଠାକାର ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ଏହାର ନାମ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ଦେଲେ। ପରବର୍ତ୍ତୀ ସମୟରେ ଫ୍ରାଙ୍କ ସ୍ମିଥ୍‌ ଏହି ନାଁକୁ ନେଇ ଏକ ପୁସ୍ତକ ମଧ୍ୟ ପ୍ରକାଶିତ କରିଥିଲେ। ସେବେଠାରୁ ଏହି ସ୍ଥାନଟି ପ୍ରକୃତିପ୍ରେମୀ ତଥା ଫୁଲପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି।

କ’ଣ ଦେଖିବେ
ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ୍‌ ପାର୍କ ଯାହାକୁ କେହି କେହି କେବଳ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ବୋଲି ମଧ୍ୟ କହିଥାନ୍ତି। କୁହାଯାଏ, ସମୁଦ୍ରପତ୍ତନଠାରୁ ପ୍ରାୟ ୩୩୫୨ରୁ ୩୬୫୮ ମିଟର ଉଚ୍ଚତାରେ ଥିବା ଏହି ଫୁଲର ଘାଟିଟି ପ୍ରାୟ ୮୭.୫୦ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଛି। ତା’ଛଡ଼ା ଏହି ଘାଟିକୁ ଲାଗି ନନ୍ଦାଦେବୀ ଜାତୀୟ ଉଦ୍ୟାନ ମଧ୍ୟ ରହିଛି; ଯାହା କି ନନ୍ଦାଦେବୀ ନ୍ୟାଶନାଲ୍‌ ବାୟୋସ୍ଫିୟର୍‌ ରିଜର୍ଭ ଭାବେ ମଧ୍ୟ ଜଣାଶୁଣା। ସୂଚନାନୁଯାୟୀ, ଭ୍ୟାଲି ଅଫ୍‌ ଫ୍ଲାଓ୍ବାର ନ୍ୟାଶନାଲ୍‌ ପାର୍କରେ ପ୍ରାୟ ୫୦୦ ପ୍ରଜାତିର ଖୁବ୍‌ ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ। ତନ୍ମଧ୍ୟରୁ ଅର୍କିଡ୍‌, ପପି(ଏକପ୍ରକାର ବଡ଼ ଲାଲ୍‌ ଫୁଲ), ପ୍ରିମୁଲା(ବିଭିନ୍ନ ରଙ୍ଗର ପୁଷ୍ପଯୁକ୍ତ ଚିରସ୍ଥାୟୀ ଉଦ୍ଭିଦ), ଗେଣ୍ଡୁଫୁଲ, ଡାଏସି (ହଳଦିଆ କେଶର ଓ ଧଳା ପାଖୁଡା ଥିବା ଛୋଟ ଫୁଲ), ଆନେମୋନ୍ସ(ଧଳା ବା ନାଲି ବା ନୀଳଲୋହିତ ରଙ୍ଗର ଫୁଲବିଶିଷ୍ଟ ଉଦ୍ଭିଦ) ଇତ୍ୟାଦି ଖୁବ୍‌ ଲୋକପ୍ରିୟ। ତା’ଛଡ଼ା କୁହାଯାଏ, ସେପ୍ଟେମ୍ବର ମାସରେ ଏଠାରେ କୁଆଡ଼େ ବ୍ରହ୍ମ କମଳ ବି ଫୁଟିଥାଏ। ତେବେ କେବଳ ଫୁଲ ନୁହେଁ ଏଠାରେ ବହୁ ବିରଳ ପ୍ରଜାତିର ପଶୁ ଏବଂ ପକ୍ଷୀ ମଧ୍ୟ ଦେଖାଯାଇଥାନ୍ତି ଯେମିତିକି ଏସିଆ ମହାଦେଶର କଳା ଭାଲୁ, ସ୍ନୋ ଲିଓପାର୍ଡ, କସ୍ତୁରୀ ମୃଗ, ମାଟିଆ ରଙ୍ଗର ଭାଲୁ, ନାଲି ରଙ୍ଗର କୋକିଶିଆଳି, ନୀଳ ରଙ୍ଗର ମେଣ୍ଢା ଇତ୍ୟାଦି ପଶୁ ଏବଂ ହିମାଳୟାନ୍‌ ମୋନାଲ୍‌ ନାମକ ଏକ ପକ୍ଷୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୧୩ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ବି ଏଠାରେ ରହିଛନ୍ତି। ସେହିପରି ବହୁ ବିରଳ ତଥା ନାମୀଦାମୀ ଔଷଧୀୟ ବୃକ୍ଷର ସନ୍ଧାନ ବି ଏଠାରୁ ମିଳିଥାଏ। ଖାସ୍‌ ଏହିସବୁ ଦୃଷ୍ଟିକୋଣରୁ ୧୯୮୦ରେ ଏହାକୁ ଜାତୀୟ ଉଦ୍ୟାନ ଏବଂ ୨୦୦୪ରେ ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିିଛି।

କେବେ ଯିବେ
କୁହାଯାଏ, ଏହି ପାର୍କକୁ ବୁଲିଯିବା ପାଇଁ ଜୁନ୍‌ରୁ ସେପ୍ଟେମ୍ବର ମାସ ହେଉଛି ଭଲ ସମୟ। କାରଣ ବାକି ସମୟରେ ଏହି ସ୍ଥାନ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ। ଜୁନ୍‌ ମାସ ବେଳକୁ ଏଠି ବରଫ ତରଳିବାକୁ ଆରମ୍ଭ କରିଥାଏ। ତେଣୁ ଏହି ସମୟରେ ଗଲେ ହିମବାହ ଦେଖିବାର ସୁଯୋଗ ମିଳିଥାଏ। କିନ୍ତୁ ଜୁଲାଇରୁ ଅଗଷ୍ଟ ଭିତରେ ଏଠାରେ ଜାତିଜାତିକା ଫୁଲ ଫୁଟି ପୂରା ପାର୍କଟିକୁ ଭର୍ତ୍ତି କରି ଦେଇଥାଏ। ସେପ୍ଟେମ୍ବର ମାସରେ ବି ଏଠି ବ୍ରହ୍ମ କମଳ ବ୍ୟତୀତ ଆଉ କିଛି କିଛି ଫୁଲ ବି ଫୁଟୁଥିବାର ଦେଖାଯାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଜୋସିମଠ ହେଉଛି ଏହାର ନିକଟବର୍ତ୍ତୀ ଟାଉନ୍‌। ସେଠାରୁ କିଛି କି.ମି. ଟ୍ରେକିଂ କରି ଗଲେ ଭାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ୍‌ ପାର୍କରେ ପହଞ୍ଚତ୍ହେବ। ଜୋସିମଠଠାରୁ ପ୍ରାୟ ୨୭୦ କି.ମି. ଦୂରରେ ରହିଛି ହରିଦ୍ୱାର। ପର୍ଯ୍ୟଟକ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ହରିଦ୍ୱାର ଯାଇ ସେଠାରୁ ବସ୍‌ରେ ଗୋବିନ୍ଦଘାଟ ଯିବେ। ଗୋବିନ୍ଦଘାଟଠାରୁ ପ୍ରାୟ ୨୪ କି.ମି. ଦୂରରେ ରହିଛି ଆଉ ଏକ ପର୍ଯ୍ୟଟନସ୍ଥଳୀ ବଦ୍ରିନାଥ। ତା’ଛଡ଼ା ଦିଲ୍ଲୀରୁ ଗୋବିନ୍ଦଘାଟ ଯିବା ପାଇଁ ସିଧାସଳଖ ଗମନାଗମନ ବ୍ୟବସ୍ଥା ମଧ୍ୟ ରହିଛି। ଆଉ ଗୋବିନ୍ଦଘାଟରୁ ମାତ୍ର ଘଣ୍ଟାକର ରାସ୍ତା ଅତିକ୍ରମ କରିଗଲେ ପଡିଥାଏ ଜୋସିମଠ।

ଜାଣିବା କଥା
ପର୍ଯ୍ୟଟନ ଋତୁ ସମୟରେ ପର୍ଯ୍ୟଟକଙ୍କ ନିମନ୍ତେ ଏହି ପାର୍କ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ରହିଥାଏ। ସନ୍ଧ୍ୟା ପରେ ଏଠି ରହିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଏ ନାହିଁ। ତା’ଛଡ଼ା ପାର୍କ ଭିତରକୁ ପ୍ରବେଶ କରିବା ପାଇଁ ଏଣ୍ଟ୍ରି ଟିକେଟ୍‌ ମଧ୍ୟ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri