Posted inଫୁରସତ

Valentine’s Day Special: ତୁ ମୋ ଭାଲେଣ୍ଟାଇନ୍‌…

ପ୍ରେମ ଚିରନ୍ତନ… ବିଶ୍ୱାସର ନୀଡ଼। ପ୍ରେମ ବ୍ୟକ୍ତ ପାଇଁ ଭାଷା ବା ଶବ୍ଦର ଆବଶ୍ୟକ ହୁଏନି। ଦୁଇ ଜଣଙ୍କ ଆଖିରେ ଆଖି ମିଶିବା ପରେ ହଜିଯାଏ ମନ। ପ୍ରେମିକର ଭାବନା ଆଉ ପ୍ରେମିକାର ଆନମନା ହିଁ ଏଇ ପ୍ରେମ। ନିଜ ଅବ୍ୟକ୍ତ ପ୍ରେମକୁ ପ୍ରେମୀଯୁଗଳ ପରିପ୍ରକାଶ ପାଇଁ ପାଳନ କରିଥାନ୍ତି ଭାଲେଣ୍ଟାଇନ୍ସ ଡେ’।

ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍ସ ଓ୍ବିକ୍‌) ରୋଜ୍‌ ଡ଼େ’ରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡେ’, ଚକୋଲେଟ୍‌ ଡେ’, ଟେଡ଼ି ଡେ’, କିସ୍‌ ଡେ’ ଦେଇ ଭାଲେଣ୍ଟାଇନ୍ସ ଡେ’ରେ ଆସି ପହଞ୍ଚେ। ଆଜି ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ଏହି ପ୍ରେମ ଦିବସ ସମ୍ବନ୍ଧିତ ବିବିଧ ପ୍ରସଙ୍ଗକୁ ନେଇ ଉପସ୍ଥାପନା…
ଭାଲେଣ୍ଟାଇନ୍‌ କେକ୍‌
ଜନ୍ମଦିନ ହେଉ ଅବା ନୂଆବର୍ଷ କିମ୍ବା ରିଙ୍ଗସେରିମନି ସବୁ କାର୍ଯ୍ୟକ୍ରମରେ ଏବେ କେକ୍‌ କାଟିବା ଏକ ଟ୍ରେଣ୍ଡ ପାଲଟିଛି। ପରିବାର ଲୋକ ହୁଅନ୍ତୁ କି ସାଙ୍ଗସାଥୀ ସେମାନଙ୍କ ସହିତ ଖୁସିର ମୂହୁର୍ତ୍ତକୁ ଉପଭୋଗ କରିବାରେ କେକ୍‌ କାଟିବାକୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଭାଲେଣ୍ଟାଇନ୍ସ ଡେ’ ଲାଗି କେକ୍‌ ଦୋକାନ ଗୁଡିକ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ଫ୍ଲେଭର ସାଙ୍ଗକୁ ଟ୍ରେଣ୍ଡରେ ଥିବା ବିଭିନ୍ନ ଭେରାଇଟର କେକ୍‌ ଦୋକାନରେ ଦେଖିବାକୁ ମିଳିଛି। ପ୍ରେମୀଯୁଗଳଙ୍କ ମନ ଜିଣିଲା ଭଳି କେକ ଉପରେ କଣ୍ଢେଇ, ସୁନ୍ଦର ଗୋଲାପ ଫୁଲ ସହିତ ‘ହାପି ଭାଲେଣ୍ଟାଇନ୍‌’, ‘ଆଇ ଲଭ୍‌ ୟୁ’ ଭଳି ବିଭିନ୍ନ ପ୍ରକାର କୋଟେସନ ରହିଛି।
ଗୋଲାପ ବିନା ପ୍ରେମ ଅଧୁରା
ଗୋଲାପ ପ୍ରେମର ପ୍ରତୀକ। ବିଭିନ୍ନ ରଙ୍ଗର ଗୋଲାପ ମଧ୍ୟରୁ ଲାଲ ଗୋଲାପ ସ୍ବତନ୍ତ୍ର। ଲାଲ ଗୋଲାପ ଦେଇ ପ୍ରେମୀଯୁଗଳମାନେ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି। ଯେତେ ଯାହା ଗିଫ୍ଟ ଦିଅନା କାହିଁକି ତା ସହିତ ଫୁଲର ଆବଶ୍ୟକତା ରହିଛି। ତେଣୁ ଫୁଲର ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଭୁବନେଶ୍ୱର ଏଜି ଛକ ନିକଟରେ ଫୁଲ ଦୋକାନ ଗୁଡିକରେ ବିଭିନ୍ନ ରଙ୍ଗବେରଙ୍ଗର ଗୋଲାପ ଦେଖିବାକୁ ମିଳିଛି। ଗୋଲାପ ଫୁଲ ଗୋଟାଏର ଦାମ୍‌ ୨୦ଟଙ୍କାରୁ ଆରମ୍ଭ ହୋଇଛି। ୧୫୦ଟଙ୍କାରୁ ଫୁଲତୋଡ଼ା ଆରମ୍ଭ ହେବ। କେବଳ ଗୋଲାପ ଫୁଲରତୋଡ଼ା ଦାମ୍‌ ୩ଶହ ଟଙ୍କାରୁ ଆରମ୍ଭ ହୋଇ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଆଗରୁ କେବଳ ଗୋଲାପ ଫୁଲର ଚାହିଦା ରହିଥିବାବେଳେ ଏବେ ଫୁଲ କିସାନ୍‌କିମାମ୍‌, ଲିଲି, ଅର୍କିଡ୍‌, ଜରର୍ବେରା, ଜିପ୍ସ, ବ୍ଲୁଡେଜି ଭଳି ବିଭିନ୍ନ ଫୁଲର ଚାହିଦା ବଢୁଛି। କିସାନ୍‌କିମାମ୍‌ ଫୁଲ ଥାଇଲାଣ୍ଡରୁ ଆସୁଥିବାବେଳେ ଏହାର ଦାମ୍‌ ୧୦୦ଟଙ୍କା ରହିଛି। ସେହିପରି ନାଲି ଗୋଲାପର ଦାମ୍‌ ୨୦ରୁ ଆରମ୍ଭ ହେଉଥିବାବେଳେ ରଙ୍ଗୀନ ଗୋଲାପର ଦାମ୍‌ ୪୦ଟଙ୍କାରୁ ଆରମ୍ଭ ହେଉଛି। କୋଲକତା, ବାଙ୍ଗାଲୋର୍‌, ହାଇଦ୍ରାବାଦ୍‌ ଆଦି ବିଭିନ୍ନ ରାଜ୍ୟରୁ ଫୁଲ ଅଣାଯାଇଛି।
ଉପହାର ଦେବାକୁ ଉତ୍କଣ୍ଠା
ଭାଲେଣ୍ଟାଇନ୍ସ ଡେ’ରେ ଉପହାର ଦେବା ପାଇଁ ପ୍ରେମୀଯୁଗଳଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି। ଉପହାର ଏମିତି ହେବା ଦରକାର ଯାହା ସବୁ ସମୟରେ ସେମାନଙ୍କର ଉପସ୍ଥିତିକୁ ଜାହିର୍‌ କରୁଥିବ। ତେଣୁ କେଉଁଟା ସବୁଠାରୁ ଭଲ ହେବ ଆଉ ମନକୁ ପାଇବ ତାକୁ ବଜାରରେ ଖୋଜିବାରେ ବ୍ୟସ୍ତ। କିଏ ପସନ୍ଦର ପର୍‌ଫ୍ୟୁମ୍‌ ଦେବାକୁ ମନ କରିଛନ୍ତି ତ ଆଉ କିଏ ଡ୍ରେସ୍‌, ଡିନର୍‌, କପଲ୍‌ ଗିଫ୍ଟ ସାଙ୍ଗକୁ ଫଟୋ ଫ୍ରେମ୍‌, ରୋଟେସନ୍‌ ମ୍ୟୁଜିକ୍‌ ଗିଫ୍ଟ, ଲଭ୍‌ବାର୍ଡ ଭଳି ବିଭିନ୍ନ ଗିଫ୍ଟ ଦେବାକୁ ମନ ବଳାଇଛନ୍ତି। ତା’ ସାଙ୍ଗକୁ ମନର କଥାକୁ ଶବ୍ଦର ରୂପ ଦେବା ପାଇଁ କାର୍ଡର ଚାହିଦା ଆଜି ମଧ୍ୟ ରହିଛି। ତେଣୁ ରୋମାଣ୍ଟିକ୍‌ ଲଭ୍‌ କାର୍ଡ କିଣିବା ନେଇ ଆଗ୍ରହ ଦେଖାଦେଇଥିଲା।
ପାର୍କ, ମଲ୍‌ ଓ ଫିଲ୍ମ ହଲରେ ପ୍ରେମୀଙ୍କ ଭିଡ
ରାଜଧାନୀର ବିଭିନ୍ନ ମଲ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ରେଷ୍ଟୁରାଣ୍ଟରେ ପ୍ରେମ ଦିବସକୁ ପାଳନ କରିବା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତ ହୋଇଛି। କେଉଁଠି ସ୍ପେଶିଆଲ ଅଫର ରହିଥିବା ବେଳେ କ୍ୟାଣ୍ଡେଲ ନାଇଟ ଡିନରର ଆୟୋଜନ କରାଯାଇଛି। ପ୍ରେମୀଯୁଗଳଙ୍କ ମନ ପସନ୍ଦ ହେଲା ଭଳି ଟେବୁଲ ସଜା ଯାଇଛି। ଭାଲେଣ୍ଟାଇନ୍‌ ସ୍ପେଶିଆଲ ଡିସ୍‌ ମଧ୍ୟ ପ୍ରସ୍ତୁତ କରଯାଇଛି। ଏହାସାଙ୍ଗକୁ ବିଭିନ୍ନ ସପିଂମଲ୍‌ରେ ମଧ୍ୟ ଭିଡ଼ ଜମିବ। ତେଣୁ ଖାଦ୍ୟପାନୀୟ ସହିତ ଭଳିକି ଭଳି ଉପହାର ଏବଂ ସ୍ବତନ୍ତ୍ର ଆକର୍ଷଣକୁ ନେଇ ସଜେଇ ହୋଇଛି ସପିଂମଲ୍‌। ସେହିପରି ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଭଳି ବିଭିନ୍ନ ପାର୍କ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri