Posted inଫୁରସତ

ଭାଲେଣ୍ଟାଇନସ୍‌ ଆପ୍‌

ଦିନଟି ସେମିତି – ବଡ଼ ରୋମାଣ୍ଟିକ୍‌ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , ‘ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ।’ ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା ଡାକରେ ଅନୁକୂଳକୁ ବେଙ୍ଗା କରିଦେବାର ଠିକା ମୋ ଘରମଣି ଯେମିତି ନେଇଛନ୍ତି! ସବୁ ଶୁଭକାମରେ ବିଲେଇ ପାସ୍‌ କରିବା ତାଙ୍କ ଜନ୍ମସିଦ୍ଧ ଅଭ୍ୟାସ। ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କଣ ନା ବ୍ରେଡ଼ ନେଇକି ଆସିବ। କାହାକୁ ନଶୁଭିଲା ପରି ଚିଡିମିଡ଼ି ହୋଇ ବଡ଼ ବଡ଼ ପାହୁଣ୍ଡ ପକେଇ ଛକ ଆଡ଼କୁ ମୁହାଁଇଲି।
ଆଗ ଛକ ପାଖରେ ଛିଡା ହେଇ ଆଜିପାଇଁ ଯୋଜନା ତିଆରି କରୁଛି ଏତିକି ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା । ‘ହ୍ୟାଲୋ… ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଉ ଆସିବନି । ସେ ବହୁତ ଖରାପ ଝିଅ। ତୁମେ ଫସିଯିବ। ତା’ ସହ ସମ୍ପର୍କ ରଖନି, ବଡ଼ ହୀନସ୍ଥା ହେବ ।’

— ସରି । କିଏ କହୁଛ ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ।
— ମୁଁ ତା’ ସାଂଗ । ଆପଣ ସରଳିଆ ଲୋକ। କିଛି ଜାଣିନାହାନ୍ତି। ତେଣୁ ମୁଁ ଭାବିଲି ଆପଣଙ୍କୁ ସବୁ କଥା ଜଣେଇଦେବା ଉଚିତ ।
— ନା.. ନା..ସେ ବହୁତ ଭଲ । ମୁଁ ତାଙ୍କୁ ବହୁତ ଭଲ ପାଏ । କେମିତି ମାନିବି ସେ ଖରାପ ? ତାଙ୍କ ବିଷୟରେ ମୁଁ କାହିଁ ଯେ ଶୁଣିବି ଆଉ କାହା ଠାରୁ ? ‘ଶେଷ ଆଡ଼କୁ ଗଳାକୁ ଚଢା କଲି ନିଜର ବିଶ୍ୱସ୍ତତା ଦେଖେଇବା ପାଇଁ ।’
— ଆଚ୍ଛା ଏମିତି କଥା ତାହା ହେଲେ ! ସେପଟୁ ଗର୍ଜନ ଶୁଭିଲା । ‘ମୁଁ ବେବିନା, ତୁମ ଘରମଣି । ଅନେକ ଦିନ ହେଲାଣି ତୁମ ରଂଗଢଙ୍ଗ ଉପରେ ମୋର ଘୋର ସନ୍ଦେହ ଥିଲା । ସେଇଥିପାଇଁ ନୂଆ ସିମ୍‌ ଆଣି ଭଏସ୍‌ ଚେଞ୍ଜର ଆପ୍‌ ଡାଉନଲୋଡ଼ କରିଥିଲି । ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।
— ଆକାଶରୁ ତଳକୁ ଖସିପଡିବାର ହାଲତ ମୋର। ଫେବୃଆରୀ ଶୀତରେ ଦେହ ଏବଂ ମୁହଁ ଝାଳେଇ ଗଲା । ‘ହ୍ୟାଲୋ ..ହ୍ୟାଲୋ ..ଟିକେ ଶୁଣ ।
ଆରେ ମୁଁ ମଜାରେ…. ହ୍ୟାଲୋ ହ୍ୟାଲୋ..।’ ସେପଟୁ ଫୋନ କଟିଗଲା ।
ପାଟି ଖନି ମାରିଯାଉଥିଲା କଥା କହିଲାବେଳେ ।
କରିବି କଣ ? ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ ମୋ ଅବସ୍ଥା କଣ ହେବ କେଜାଣି ! ଘରକୁ ନଯାଇ ମାର୍କେଟ ଉପରେ ବାୟା କୁକୁର ଭଳି ମୋ ଅବସ୍ଥା ସେତିକି ବେଳକୁ ।
କିଛି ସମୟ ପରେ ପୁଣି ଥରେ ଆଉ ଏକ ନମ୍ବରରୁ କଲ ଆସିଲା ।
— ହ୍ୟାଲୋ କିଏ ରାଜନ ..
— ହାଁ ରାଜନ କହୁଛି ..।
— ତୁମେ କଣ ସତରେ ରୁବିନାକୁ ଭଲ ପାଉଛ ?
ଭାବିଲି ବେବିନା ବୋଧେ ପୁଣି ଆଉ ଗୋଟିଏ ନମ୍ବରରୁ ସ୍ବର ବଦଳେଇ ଭକୁଆ ବନଉଛି ।
— ରୁବିନା କିଏ ମୁଁ ଜାଣିନି ..।
— ସତରେ ଜାଣିନ ?
— ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ? ଏ କି ଫାଜିଲାମୀ ?
— ତୁମେ ଅବିକା ସେଇ ଦାଣ୍ଡ ସାହି ଛକ ପାଖ ମୋଡ଼ରେ ଛିଡା ହୋଇଛ ନା ? ଯଦି ରୁବିନାକୁ ଭଲ ପାଉନ ତେବେ ତାକୁ ସେଠି କାହିଁକି ଅପେକ୍ଷା କରିଛ ?
— ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ …। ମୁଁ ମୋ’ ସ୍ତ୍ରୀକୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରି ବିରକ୍ତ କରନି କି ମୋ ଘର ଭାଙ୍ଗନି ।
ସେପଟୁ କାନ୍ଦ କାନ୍ଦ ସ୍ବରରେ ସେ କହିଲା ଏବେ ମୁଁ ଜାଣିଲି ତୁମେ ମୋ’ ସହ ଖାଲି ଟାଇମ୍‌ପାସ୍‌ କରୁଥିଲ । ତୁମକୁ ଏଇ ଜନ୍ମ କଣ ଆଗତ ସାତ ଜନ୍ମ ଯାଏଁ ପ୍ରେମ ନମିଳୁ । ମୁଁ ରୁବିନା କହୁଥିଲି । ମୋର ସନ୍ଦେହ ସତ ଥିଲା । ତୁମ ଭିତରେ ମୋ’ ପାଇଁ ସେ ପ୍ରେମଫ୍ରେମ ପଇସାକର ନଥିଲା। ସେଥିପାଇଁ ଭଏସ୍‌ ଚେଞ୍ଜର ଆପ୍‌ ଡାଉନଲୋଡ଼ କରି ତୁମକୁ ପରୀକ୍ଷା କରୁଥିଲି ।
ମୋ’ ଅକଲ ଗୁଡୁମ । କଣ ହେଉଛି ଆଜି ଭଳି ଦିନରେ ମୋ’ ସହ ? ଦୁଇ ନାଆରେ ଗୋଡ଼ ଥୋଇଛି ମୁଁ ।
— ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ ସୁଇଟ ହାର୍ଟ । କଥା କଣ କି କିଛି ସମୟ ଆଗରୁ ମୋର ସେଇ ମୋଟୀ ଗେଡି ସନ୍ଦେହୀ ସ୍ତ୍ରୀ ଏଇ ଭଏସ୍‌ ଚେଞ୍ଜର ଆପ୍‌ ବ୍ୟବହାର କରି ମୋତେ ଫୋନ କରିଥିଲା । ଭାବିଲି ବୋଧେ ସେ ପୁଣି ଥରେ ଫୋନ କଲା । ବିଶ୍ୱାସ କର । ମା’ ରାଣ ମୁଁ କେବଳ ତୁମକୁ ଭଲ ପାଏ , ଇନ୍‌ ଟ୍ରୁ ସେନ୍ସ ମୁଁ ତୁମକୁ ପ୍ରେମ କରେ । ଆଜି ଭାଲେଣ୍ଟାଇନସ୍‌ ଡେ ଡିଅର । ଟ୍ରଷ୍ଟ ମି ।
— ଆଚ୍ଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ, ଗେଡି ସନ୍ଦେହୀ ସ୍ତ୍ରୀ ।
ପ୍ରଥମେ ଜମାରୁ ବିଶ୍ୱାସ ହେଉନଥିଲା । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି , ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କେମିତି କରିବି ! ତେଣୁ ଆଉ ଥରେ ଫୋନ କଲି ସତ ଜାଣିବାକୁ । ଏବେ ଘରକୁ ଆସ ନା ମୁଁ ନିଜେ ଯାଇ ସେଇ ଛକ ପାଖରେ ଭାଲେଣ୍ଟାଇନ୍‌ ଡେ ପାଳିବି ??
ନୀତିବାଣୀ: ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଟିକେ ସତର୍କ ରହିଲେ ହାପି ଭଲେଣ୍ଟାଇନ ନଚେତ୍‌ ଖୋଦ ଭଗବାନ ବି ପିଠିରେ ପଡିବେନି ।
-ବନମାଳୀ ଭବନ, ଖାନ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri