Posted inଫୁରସତ

ଭାଲେଣ୍ଟାଇନସ୍‌ ଆପ୍‌

ଦିନଟି ସେମିତି – ବଡ଼ ରୋମାଣ୍ଟିକ୍‌ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , ‘ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ।’ ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା ଡାକରେ ଅନୁକୂଳକୁ ବେଙ୍ଗା କରିଦେବାର ଠିକା ମୋ ଘରମଣି ଯେମିତି ନେଇଛନ୍ତି! ସବୁ ଶୁଭକାମରେ ବିଲେଇ ପାସ୍‌ କରିବା ତାଙ୍କ ଜନ୍ମସିଦ୍ଧ ଅଭ୍ୟାସ। ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କଣ ନା ବ୍ରେଡ଼ ନେଇକି ଆସିବ। କାହାକୁ ନଶୁଭିଲା ପରି ଚିଡିମିଡ଼ି ହୋଇ ବଡ଼ ବଡ଼ ପାହୁଣ୍ଡ ପକେଇ ଛକ ଆଡ଼କୁ ମୁହାଁଇଲି।
ଆଗ ଛକ ପାଖରେ ଛିଡା ହେଇ ଆଜିପାଇଁ ଯୋଜନା ତିଆରି କରୁଛି ଏତିକି ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା । ‘ହ୍ୟାଲୋ… ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଉ ଆସିବନି । ସେ ବହୁତ ଖରାପ ଝିଅ। ତୁମେ ଫସିଯିବ। ତା’ ସହ ସମ୍ପର୍କ ରଖନି, ବଡ଼ ହୀନସ୍ଥା ହେବ ।’

— ସରି । କିଏ କହୁଛ ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ।
— ମୁଁ ତା’ ସାଂଗ । ଆପଣ ସରଳିଆ ଲୋକ। କିଛି ଜାଣିନାହାନ୍ତି। ତେଣୁ ମୁଁ ଭାବିଲି ଆପଣଙ୍କୁ ସବୁ କଥା ଜଣେଇଦେବା ଉଚିତ ।
— ନା.. ନା..ସେ ବହୁତ ଭଲ । ମୁଁ ତାଙ୍କୁ ବହୁତ ଭଲ ପାଏ । କେମିତି ମାନିବି ସେ ଖରାପ ? ତାଙ୍କ ବିଷୟରେ ମୁଁ କାହିଁ ଯେ ଶୁଣିବି ଆଉ କାହା ଠାରୁ ? ‘ଶେଷ ଆଡ଼କୁ ଗଳାକୁ ଚଢା କଲି ନିଜର ବିଶ୍ୱସ୍ତତା ଦେଖେଇବା ପାଇଁ ।’
— ଆଚ୍ଛା ଏମିତି କଥା ତାହା ହେଲେ ! ସେପଟୁ ଗର୍ଜନ ଶୁଭିଲା । ‘ମୁଁ ବେବିନା, ତୁମ ଘରମଣି । ଅନେକ ଦିନ ହେଲାଣି ତୁମ ରଂଗଢଙ୍ଗ ଉପରେ ମୋର ଘୋର ସନ୍ଦେହ ଥିଲା । ସେଇଥିପାଇଁ ନୂଆ ସିମ୍‌ ଆଣି ଭଏସ୍‌ ଚେଞ୍ଜର ଆପ୍‌ ଡାଉନଲୋଡ଼ କରିଥିଲି । ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।
— ଆକାଶରୁ ତଳକୁ ଖସିପଡିବାର ହାଲତ ମୋର। ଫେବୃଆରୀ ଶୀତରେ ଦେହ ଏବଂ ମୁହଁ ଝାଳେଇ ଗଲା । ‘ହ୍ୟାଲୋ ..ହ୍ୟାଲୋ ..ଟିକେ ଶୁଣ ।
ଆରେ ମୁଁ ମଜାରେ…. ହ୍ୟାଲୋ ହ୍ୟାଲୋ..।’ ସେପଟୁ ଫୋନ କଟିଗଲା ।
ପାଟି ଖନି ମାରିଯାଉଥିଲା କଥା କହିଲାବେଳେ ।
କରିବି କଣ ? ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ ମୋ ଅବସ୍ଥା କଣ ହେବ କେଜାଣି ! ଘରକୁ ନଯାଇ ମାର୍କେଟ ଉପରେ ବାୟା କୁକୁର ଭଳି ମୋ ଅବସ୍ଥା ସେତିକି ବେଳକୁ ।
କିଛି ସମୟ ପରେ ପୁଣି ଥରେ ଆଉ ଏକ ନମ୍ବରରୁ କଲ ଆସିଲା ।
— ହ୍ୟାଲୋ କିଏ ରାଜନ ..
— ହାଁ ରାଜନ କହୁଛି ..।
— ତୁମେ କଣ ସତରେ ରୁବିନାକୁ ଭଲ ପାଉଛ ?
ଭାବିଲି ବେବିନା ବୋଧେ ପୁଣି ଆଉ ଗୋଟିଏ ନମ୍ବରରୁ ସ୍ବର ବଦଳେଇ ଭକୁଆ ବନଉଛି ।
— ରୁବିନା କିଏ ମୁଁ ଜାଣିନି ..।
— ସତରେ ଜାଣିନ ?
— ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ? ଏ କି ଫାଜିଲାମୀ ?
— ତୁମେ ଅବିକା ସେଇ ଦାଣ୍ଡ ସାହି ଛକ ପାଖ ମୋଡ଼ରେ ଛିଡା ହୋଇଛ ନା ? ଯଦି ରୁବିନାକୁ ଭଲ ପାଉନ ତେବେ ତାକୁ ସେଠି କାହିଁକି ଅପେକ୍ଷା କରିଛ ?
— ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ …। ମୁଁ ମୋ’ ସ୍ତ୍ରୀକୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରି ବିରକ୍ତ କରନି କି ମୋ ଘର ଭାଙ୍ଗନି ।
ସେପଟୁ କାନ୍ଦ କାନ୍ଦ ସ୍ବରରେ ସେ କହିଲା ଏବେ ମୁଁ ଜାଣିଲି ତୁମେ ମୋ’ ସହ ଖାଲି ଟାଇମ୍‌ପାସ୍‌ କରୁଥିଲ । ତୁମକୁ ଏଇ ଜନ୍ମ କଣ ଆଗତ ସାତ ଜନ୍ମ ଯାଏଁ ପ୍ରେମ ନମିଳୁ । ମୁଁ ରୁବିନା କହୁଥିଲି । ମୋର ସନ୍ଦେହ ସତ ଥିଲା । ତୁମ ଭିତରେ ମୋ’ ପାଇଁ ସେ ପ୍ରେମଫ୍ରେମ ପଇସାକର ନଥିଲା। ସେଥିପାଇଁ ଭଏସ୍‌ ଚେଞ୍ଜର ଆପ୍‌ ଡାଉନଲୋଡ଼ କରି ତୁମକୁ ପରୀକ୍ଷା କରୁଥିଲି ।
ମୋ’ ଅକଲ ଗୁଡୁମ । କଣ ହେଉଛି ଆଜି ଭଳି ଦିନରେ ମୋ’ ସହ ? ଦୁଇ ନାଆରେ ଗୋଡ଼ ଥୋଇଛି ମୁଁ ।
— ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ ସୁଇଟ ହାର୍ଟ । କଥା କଣ କି କିଛି ସମୟ ଆଗରୁ ମୋର ସେଇ ମୋଟୀ ଗେଡି ସନ୍ଦେହୀ ସ୍ତ୍ରୀ ଏଇ ଭଏସ୍‌ ଚେଞ୍ଜର ଆପ୍‌ ବ୍ୟବହାର କରି ମୋତେ ଫୋନ କରିଥିଲା । ଭାବିଲି ବୋଧେ ସେ ପୁଣି ଥରେ ଫୋନ କଲା । ବିଶ୍ୱାସ କର । ମା’ ରାଣ ମୁଁ କେବଳ ତୁମକୁ ଭଲ ପାଏ , ଇନ୍‌ ଟ୍ରୁ ସେନ୍ସ ମୁଁ ତୁମକୁ ପ୍ରେମ କରେ । ଆଜି ଭାଲେଣ୍ଟାଇନସ୍‌ ଡେ ଡିଅର । ଟ୍ରଷ୍ଟ ମି ।
— ଆଚ୍ଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ, ଗେଡି ସନ୍ଦେହୀ ସ୍ତ୍ରୀ ।
ପ୍ରଥମେ ଜମାରୁ ବିଶ୍ୱାସ ହେଉନଥିଲା । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି , ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କେମିତି କରିବି ! ତେଣୁ ଆଉ ଥରେ ଫୋନ କଲି ସତ ଜାଣିବାକୁ । ଏବେ ଘରକୁ ଆସ ନା ମୁଁ ନିଜେ ଯାଇ ସେଇ ଛକ ପାଖରେ ଭାଲେଣ୍ଟାଇନ୍‌ ଡେ ପାଳିବି ??
ନୀତିବାଣୀ: ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଟିକେ ସତର୍କ ରହିଲେ ହାପି ଭଲେଣ୍ଟାଇନ ନଚେତ୍‌ ଖୋଦ ଭଗବାନ ବି ପିଠିରେ ପଡିବେନି ।
-ବନମାଳୀ ଭବନ, ଖାନ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri