Posted inଫୁରସତ

ଜିଲ୍‌ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍‌ କରିଥିଲେ ବାଇଡେନ୍‌…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ

ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍‌ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍‌ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପ୍ରେମକାହାଣୀ ବିଷୟରେ ଆମେ ଆପଣଙ୍କୁ କହିବୁ। ସେଇଟି ହେଲା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର।

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ୪୬ତମ ରାଷ୍ଟ୍ରପତି ହେଉଛନ୍ତି ବାଇଡେନ୍‌। ଫାଷ୍ଟଲେଡି ଜିଲ୍‌ ବାଇଡେନ୍‌ଙ୍କ ସହ ତାଙ୍କର ପ୍ରେମ ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ଆଜି ସେ ଦୁନିଆର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଆସନରେ ବିରାଜମାନ ହୋଇଛନ୍ତି ସତ, ହେଲେ ଜିଲଙ୍କ ହୃଦୟ ଜିତିବା ଲାଗି ତାଙ୍କୁ ଥରେ କି ଦୁଇଥର ନୁହେଁ , ୫ ଥର ପ୍ରପୋଜ୍‌ କରିବାକୁ ପଡ଼ିଥିଲା।

୧୯୭୫ରେ ଜିଲଙ୍କୁ ଭେଟିଥିଲେ ବାଇଡେନ୍‌। ପ୍ରଥମ ଦେଖା ପରେ ଉଭୟଙ୍କ ସମ୍ପର୍କ ପ୍ରେମରେ ପରିଣତ ହେବ ବୋଲି କେହି ଚିନ୍ତା କରି ନ ଥିଲେ। ନ୍ୟୁୟର୍କର ଲୋଟସ୍‌ କ୍ଲବରେ ଜିଲ୍‌ ବାଇଡେନ୍‌ଙ୍କୁ ନିଜ ବିଷୟରେ କହିଥିଲେ। ପରେ ଦୁହେଁ ଡେଟ୍‌ କରିବା ଆରମ୍ଭ କରିଥିଲେ।

ରାଷ୍ଟ୍ରପତି ବାଇଡେନ୍‌ ଜିଲ୍‌ଙ୍କୁ ନେଇ ବାହାରକୁ ନେଇ ବୁଲି ଯାଉଥିବା ବେଳେ ତାଙ୍କୁ ପ୍ରେମିକା ବୋଲି ମାନି ସାରିଥିଲେ। ସେତେବେଳେ ଏକାକି ଥିବାରୁ ତାଙ୍କୁ ପିଲାମାନେ ପ୍ରପୋଜ୍‌ କରିବାକୁ କହିଥିଲେ। ଏହାପରେ ବାଇଡେନ୍‌ ଜିଲ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ବୈବାହିକ ବିଚ୍ଛେଦ ପାଇଥିବା ଜିଲ୍‌ ପ୍ରେମରୁ ବିଶ୍ୱାସ ହରାଇଥିଲେ। ଏଣୁ ବାଇଡେନ୍‌ଙ୍କୁ ପାଞ୍ଚଥର ତାଙ୍କୁ ପ୍ରପୋଜ କରିବାକୁ ପଡ଼ିଥିଲା। ୧୯୭୭ରେ ହଁ ଭରିବା ପରେ ଦୁହେଁ ବିବାହ କରିଥିଲେ। ୧୯୮୧ରେ ଉଭୟଙ୍କ ଝିଅ ଜନ୍ମ ହୋଇଥିଲା।

ତେବେ ବାଇଡେନ୍‌ ଜିଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ନିଲିୟା ଥିଲା। ୧୯୭୨ରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ବର୍ଷକର ଝିଅ ନାଓମି ମଧ୍ୟ ପ୍ରାଣ ହରାଇଥିଲେ। ଏହାପରେ ସେ ଏକାକି ଦୁଇ ପୁଅଙ୍କ ଲାଳନପାଳନ କରୁଥିଲେ। ଜିଲ୍‌ ତାଙ୍କ ଜୀବନକୁ ଆସିବା ପରେ ସେ ପୁଣିଥରେ ପ୍ରେମରେ ପଡ଼ିଥିଲେ।

ଜୀବନର ଉତ୍‌ଥାନ ପତନରେ ସର୍ବଦା ସ୍ବାମୀ ବାଇଡେନଙ୍କ ସହ ଛିଡ଼ା ହୋଇଆସିଛନ୍ତି ଜିଲ୍‌। ୨୦୧୫ରେ ଦୁହିଁଙ୍କ ପୁଅ ବ୍ୟୁ କ୍ୟାନ୍‌ସରରେ ପ୍ରାଣ ହରାଇଥିଲେ। ଏହାପରେ ସେମାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଥିଲା। ମାତ୍ର ସବୁ ସମୟରେ ଜିଲ୍‌ ବାଇଡେନ୍‌ଙ୍କ ସହ ରହି ତାଙ୍କର ରାଜନୈତିକ କ୍ୟାରିୟରକୁ ଆଗକୁ ବଢ଼ାଇବାରେ ସହାୟତା କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri