Posted inଖେଳ

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ !

ନୂଆଦିଲ୍ଲୀ,୧୫।୫: ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି। CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ବୈଭବ ସୂର୍ଯ୍ୟବଂଶୀ CBSE ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେଲ୍‌ ହୋଇଛନ୍ତି। ଏଣୁ ସେ ଖେଳରେ ହିରୋ ଏବଂ ପାଠପଢ଼ାରେ ଜିରୋ ବୋଲି କୁହାଯାଉଛି। କିନ୍ତୁ ଏହି ଖବର କେତେ ସତ କେତେ ମିଛ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ସାମାଜିକ ଗଣମାଧ୍ୟମରେ ବୈଭବ ସୂର୍ଯ୍ୟବଂଶୀ ଫେଲ୍‌ ହୋଇଥିବା ଖବର ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଏହା ସତ୍ୟ ନୁହେଁ। କାରଣ ଏହା ଏକ ବ୍ୟଙ୍ଗ। ଏଥିରେ କୁହାଯାଇଛି ଯେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଦଶମ ଶ୍ରେଣୀ CBSE ବୋର୍ଡ ପରୀକ୍ଷାରେ ବିଫଳ ହେବା ପରେ, BCCI ତାଙ୍କ ଉତ୍ତର ପତ୍ରର DRS ଶୈଳୀ ସମୀକ୍ଷା ପାଇଁ ଅନୁରୋଧ କରିଛି। ଅର୍ଥାତ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ଫେଲ ହୋଇ ନାହାନ୍ତି। ଏମିତିରେ କ’ଣ ସେ ପରୀକ୍ଷାରେ ପାସ କରିଛନ୍ତି ବୋଲି ପ୍ରଶ୍ନ ଉଠିଛି।

ତେବେ ପ୍ରଥମ କଥା ହେଉଛି ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ଦଶମ ଶ୍ରେଣୀ ପଢ଼ି ନାହାନ୍ତି। ସେ ଏବେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଅର୍ଥାତ ତାଙ୍କର ବୋର୍ଡ ପରୀକ୍ଷା ପାଇଁ ଏବେ ବି ସମୟ ଅଛି। ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଇପିଏଲ୍‌ ୨୦୨୫ ସମୟରେ ୩୫ ବଲ୍‌ରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ସେ ସେହି ଇନିଂସରେ ୧୧ଟି ଛକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ନାମ ନୁହେଁ, ବରଂ ଟି-୨୦ କ୍ରିକେଟ ଜଗତରେ ଶତକ ମାରିଥିବା ସବୁଠାରୁ କମ ବୟସ୍କ ବ୍ୟାଟ୍ସମ୍ୟାନଙ୍କ ନାମ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri