Posted inଖେଳ

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ !

ନୂଆଦିଲ୍ଲୀ,୧୫।୫: ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି। CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ବୈଭବ ସୂର୍ଯ୍ୟବଂଶୀ CBSE ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେଲ୍‌ ହୋଇଛନ୍ତି। ଏଣୁ ସେ ଖେଳରେ ହିରୋ ଏବଂ ପାଠପଢ଼ାରେ ଜିରୋ ବୋଲି କୁହାଯାଉଛି। କିନ୍ତୁ ଏହି ଖବର କେତେ ସତ କେତେ ମିଛ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ସାମାଜିକ ଗଣମାଧ୍ୟମରେ ବୈଭବ ସୂର୍ଯ୍ୟବଂଶୀ ଫେଲ୍‌ ହୋଇଥିବା ଖବର ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଏହା ସତ୍ୟ ନୁହେଁ। କାରଣ ଏହା ଏକ ବ୍ୟଙ୍ଗ। ଏଥିରେ କୁହାଯାଇଛି ଯେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଦଶମ ଶ୍ରେଣୀ CBSE ବୋର୍ଡ ପରୀକ୍ଷାରେ ବିଫଳ ହେବା ପରେ, BCCI ତାଙ୍କ ଉତ୍ତର ପତ୍ରର DRS ଶୈଳୀ ସମୀକ୍ଷା ପାଇଁ ଅନୁରୋଧ କରିଛି। ଅର୍ଥାତ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ଫେଲ ହୋଇ ନାହାନ୍ତି। ଏମିତିରେ କ’ଣ ସେ ପରୀକ୍ଷାରେ ପାସ କରିଛନ୍ତି ବୋଲି ପ୍ରଶ୍ନ ଉଠିଛି।

ତେବେ ପ୍ରଥମ କଥା ହେଉଛି ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ଦଶମ ଶ୍ରେଣୀ ପଢ଼ି ନାହାନ୍ତି। ସେ ଏବେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଅର୍ଥାତ ତାଙ୍କର ବୋର୍ଡ ପରୀକ୍ଷା ପାଇଁ ଏବେ ବି ସମୟ ଅଛି। ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଇପିଏଲ୍‌ ୨୦୨୫ ସମୟରେ ୩୫ ବଲ୍‌ରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ସେ ସେହି ଇନିଂସରେ ୧୧ଟି ଛକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ନାମ ନୁହେଁ, ବରଂ ଟି-୨୦ କ୍ରିକେଟ ଜଗତରେ ଶତକ ମାରିଥିବା ସବୁଠାରୁ କମ ବୟସ୍କ ବ୍ୟାଟ୍ସମ୍ୟାନଙ୍କ ନାମ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri