Categories: Home Leftଖେଳ

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ ଦମଦାର ପ୍ରଦର୍ଶନ କରି ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ।

ଏବେ ଘରୋଇ କ୍ରିକେଟ ସିଜନ ୨୦୨୬-୨୭ ଆରମ୍ଭ ହେବା ପୂର୍ବରୁ ବୈଭବଙ୍କୁ ଖୁବ କମ ବୟସରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଆଗାମୀ ଦିଲୀପ ଟ୍ରଫି ପାଇଁ ତାଙ୍କୁ ଇଷ୍ଟ ଜୋନ ଦଳରେ ସାମିଲ କରାଯାଇଛି।

ଇଷ୍ଟ ଜୋନ ଦଳର ନେତୃତ୍ୱ ଅଭିଜ୍ଞ ଉଇକେଟ୍‌କିପର-ବ୍ୟାଟର ଈଶାନ କିଶନଙ୍କ ହାତରେ ରହିବ। ତାଙ୍କ ନେତୃତ୍ୱରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ପ୍ରତିଭାଙ୍କୁ ନିଜ ଦକ୍ଷତା ଦେଖାଇବାର ବଡ଼ ମଞ୍ଚ ମିଳିବ।ଏହି ମ୍ୟାଚରେ ସୂର୍ଯ୍ୟବଂଶୀଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।

ଇଷ୍ଟ ଜୋନ ଦଳ ଆଜିଠାରୁ ଠିକ ୧୨ ଦିନ ପରେ, ଅର୍ଥାତ୍‌ ୨୩ ଅଗଷ୍ଟରେ ଦିଲୀପ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ଜିମ୍ବାୱେ ଗସ୍ତ ପରେ ଘରୋଇ କ୍ରିକେଟ୍‌ରେ ମଧ୍ୟ ସେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ରୋଚକ ହେବ।

Odisha’s No.1 Odia Daily

Share