ଭାକ୍ୟୁମ୍‌ ବୋମା

ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ୍‌କୁ ଆକ୍ରମଣ କରିଥିଲା ରୁଷିଆ। ତେବେ ଏହି ଦେଶ ଅତି ସାଘାଂତିକ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ରୁଷିଆ ଏହି ବୋମା ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର କରିଥିବାର ସ୍ବୀକାର କରିଛି ବୋଲି ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୯ ତାରିଖରେ ପ୍ରକାଶ କରିଥିଲା। ଏହି ବୋମା କାହିଁକି ଏତେ ମାରାତ୍ମକ ଓ ଏହା କିପରି କାର୍ଯ୍ୟ କରେ, ସେ ସମ୍ପର୍କରେ ଆଲୋଚନା କରିବା। ଏହାକୁ ମଧ୍ୟ ‘ତାପ-ଚାପୀୟ ଅସ୍ତ୍ର’ କୁହାଯାଉଛି। ଅର୍ଥାତ୍‌ ଏହି ବୋମା ପ୍ରଥମେ ଉତ୍ତାପ ସୃଷ୍ଟି କରି ତାହା ଦ୍ୱାରା ଚାପ ସୃଷ୍ଟି କରିଥାଏ ଏବଂ କ୍ଷତି ପହଞ୍ଚାଇଥାଏ। ସମାନ ଆକାରର ପାରମ୍ପରିକ ବୋମାଠାରୁ ଏହା ହେଉଛି ସବୁଠୁ ଅଧିକ ବିଧ୍ୱଂସକ। ବୋମା ବିସ୍ଫୋରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଏହାର ଧ୍ୱସଂକାରୀ ପ୍ରଭାବରୁ ରକ୍ଷା ପାଇବା କଷ୍ଟ।
ଭାକ୍ୟୁମ୍‌ ବା ତାପ-ଚାପୀୟ ବୋମାରେ ଗୋଟିଏ ଇନ୍ଧନ ପାତ୍ର ଏବଂ ଦୁଇଟି ପୃଥକ୍‌ ବିସ୍ଫୋରକ ଚାର୍ଜ ଥାଏ। ଏହାକୁ ରକେଟ୍‌ ଭାବେ ବ୍ୟବହାର କରି କିମ୍ବା ଯୁଦ୍ଧ ବିମାନରୁ ଲକ୍ଷ୍ୟସ୍ଥଳରେ ପକାଯାଇଥାଏ। ଲକ୍ଷ୍ୟସ୍ଥଳରେ ପଡ଼ିବା ପରେ ପ୍ରଥମେ ବିସ୍ଫୋରକ ଚାର୍ଜ ଇନ୍ଧନ ପାତ୍ରକୁ ଖୋଲିଦିଏ ଏବଂ ଇନ୍ଧନ ମିଶ୍ରଣକୁ ଗୋଟିଏ ବାଦଲ ଆକାରରେ ବିସ୍ତୃତ ଅଞ୍ଚଳରେ ବିଚ୍ଛୁରଣ କରିଦିଏ। ଏହି ମିଶ୍ରଣ ହେଉଛି ଇନ୍ଧନ ଓ ବାୟୁର ଗ୍ୟାସୀୟ ମିଶ୍ରଣ। ପେଟ୍ରୋଲ କିମ୍ବା ଡିଜେଲ୍‌ ବାଷ୍ପୀକରଣ ହେବା ସହିତ ଏହା ସମାନ। ଯେ କୌଣସି କୋଠା କିମ୍ବା ପ୍ରତିରକ୍ଷା ସ୍ତର ସମ୍ପୂର୍ଣ୍ଣ ଭାବେ ମୁଦ(ସିଲ୍‌) ହୋଇ ନ ଥିଲେ ଏହି ବାଦଲ ତାହା ଭିତରକୁ ପଶି ଯାଇପାରେ। ଏହା ପରେ ଦ୍ୱିତୀୟ ଚାର୍ଜ ବାଦଲରେ ବିସ୍ଫୋରଣ ଘଟାଇଥାଏ, ଯାହା ଗୋଟିଏ ବିରାଟ ଅଗ୍ନିପିଣ୍ଡୁଳା ଓ ବୃହତ୍‌ ଚାପୀୟ ତରଙ୍ଗ ସୃଷ୍ଟି କରିଥାଏ। ଅଗ୍ନିପିଣ୍ଡୁଳା ଓ ତରଙ୍ଗ ଆଘାତରେ ଅନେକ ବ୍ୟକ୍ତିଙ୍କର ଜୀବନ ଚାଲିଯାଏ। କିନ୍ତୁ ଏହାଠାରୁ ମାରାତ୍ମକ ହେଉଛି ଯେ ଏହା ଯୋଗୁ ସେହି ସ୍ଥାନରେ ଗୋଟିଏ ଭାକ୍ୟୁମ୍‌ ବା ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ, ଯାହା ଏହା ଚାରିପଟେ ଥିବା ଅମ୍ଳଜାନକୁ ଶୋଷି ନିଏ। ଏହା ବଡ଼ ବଡ଼ କୋଠା ଓ ଯନ୍ତ୍ରପାତିକୁ ଧ୍ୱଂସକରି ଦେଇପାରେ ଏବଂ ଲୋକମାନଙ୍କୁ ମୃତ କିମ୍ବା ଆହତ କରିଦେଇପାରେ।
ଭାକ୍ୟୁମ୍‌ ବୋମା ଜଣେ ଲୋକର ଫୁସ୍‌ଫୁସରୁ ଅମ୍ଳଜାନ ଶୋଷି ନେଇଥାଏ। ପୁନଶ୍ଚ ମନୁଷ୍ୟ ଶରୀର ମଧ୍ୟରେ ଥିବା ଚାପ ବାହାର ଭାକ୍ୟୁମ୍‌ଠାରୁ ଅଧିକ ଥିବାରୁ ଶରୀର ମଧ୍ୟରୁ ବାୟୁ ବାହାରକୁ ଆସିବାବେଳେ ଶରୀର ଭିତରେ ବିସ୍ଫୋରଣ ହେଲା ଭଳି ଅନୁଭୂତ ହୁଏ। ଏହା ମନୁଷ୍ୟ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଫଟାଇ ଦେଇଥାଏ। ମନୁଷ୍ୟ ଶରୀରକୁ ବାଷ୍ପୀଭୂତ କରିଦେବାର କ୍ଷମତା ମଧ୍ୟ ଏହାର ଅଛି। ଏହା ଯୋଗୁ ଲୋକଟି ମୃତ୍ୟୁ ପୂର୍ବରୁ କେତେ କଷ୍ଟ ପାଇଥାଏ, ତାହା ଅନୁମେୟ। ବାସ୍ତବରେ ଏହା ହେଉଛି ବଡ଼ ଅମାନବୀୟ ଘଟଣା।
ଭାକ୍ୟୁମ୍‌ ବୋମା ବିଭିନ୍ନ ଆକାରରେ ନିର୍ମିତ ହୋଇଥାଏ। ଛୋଟ ଛୋଟ ବୋମାକୁ ସୈନିକମାନେ ଗ୍ରେନେଡ ଓ ହାତଧରା ରକେଟ୍‌ ଉତ୍‌କ୍ଷେପକ ଭାବେ ବ୍ୟବହାର କରିଥାଆନ୍ତି। ବଡ଼ ବଡ଼ ବୋମାଗୁଡ଼ିକୁ କ୍ଷେପଣାସ୍ତ୍ର ଭଳି ଉତ୍‌କ୍ଷେପଣ କରି ଲକ୍ଷ୍ୟସ୍ଥଳରେ ପକା ଯାଇଥାଏ ଏବଂ ଏଗୁଡ଼ିକ ଗୁମ୍ଫା କିମ୍ବା ସୁଡ଼ଙ୍ଗ ଭିତରେ ଲୁଚିଥିବା ଲୋକଙ୍କୁ ମାରିବା ପାଇଁ ବ୍ୟବହୃତ ହୋଇଥାଏ। ଆବଦ୍ଧ ସ୍ଥାନରେ ଏହା ଅତ୍ୟଧିକ ସାଘାଂତିକ ହୋଇଥାଏ। ଏଣୁ ଯୁଦ୍ଧ ସମୟରେ ବିଶେଷ ଭାବେ ସହରାଞ୍ଚଳରେ ଏହାକୁ କେତେକ ଦେଶ ବ୍ୟବହାର କରିଥାଆନ୍ତି। ଏହାର ପରିସର ହେଉଛି ୪ କିଲୋମିଟର, ଅର୍ଥାତ୍‌ ୪ କିଲୋମିଟର ଦୂରରୁ ଏହାକୁ ଲକ୍ଷ୍ୟସ୍ଥଳକୁ ଫିଙ୍ଗା ଯାଇପାରିବ। ଏହାର ବିସ୍ଫୋରଣ ବ୍ୟାସାର୍ଦ୍ଧ ଭିତରେ ଥିବା ପ୍ରତ୍ୟେକ ଜିନିଷ ବାଷ୍ପୀଭୂତ ହୋଇଯାଏ। ସୂଚନାଯୋଗ୍ୟ ଯେ, ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଲୋକମାନେ ଭୂମି ତଳେ ସୁଡ଼ଙ୍ଗରେ ଆଶ୍ରୟ ନେଉଛନ୍ତି ଏବଂ ଏହି ସହରକୁ ନିଜ ଅଧୀନକୁ ଆଣିବା ପାଇଁ ରୁଷିଆ ଏହି ଅସ୍ତ୍ର ପ୍ରୟୋଗ କରୁଥିବାର ଖବର ଆସୁଛି। ରୁଷିଆ ବ୍ୟବହାର କରୁଥିବା ବୋମା ‘tos-1a’ ନାମରେ ଜଣା ଏବଂ ଏହାକୁ ରକେଟ୍‌ରୁ ଉତ୍‌କ୍ଷେପଣ କରାଯାଇଥାଏ।
ଭାକ୍ୟୁମ୍‌ ବୋମା ପ୍ରୟୋଗର ନିଷେଧ ପାଇଁ କୌଣସି ଅନ୍ତର୍ଜାତୀୟ ଆଇନ ନାହିଁ। କିନ୍ତୁ ଯଦି କୌଣସି ଦେଶ ଏହାକୁ ବାସସ୍ଥାନ ଅଞ୍ଚଳ, ସ୍କୁଲ କିମ୍ବା ଡାକ୍ତରଖାନାରେ ବେସାମରିକ ଲୋକଙ୍କୁ ଲକ୍ଷ୍ୟ କରି ନିକ୍ଷେପ କରେ, ତାହାହେଲେ ଏହାକୁ ଜେନେଭା କନ୍‌ଭେନ୍‌ଶନ ଅନୁଯାୟୀ ଯୁଦ୍ଧ ଦୋଷୀ ଭାବେ ମନେକରାଯିବ।
ଭାକ୍ୟୁମ୍‌ ବୋମାକୁ ପ୍ରଥମେ ଜର୍ମାନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ଭିଏତ୍‌ନାମ ଯୁଦ୍ଧରେ ପ୍ରୟୋଗ କରିଥିଲା। ଆମେରିକା ମଧ୍ୟ ଏହାକୁ ଆଫଗାନିସ୍ଥାନରେ ବ୍ୟବହାର କରିଥିଲେ। ଅଲ କାଏଦା ସୈନ୍ୟମାନେ ତୋରା ବୋରା ପର୍ବତର ଗୁମ୍ଫା ଭିତରେ ଲୁଚି କରିଥିବା ବେଳେ ଆମେରିକା ୨୦୦୧ ମସିହାରେ ଏହାକୁ ପ୍ରଥମେ ଆଫଗାନିସ୍ତାନରେ ବ୍ୟବହାର କରିଥିଲା ଏବଂ ପରେ ୨୦୧୭ ମସିହାରେ ଏହାକୁ ପ୍ରଥମେ ଇସ୍‌ଲାମିକ ଷ୍ଟେଟ୍‌ ସୈନିକଙ୍କ ବିରୋଧରେ ପ୍ରୟୋଗ କରିଥିଲା। ରୁଷିଆ ୧୯୯୯ ମସିହାରେ ଚେଚେନ୍ୟା ଯୁଦ୍ଧରେ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିଲା। ରୁଷିଆ ନିର୍ମିତ ଭାକ୍ୟୁମ୍‌ ବୋମା ସିରିଆ ଗୃହଯୁଦ୍ଧରେ ବାସର-ଆଲ୍‌ ଆସାଦଙ୍କ ପ୍ରଶାସନ ବ୍ୟବହାର କରିଥିବା ଜଣାପଡ଼ିଛି।
ଭାକ୍ୟୁମ୍‌ ବୋମାର ସାଂଘାତିକ କଷ୍ଟଦାୟକ ପ୍ରଭାବକୁ ଦେଖି ଏହାର ବ୍ୟବହାର ଉପରେ ଅନ୍ତର୍ଜାତୀୟ ଆଇନ ହେବା ବାଞ୍ଛନୀୟ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର ଫେଜ୍‌ ୧
ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri