ପ୍ଲାଜମାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଟିକା

କଟକ ଅଫିସ, ୨୯ା୪: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି କି ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପ୍ରିଲ ମାସରେ କେବଳ ୮୭,୫୯୮ ଚିହ୍ନଟ ହୋଇଥିବାବେଳେ ୯୬ଜଣଙ୍କ ମୃତ୍ୟୁ ଘଟିଲାଣି। ମେ’ ମାସରେ ଏହା ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳିସ୍ଥିତିରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ରାଜ୍ୟରେ କୋଭାକ୍ସିନ ଓ କୋଭିଶିଲ୍ଡ ଟିକାକୁ କିପରି ଅଧିକରୁ ଅଧିକ ଲୋକଙ୍କୁ ଦିଆଯାଇପାରିବ ସେନେଇ ଚେଷ୍ଟା ଜାରି ରହିଥିବା କୁହାଯାଉଥିବାବେଳେ ଟିକା ଅଭାବରୁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। ଏହା ସତ୍ତ୍ୱେ ଟିକା ଲୋକଙ୍କ ପାଇଁ ଅତି ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।
ଟିକାର ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲର ଛାତି ଓ ଯକ୍ଷ୍ମାରୋଗ ବିଶେଷଜ୍ଞ ଡା. ସମ୍ପଦ ଦାସଙ୍କ କହିବାନୁସାରେ, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଜରୁରୀ। ଏହି ରୋଗ ପ୍ରତିରୋଧକ ଶକ୍ତି ଦୁଇ ପ୍ରକାରର। ସ୍ବଳ୍ପ ସମୟ ପାଇଁ ଦେହରେ ବୃଦ୍ଧି କରାଇ ପାରୁଥିବା ରୋଗ ପ୍ରତିରୋଧକ ଶକ୍ତି ଟିକାକୁ ଆମେ ଇମ୍ୟୁନୋଗ୍ଲୋବୁଲିନ-ଏମ୍‌ କହିଥାଉ। ଯେପରି କି ଟକ୍ସାଇଡ୍‌ ଇଞ୍ଜେକ୍ସନ୍‌। ସେହିପରି ଦୀର୍ଘ ସମୟ ପାଇଁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇ ପାରୁଥିବା ଟିକାକୁ ଆମେ ଇମ୍ୟୁନୋଗ୍ଲୋବୁଲିନ-ଜି କହିଥାଉ। କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ଯେଉଁ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ଦିଆଯାଉଛି ତାହା ଇମ୍ୟୁନୋଗ୍ଲୋବୁଲିନ-ଜି ବର୍ଗର ଅଟେ। କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ ଟିକା ରକ୍ତରେ ଥିବା ପ୍ଲାଜ୍‌ମାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି। ତେବେ ମୋ ନିକଟରେ ଯେଉଁ ୩ ହଜାର ବ୍ୟକ୍ତି କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୦ପ୍ରତିଶତଙ୍କୁ ସାମାନ୍ୟ ଜ୍ୱର ଆସିଥିବାବେଳେ ୫ପ୍ରତିଶତଙ୍କ ଠାରେ ବିନ୍ଧାବିନ୍ଧିର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଜଣାପଡ଼ିଛି। ୨ଡୋଜ୍‌ ଟିକା ନେବା ପରେ ମଧ୍ୟ ଜଣଙ୍କ ଠାରେ ସଂକ୍ରମଣର ଆଶଙ୍କା ରହିଛି। ଏହା କେବଳ ଶରୀର ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗୋଟିଏ ଭାଏଲରେ ୧୦ଟି ଡୋଜ୍‌ ରହୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୦.୫ ଏମ୍‌ଏଲ୍‌ ଡୋଜ୍‌ ଦିଆଯାଉଛି। କୋଭାକ୍ସିନ ଟିକା ପ୍ରଥମ ଡୋଜ୍‌ ନେବାର ୪ ରୁ ୬ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ କୁହାଯାଉଥିବାବେଳେ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୬ ରୁ ୮ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ କୁହାଯାଉଛି। ପ୍ରଥମ ଡୋଜ୍‌ ନେବାର ନିର୍ଦ୍ଧାରିତ ସମୟ ମଧ୍ୟରେ ୨ୟ ଡୋଜ୍‌ ନ ନେଲେ ପ୍ରଥମ ଡୋଜ୍‌ର ପ୍ରଭାବ ବିଶେଷ ଭାବେ କାର୍ଯ୍ୟ କରିବ ନାହିଁ। ଉଭୟ ଟିକାର କାର୍ଯ୍ୟକାରିତା ସମାନ ଅଟେ। କେବଳ ୨ଟି ଅଲଗା କମ୍ପାନୀ ଦ୍ୱାରା ଏହା ପ୍ରସ୍ତୁତ ହୋଇଛି ବୋଲି ଡା. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri