ଭାକ୍ସିନ ବନାମ ଭାଇରସ୍‌

ନୂଆଦିଲ୍ଲୀ,୧୮ା୪: କୋଭିଡ୍‌କୁ ବାଡ଼ ଦେବାକୁ ଟିକାକରଣ ଛଡ଼ା ଅନ୍ୟ ବିକଳ୍ପ ଥିବା ପରି ମନେହେଉନି। ଲୋକଙ୍କୁ ଯେତେଶୀଘ୍ର ଭାକ୍ସିନ ଦେବା ଦୌଡ଼ରେ ସାମିଲ ହୋଇଛନ୍ତି ପ୍ରାୟ ସବୁଦେଶ। ଛୋଟ ତଥା ଗରିବ ଦେଶ ବି ଯେପରି ଭାକ୍ସିନେଶନରୁ ବାଦ୍‌ ନ ପଡ଼େ ସେ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବାରମ୍ବାର ପ୍ରାଥମିକତା ଦେଇଆସୁଛି। ସମଗ୍ର ବିଶ୍ୱରେ ଶନିବାର ସୁଦ୍ଧା ପ୍ରାୟ ୮୮ କୋଟି ଲୋକଙ୍କର ଟିକାକରଣ ସରିଛି। ବ୍ରିଟେନରେ ସର୍ବାଧିକ ୪୦ କୋଟି ଟିକାକରଣ କରାଯାଇଥିବା ରିପୋର୍ଟ କହୁଛି। ସର୍ବାଧିକ ସଂକ୍ରମିତ ଦେଶ ଆମେରିକାରେ ଟିକାକରଣ ଶନିବାର ସୁଦ୍ଧା ୨୦ କୋଟି ଟପିଛି। ଏହା ସତ୍ତ୍ୱେ ଥମିପାରୁନି ମୃତ୍ୟୁସଂଖ୍ୟା। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ଫେବୃୟାରୀ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ୨୦ ଲକ୍ଷ ଅତିକ୍ରମ କରିଥିଲା। ଏଥିପାଇଁ ସମୟ ଲାଗିଥିଲା ମାତ୍ର ୫ ମାସ। ବର୍ତ୍ତମାନର ସ୍ଥିତି ଆହୁରି ଗମ୍ଭୀର ହୋଇଛି। ମାତ୍ର ୨ ମାସରେ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବା ଚିନ୍ତା ବଢ଼ାଇଛି।
ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। ହେଲେ ଏହା ତାଳ ଦେଇଛି କୋଭିଡ୍‌ ମୃତ୍ୟୁ ହାର। ସାରା ବିଶ୍ୱରେ କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ ୧୫ ହଜାର ଟପିଛି। ସଂକ୍ରମଣ ରୋକିବାକୁ ଦେଶଗୁଡ଼ିକ ସଂଘର୍ଷ କରୁଥିବାବେଳେ ସମସ୍ୟା ବଢ଼ାଇଛି ନୂଆ ମ୍ୟୁଟେଶନ। କରୋନାର ନୂଆ ଷ୍ଟ୍ରେନ ଭାରିଆଣ୍ଟ ବ୍ୟାପକ ସଂକ୍ରମଣର ପ୍ରମୁଖ କାରଣ ପାଲଟିଛି, ଯାହାସହ ଲଢ଼େଇ କରିବା ଚ୍ୟାଲେଞ୍ଜ ପାଲଟିଛି। ୨୦୨୦ ସେପ୍ଟେମ୍ବର ୨୧ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ତଳେ ରହିଥିଲା। ହେଲେ ୫ ମାସ ପରେ ତାହା ହଠାତ୍‌ ବୃଦ୍ଧି ପାଇ ଗତ ଫେବୃୟାରୀରେ ୨୦ ଲକ୍ଷ ଅତିକ୍ରମ କଲା। ଏବେ ମାତ୍ର ୨ ମାସରେ ମୃତକଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ସଂକ୍ରମଣ ସମେତ ମୃତ୍ୟୁହାରରେ ଆମେରିକା ସବୁଠାରୁ ଆଗରେ ରହିଥିବାବେଳେ ଏହାତଳକୁ ବ୍ରାଜିଲ, ମେକ୍ସିକୋ ରହିଛି। ଏହି ରେସ୍‌ରେ ଭାରତ ମଧ୍ୟ ଧୀରେ ଧୀରେ ସାମିଲ ହେଉଛି। ଏ ସବୁକୁ ଦେଖିଲେ ମନେ ହେଉଛି ଯେମିତି ଭାକ୍ସିନକୁ ଟକ୍କର ଦେଉଛି କୋଭିଡ୍‌-୧୯ ଭାଇରସ୍‌। ଟିକାକରଣ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଅଟକାଯାଇ ନ ପାରିବା ମେଡିକାଲ ସାଇନ୍ସ ଆଗରେ ଆହ୍ବାନ ହୋଇ ଛିଡ଼ା ହୋଇଛି।

ଆମେରିକାରେ ୫୭୦ରେ ଜଣେ
କରୋନା ଭୂତାଣୁ ବିଶ୍ୱକୁ ବ୍ୟାପିବା ସମୟରେ ଏକ ସର୍ଭେରେ କୁହାଯାଇଥିଲା ଯେ, ଆମେରିକା ସଂକ୍ରମଣ ରୋକିବାରେ ସଫଳ ଦେଶ ହୋଇ ଉଭାହେବ। ହେଲେ ତାହା ଭୁଲ୍‌ ପ୍ରମାଣିତ ହେଲା। କେବଳ ଆମେରିକାରେ ୫୭୯,୯୫୧ ଜଣ ଭୂତାଣୁ କବଳରେ ପ୍ରାଣ ହରାଇସାରିଲେଣି। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୩୦୮,୫୫୭ରେ ପହଞ୍ଚିଛି। ଦେଶରେ ଟିକାକରଣ ୨୦ କୋଟି ଟପିଛି। ଦିନକୁ ୩୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଉଥିବା ସତ୍ତ୍ୱେ ପ୍ରାୟ ୫୭୦ ଜଣରେ ଜଣଙ୍କ ମୃତ୍ୟୁ ଘଟୁଛି, ଯାହା କି ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୋଗ ବ୍ୟାପିବାକୁ ବ୍ୟାପକ ପଦକ୍ଷେପ ନ ନେବା, କଟକଣା ଜାରି ନ କରିବା, ଟେଷ୍ଟିଂକୁ ଗୁରୁତ୍ୱ ନ ଦେବା ଏପରିକି ଗତ ଜୁଲାଇ ମାସ ପର୍ଯ୍ୟନ୍ତ ନିଜେ ଟ୍ରମ୍ପ୍‌ ମାସ୍କ ନ ପିନ୍ଧିବା ଆଦି କାରକ ସଂକ୍ରମଣ ବଢ଼ାଇବାରେ ଲାଗିଥିଲା ବୋଲି ବିଶେଷଜ୍ଞ ମତ ଦିଅନ୍ତି।

ବୋଲସୋନାରୋଙ୍କ ବେଖାତିର୍‌
ସଂକ୍ରମଣଜନିତ ମୃତ୍ୟୁସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଶନିବାର ସୁଦ୍ଧା ଦେଶରେ ୩୬୯,୦୨୪ ଜଣ ଭୂତାଣୁ କବଳରେ ପ୍ରାଣ ହାରିସାରିଲେଣି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୪,୩୪୨ରେ ପହଞ୍ଚିଛି। କିଛି ସପ୍ତାହ ହେଲା ବ୍ରାଜିଲରେ ପ୍ରତି ୪ ଜଣରେ ଜଣଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟ କହୁଛି। ସେହିପରି ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଠାରେ ଟିକା ଦିଆଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପରି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ବେଖାତିର ନୀତିକୁ ଏଥିପାଇଁ ଦାୟୀ କରାଯାଉଛି। କରୋନାକୁ ସାଧାରଣ ଥଣ୍ଡା ଅଭିହିତ କରିବା, ଟିକାର ପରିହାସ କରିବା, କଟକଣା ଲାଗୁ ନ କରିବା ଆଦି ପାଇଁ ଦେଶରେ ଭୂତାଣୁ କୋପ ବଢ଼ିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି। ଆସନ୍ତା ଜୁଲାଇ ସୁଦ୍ଧା ବ୍ରାଜିଲରେ କରୋନା ମୃତ୍ୟୁ ୫ ଲକ୍ଷ ଟପିଯିବ ବୋଲି ଓ୍ବାଶିଂଟନ ୟୁନଭର୍ସିଟି ଆକଳନ କରିଛି।

୮୬% କୋଭିଡ୍‌ ମୃତ୍ୟୁ ୧୦ ରାଜ୍ୟରେ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ୧,୩୪୧ ଜଣଙ୍କ ଜୀବନ ନେଇଛି। ମୃତ୍ୟୁସଂଖ୍ୟାର ୮୫.୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ଆସିଥିବାବେଳେ ୫୦ ପ୍ରତିଶତରୁ ଅଧିକ ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ରୁ ବୋଲି ଜଣାପଡ଼ିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୩୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୧୪୧, ଛତିଶଗଡ଼ରେ ୧୩୮, ଉତ୍ତରପ୍ରଦେଶରେ ୧୦୩, ଗୁଜରାଟରେ ୯୪, କର୍ନାଟକରେ ୭୮, ମଧ୍ୟପ୍ରଦେଶରେ ୬୦, ଝାଡ଼ଖଣ୍ଡରେ ୫୬, ପଞ୍ଜାବରେ ୫୦ ଏବଂ ତାମିଲନାଡୁରେ ୩୩ ଜଣଙ୍କ ଜୀବନ ନେଇଛି ଭୂତାଣୁ। ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ରେ କାହାର ମୃତ୍ୟୁ ଘଟିନାହିଁ।
ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୪,୬୯୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ ମୋଟ ସକ୍ରିୟ ମାମଲା ସଂଖ୍ୟା ୧୬,୭୯,୭୪୦କୁ ବୃଦ୍ଧି ପାଇଛି, ଯାହା କି ମୋଟ ସଂକ୍ରମଣର ୧୧.୫୬ ପ୍ରତିଶତ। ମୋଟ ସକ୍ରିୟ ମାମଲାର ୬୫.୦୨ ପ୍ରତିଶତ ୫ଟି ରାଜ୍ୟରେ ଦେଖାଦେଇଛି। ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ନାଟକ ଏବଂ କେରଳ। ମୋଟ ସକ୍ରିୟ ମାମଲାର ୩୮.୦୯ ପ୍ରତିଶତ ମହାରାଷ୍ଟ୍ରରେ ରହିଛି।

ଭାରତରେ ଅଣାୟତ୍ତ ସ୍ଥିତି
ଦୈନିକ ସଂକ୍ରମଣରେ ଭାରତର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିଲେ ହେଁ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍‌ ରହିଛି। ହେଲେ ଟିକା ଅଭାବ, ଚିକିତ୍ସା ପାଇଁ କେତେକ ରାଜ୍ୟରେ ହସ୍ପିଟାଲରେ ବେଡ୍‌ ନ ମିଳିବା, ଲୋକେ କରୋନା ଗାଇଡ୍‌ଲାଇନ ନ ମାନିବା ଆଦି ଏହି ସଂଖ୍ୟା ବୃଦ୍ଧି କରିବାରେ ବଡ଼ କାରକ ସାଜିବ ଏବଂ ବିଶ୍ୱରେ କୋଭିଡ୍‌ ମୃତ୍ୟୁ ବ୍ୟାପକ ବଢ଼ାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଶନିବାର ସୁଦ୍ଧା ଟିକାକରଣ ୧୨ କୋଟିର ନିକଟତର ହୋଇଛି। ସଂକ୍ରମଣଜନିତ ମୃତ୍ୟୁ ହାର ଭାରତରେ ୦.୦୮ ପ୍ରତିଶତ ଥିବାବେଳେ ଆମେରିକାରେ ଏହା ୦.୬ ପ୍ରତିଶତ ରହିଛି, ଯାହା କି ଭାରତଠାରୁ ପ୍ରାୟ ୮ ଗୁଣ ଅଧିକ। ଭାରତରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁହାର ଅପେକ୍ଷାକୃତ କମ୍‌ ରହିଥିବା କୁହାଯାଇଛି।

ଛୋଟ ଦେଶରେ ବଡ଼ ସଂଖ୍ୟା
ମାତ୍ର ୧୩ କୋଟି ଲୋକସଂଖ୍ୟାକୁ ନେଇ ଗଠିତ ମେକ୍ସିକୋ କିନ୍ତୁ କରୋନା ସଂକ୍ରମଣଜନିତ ମୃତ୍ୟୁରେ ବେଶ୍‌ ଆଗରେ ରହିଛି। ଶନିବାର ସୁଦ୍ଧା ଏହି ଉତ୍ତର ଆମେରିକୀୟ ଦେଶରେ ଭୂତାଣୁ କବଳରେ ୨୩ ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୨,୧୧,୬୯୩ ଜଣ ପ୍ରାଣ ହାରିଲେଣି, ଯାହା କି ସାରା ବିଶ୍ୱରେ ତୃତୀୟ ସର୍ବାଧିକ। ତେବେ ଟେଷ୍ଟିଂ ଅଭାବ ଯୋଗୁ ପ୍ରକୃତରେ ଏହି ସଂଖ୍ୟା ୩୩୦,୦୦୦ ଟପିଥିବା ଆକଳନ କରାଯାଉଛି। ପ୍ରାୟ ୩୩ ଲକ୍ଷଙ୍କୁ ଟିକା ପ୍ରଦାନ କରାଯାଇଛି। ତେବେ ଲୋକମାନଙ୍କୁ ଆବଶ୍ୟକ ମୁତାବକ ମାସ୍କ ନ ମିଳିବା, ଭ୍ରମଣ ଉପରେ ରୋକ ନ ଲାଗିବା, ସୁରକ୍ଷା ଉପକରଣର ଅଭାବ, ସାମାଜିକ ଦୂରତା ପାଳନ କରା ନ ଯିବା ଆଦି ଏହି ଛୋଟ ଦେଶରେ ବଡ଼ ଧରଣର ସଂକ୍ରମଣ ପଛର କାରଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?