ଗଞ୍ଜାମରେ ଟିକାକରଣ ସ୍ବଭାବିକ

ଛତ୍ରପୁର,୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କୋଭିଡ୍‌ ଟିକାକାରଣ ଶୁକ୍ରବାର ଠାରୁ ପୁଣି ସ୍ବଭାବିକ ହୋଇଛି। ଗୁରୁବାର ଜିଲାର ୧୦ବ୍ଲକରେ ଟିକା ଦେବା ବନ୍ଦ ଥିଲା। ତେବେ ଶୁକ୍ରବାର ଜିଲାର ସମସ୍ତ ୧୮ ସହର ଏବଂ ୨୨ ବ୍ଲକ ଅଧୀନ ଗ୍ରାମାଞ୍ଚଳ ସ୍ତରରେ ଥିବା କେନ୍ଦ୍ରରେ ଟିକା ଦିଆଯାଉଛି । ଉଭୟ ଅନ୍‌ଲାଇନ ଓ ସ୍ପଟ ପଞ୍ଜିକରଣରେ ଟିକା ଦିଆଯାଉଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।