କର୍ଲାମୁଣ୍ଡାରେ ଟିକାକରଣ ଆରମ୍ଭ: ପ୍ରଥମ ଦିନରେ ନେଲେ ୫୩ ସ୍ବାସ୍ଥ୍ୟକର୍ମୀ

କର୍ଲାମୁଣ୍ଡା,୨୧।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି। ଏଥିରେ ଚିକିତ୍ସାଧିକାରୀ ଡଃ ସୌମ୍ୟରଞ୍ଜନ ପାତ୍ର, ଡଃ ଅଖିଳେଶ ସାମଲ, ଶିଖିଧ୍ୱଜ ପଟେଲ, ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବିପିଏମ ଅଜିତ କୁମାର ସିଂ ପ୍ରମୁଖ ଯୋଗଦେଇ ଟିକାକରଣର ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା କରିଥିଲେ। ପ୍ରଥମ ଦିବସରେ ୫୩ ଜଣ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି, ଆଶାକର୍ମୀ, ସୁପରଭାଇଜର ଟିକାକରଣରେ ସାମିଲ କରାଯାଇଥିବା ବେଳେ ଚଳିତ ମାସ ୨୩ ଓ ୨୫ ତାରିଖରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଥିବା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ବିମଳ ଚନ୍ଦ୍ର ସାହୁ, ଦୁତିଆନ ରଣା, ରୀତାଞ୍ଜଳି ଶବର, ସୀପା ଦୀପ୍‌, ରୋଜାଲିନ୍‌ ବାଗ, ମାଧୁରୀ ବାଗ ପ୍ରମୁଖ ସହଯୋଗ କରିଥିଲେ।