ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି

ଫୁଲବାଣୀ ଅଫିସ, ୨୯ା୧୧:ପଛୁଆ ଜିଲା ଭାବେ ପରିଚିତ କନ୍ଧମାଳ ଜିଲାରେ ସ୍ବାସ୍ଥ୍ୟ ସେବାକୁ ଭଗବାନ ଭରସା ା ଜିଲାରେ ଲୋକ ସଂଖ୍ୟା ଏବଂ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ ଯୋଗୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବହୁ ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଜିଲାବାସୀ ଭରସା କରିପାରୁ ନ ଥିବା ବେଳେ ରୋଗୀଙ୍କୁ କୁଆଡେ ନେବେ ତାହା ଜାଣି ପାରୁନାହାନ୍ତି। ଅକାଳରେ ଚାଲି ଯାଉଛି ଜୀବନ ା ଏସବୁ ଦେଖିଲେ ଜିଲାରେ ଏବେ ବି ବିକାଶ ଅପହଞ୍ଚ ସେଥିରେ ଦ୍ୱିମତ ନାହିଁ ା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ବହୁ ରୋଗୀ ଆସୁଛନ୍ତି। ହେଲେ ଡାକ୍ତର ଅଭାବ ଯୋଗୁ ସେମାନେ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ଥଣ୍ଡା, ଜ୍ୱର, କାଶ ଆଦି ସାମାନ୍ୟ ରୋଗରେ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ରେଫର କରି ଦିଆଯାଉଛି ା ବିଶେଷଜ୍ଞ ଡାକ୍ତର ନ ଥିବାରୁ କେହି ରିସ୍କ ନେବାକୁ ଚାହୁଁ ନାହାନ୍ତିି। ଜିଲା ମୁଖ୍ୟ ଚିିକତ୍ସାଳୟ ଏକ ରେଫରାଲ ହସ୍ପିଟାଲ ଭାବେ ଦୁର୍ନାମ ଅର୍ଜନ କରି ଚାଲିଛି ା ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ(ଏସ୍‌ଡିଏଚ୍‌)ରେ ମୋଟ ୪୨ ଜଣ ବିଶେଷଜ୍ଞ ପଦବୀ ଥିବା ବେଳେ ମାତ୍ର ୧୬ ଜଣ ଅଛନ୍ତି। ବାଲିଗୁଡା ଏସ୍‌ଡିଏଚ୍‌ରେ ଜଣେ ବି ବିଶେଷଜ୍ଞ ନାହାନ୍ତି। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟ ଅଧୀନରେ ରହିଛି ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲାରେ ଡାକ୍ତରଙ୍କ ପଦବୀ ୨୮୫ ଥିବା ବେଳେ ୨୧୯ ଜଣ ଅଛନ୍ତି। ୬୬ ପଦବୀ ଖାଲି ପଡିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ ା ୧୪ଟି ପଦବୀ ଖାଲି ରହିଛି। ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟରେ ୧୨ ବିଶେଷଜ୍ଞ ପଦବୀ ଥିବା ବେଳେ ଜଣେ ହେଲେ ବି ନାହାନ୍ତି। ଫଳରେ ଏହି ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ା
ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ୩ଟି ପଦବୀରୁ ଗୋଟିଏ ଖାଲିପଡିଛି ା ସେହିପରି ଶିଶୁ ବିଶେଷଜ୍ଞ ୮ଟି ରୁ ୫, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ୫ ଟିରୁ ୩, ରେଡିଓଲୋଜି ୧ ପଦବୀ, ପାଥୋଲୋଜି ବିଶେଷଜ୍ଞ ଗୋଟିଏ ପଦବୀ, ୨ ନିସ୍ତେଜକ ପଦବୀରୁ ଗୋଟିଏ ଖାଲି ପଡିଛି । ଚକ୍ଷୁ ରୋଗ ବିଶେଷଜ୍ଞ ଦୁଇଟି ପଦବୀ, ନାଶା, ଗଳା ଓ କର୍ଣ୍ଣ ବିଶେଷଜ୍ଞ ଗୋଟିଏ ପଦବୀ, ଚର୍ମ ରୋଗ ବିଶେଷଜ୍ଞ ଗୋଟିଏ ପଦବୀରୁ କେହି ହେଲେ ନାହାନ୍ତି। ସେହିପରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ, ଅସ୍ତ୍ରୋପଚାର, ଅସ୍ଥିଶଲ୍ୟ, ପାଥୋଲୋଜି, ଚକ୍ଷୁ ବିଶେଷଜ୍ଞ ପଦବୀ ଆବଶ୍ୟକ ଥିବା ବେଳେ କେହି ମଧ୍ୟ ଜଣେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଶିଶୁ ବିଶେଷଜ୍ଞ ୩ଟି ପଦବୀ ଖାଲି ପଡିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ଏବଂ ନିସ୍ତେଜକ ବିଶେଷଜ୍ଞଙ୍କ ପଦବୀ ଖାଲି ପଡିଛି ।
ରାଜ୍ୟ ସରକାର ଜିଲାର ଦୁର୍ଗମ ଅଞ୍ଚଳରେ କାମ କରିବା ଲାଗି ଡାକ୍ତରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରଖିଛନ୍ତି। କିନ୍ତୁ ବହୁ ଡାକ୍ତର ମେଡିକାଲରେ ନ ରହି ଛୁଟି କାଟୁଥିବା ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ସମସ୍ୟା ଯୋଗୁ ଜିଲାରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛିା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଜିଲାବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri