ବାଣୀଙ୍କ ସହ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମକୁ ନେଇ କିଛି ଖବର ଆସିଛି। ଖୁବ୍‌ଶୀଘ୍ର ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମରେ ନଜର ଆସିବେ। ଆଉ ତାଙ୍କ ଅପୋଜିଟର ନାୟିକା ସାଜିବେ ବାଣୀ କପୁର। ଫିଲ୍ମର ଟାଇଟେଲ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ସେ କିନ୍ତୁ ଏକ ଆଥଲେଟ୍‌ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଆଉ ଏଥିପାଇଁ ସେ ଏବେ ଜିମ୍‌ରେ ଖୁବ୍‌ କସରତ କରୁଛନ୍ତି। ଏହାର ଶୁଟିଂ ଆସନ୍ତା ଅକ୍ଟୋବରରୁ କରାଯିବାକୁ ଯୋଜନା ଥିବା ବେଳେ ଏହା ଉତ୍ତର ଭାରତର ଏକ ଲଭ୍‌ ଷ୍ଟୋରୀ ଉପରେ ପର୍ଯ୍ୟବେସିତ ହେବ ବୋଲି ଜଣାପଡିଛି। ଏହା ବାଣୀ ଓ ଆୟୁଷ୍ମାନଙ୍କ ପ୍ରଥମ ଯୋଡି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ନିକଟରେ ଆୟୁଷ୍ମାନ ମଧ୍ୟ ଏକ ସାକ୍ଷାତ୍‌ କାରରେ କହିଥିଲେ କି ସେ ଖୁବ୍‌ ଶୀଘ୍ର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି।

Share