ଭାଜପା ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନ

ଭୁବନେଶ୍ୱର,୧୬ା୫(ଅନିଲ ଦାସ): କେନ୍ଦ୍ର ସରକାର ଓଡ଼ିଶାରୁ ଯେଉଁ ପରିମାଣର ଅର୍ଥ ବିଭିନ୍ନ କର ଆକାରରେ ନେଉଛି ସେହି ଅନୁଯାୟୀ ଓଡ଼ିଶାକୁ କିଛି ଦେଉନାହିଁ। ‘ଭାଜପା ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’। ସମ୍ବଲପୁର ଲୋକ ସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡିର ନିର୍ବାଚନ ପ୍ରଚାର ବେଳେ ନିଜର ବକ୍ତବ୍ୟ ରଖି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ସେ କହିଛନ୍ତି,ଏମ୍‌ସିଏଲ୍‌ ପ୍ରତିବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ରୁ ୨୭ ହଜାର କୋଟି ଟଙ୍କା ପାଉଛି, କିନ୍ତୁ ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି। ଭାଜପା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି।

ସମାଲୋଚନା କରି ସେ କହିଛନ୍ତି, କେନ୍ଦ୍ରରେ ତୈଳମନ୍ତ୍ରୀ ଥିବାବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍‌ପିଜି ଦର ବୃଦ୍ଧି କରାଗଲା। ତାଙ୍କ ଦସ୍ତଖତ ମା’ମାନଙ୍କ ଆଖିରେ ଲୁହ ଦେଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ। କେନ୍ଦ୍ରମନ୍ତ୍ରୀ ଆପଣଙ୍କ ସ୍ବାର୍ଥରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି କି ଲଢ଼ିପାରିବେ ନାହିଁ। କ୍ଷମତା ପାଇଲେ ମିଶନ ଶକ୍ତି ବନ୍ଦ କରିଦେବେ, ଏଲ୍‌ପିଜି ଦର ପୁଣି ବଢାଇବେ। ଶିକ୍ଷାମନ୍ତ୍ରୀ ଭାବେ କାହାକୁ ସେ ସ୍କଲାରଶିପ୍‌ ଦେଇଛନ୍ତି କି? ଏହା ହେଉଛି ଲୋକ ବିରୋଧୀ ଶାସନର ପରିଚୟ। ଜୁନ୍‌ ୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ୧ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ତିନୋଟି ଦସ୍ତଖତ ହେବ। ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‌ ଛାଡ଼, ବିଏସ୍‌କେୱାଇରେ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ମିଶନ ଶକ୍ତି ଓ ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ ଏବଂ ମିଶନ ଶକ୍ତି ମା’ ଓ କର୍ମଚାରୀଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା।

ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ ବୋଲି କହିଲା ପରେ ଭାଜପାର ନିଦ ଭାଙ୍ଗିଯାଇଛି। ସେମାନେ କହୁଛନ୍ତି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ଭାଜପା ଦିନରେ ଲଣ୍ଠନ ଦେଖାଉଛି ବୋଲି ପାଣ୍ଡିଆନ କହିଛନ୍ତି। ମା’ ସମଲେଇଙ୍କ ପ୍ରକଳ୍ପକୁ ଭାଜପା ନେତା ବିରୋଧ କରୁଥିଲେ। ବନ୍ଦ କରିଦେବା ପାଇଁ ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ, ମା’ ସମଲେଇଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ସାଂସଦ ପ୍ରାର୍ଥୀ ବବି ବାବୁଙ୍କ କଠିନ ପରିଶ୍ରମ ଯୋଗୁ ଆମେ ଲକ୍ଷ୍ୟ ହାସଲ କଲୁ, ପ୍ରକଳ୍ପ ସମ୍ପୂର୍ଣ୍ଣ କଲୁ। ଦେବଗଡ଼ର ପ୍ରଧାନପାଟକୁ ୧ କୋଟି, ଜିଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟିରେ ରୂପାନ୍ତର, ଦେବଗଡ଼ର ୪ ହଜାର ପିଲାଙ୍କୁ ନୂଆ-ଓ ସ୍କଲାରଶିପ୍‌ ଦିଆଯାଇଛି ବୋଲି ସେ କହିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ପାଣ୍ଡିଆନ ମତଦାତାଙ୍କୁ ନିବେଦନ କରିଛନ୍ତି।

ଅବସରରେ ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଭାଜପା ସରକାର ଯାହା କହନ୍ତି ତାହା କରନ୍ତି ନାହିଁ। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଯାହା କହିଥାନ୍ତି ତାଠୁ ଅଧିକ କାମରେ କରିକି ଦେଖାନ୍ତି। ଜଣେ ମିଛ ପ୍ରଚାର କରୁଛି, ଅପରପକ୍ଷରେ ଅନ୍ୟ ଜଣେ କାମ କରି ଚାଲିଛନ୍ତି ବୋଲି ସେ କହିଛନ୍ତି।

ଦେବଗଡ଼ ବିଧାୟକ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ନିଜର ଅଭିଭାଷଣରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri