Posted inଖେଳ

ଉତ୍ତରାଖଣ୍ଡ ଅଗ୍ରଣୀ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଡେରାଡୁନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିଛି। ଅଧିନାୟକ ଜିଓ୍ବନଜୋତ ସିଂଙ୍କ ଅପରାଜିତ ଶତକ ସହାୟତାରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀଲାଭ କରିଛି। ଅଭିମନ୍ୟୁ କ୍ରିକେଟ ଏକାଡେମୀ ପଡ଼ିଆରେ ଚାଲିଥିବା ମ୍ୟାଚରେ ବୁଧବାର ଦ୍ୱିତୀୟ ଦିବସ ଶେଷ ବେଳକୁ ଉତ୍ତରାଖଣ୍ଡ ୩ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ଫଳରେ ଓଡ଼ିଶା ପ୍ରଥମ ଇନିଂସଠାରୁ ଏହି ଦଳ ୯୫ ରନରେ ଅଗ୍ରଣୀ ହୋଇଛି। ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୨୧୩ ରନ କରିଥିଲା।
ଓଡ଼ିଶା ବୋଲର ପ୍ରଭାବହୀନ
ପ୍ରଥମ ଦିବସର ଅସମାପ୍ତ ସ୍କୋର ୪/୦ରୁ ଖେଳ ଆରମ୍ଭ କରିଥିବା ଉତ୍ତରାଖଣ୍ଡ ୨୧ ରନରେ ଓପନର ପ୍ରିୟାଂଶୁ ଖଣ୍ଡୁରୀଙ୍କ ଉଇକେଟ ହରାଇଥିଲା। ଉଇକେଟ କିପର ରାଜେଶ ଧୂପରଙ୍କ ହାତରେ କ୍ୟାଚ କରାଇ ପ୍ରିୟାଂଶୁ (୬ ରନ)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। କୁନାଲ ଚାଣ୍ଡେଲା ରନଆଉଟ ହୋଇଥିବାବେଳେ ୬୦ତମ ଓଭରରେ ଦୀକ୍ଷାଂଶୁ ନେଗିଙ୍କ ଉଇକେଟ ନେଇଥିଲେ ଶୁଭମ୍‌ ନାୟକ। ଉଭୟ ଚାଣ୍ଡେଲା ଓ ନେଗି ୨୮ ରନ ଲେଖାଏ କରି ଆଉଟ ହେବାରୁ ୧୭୦ ରନରେ ଉତ୍ତରାଖଣ୍ଡର ୩ୟ ଉଇକେଟ ପଡ଼ିଥିଲା। ତେବେ ଅନ୍ୟତମ ଓପନର ଜିଓ୍ବନଜୋତ ଓ ମିଡିଲ ଅର୍ଡର ବ୍ୟାଟର ସ୍ବପ୍ନିଲ ସିଂ ଅସମାପ୍ତ ୪ର୍ଥ ଉଇକେଟରେ ୧୩୮ ରନର ଭାଗୀଦାରି ଗଢ଼ି ଦଳକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ଆହୁରି ୨ ଦିନ ବାକିଥିବାରୁ ଉତ୍ତରାଖଣ୍ଡ ଏକ ବଡ଼ ଇନିଂସ ଗଢ଼ିବା ସମ୍ଭାବନା ସୃଷ୍ଟି କରିଛି। ୩୦୬ ବଲ୍‌ର ସମ୍ମୁଖୀନ ହୋଇଥିବା ଜିଓ୍ବନଜୋତ ୨୮ ଚୌକା ସହାୟତାରେ ୧୭୪ ଏବଂ ସ୍ବପ୍ନିଲ ୯୧ ବଲ୍‌ରୁ ୬୦ ( ୩ ଚୌକା, ୩ ଛକା) ରନରେ ଅପରାଜିତ ରହିଛନ୍ତି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ୭ ଜଣ ବୋଲରଙ୍କୁ ଲଗାଇଥିଲେ ହେଁ ଯୋଡ଼ି ଭାଙ୍ଗିପାରି ନ ଥିଲେ। ପ୍ରକାଶଯୋଗ୍ୟ ଯେ ସିଜନ ଆରମ୍ଭରେ ବରୋଦା ବିପକ୍ଷରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚର ମଧ୍ୟ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିଲା। ଏଠାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏପରି କି ଓଡ଼ିଶା ଦ୍ୱିତୀୟ ଇନିଂସରେ ସତର୍କତାର ସହ ବ୍ୟାଟିଂ ନ କଲେ ପରାଜୟର ମଧ୍ୟ ଆଶଙ୍କା ରହିବ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୩। ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୩୦୮/୩ (ଜିଓ୍ବନଜୋତ ସିଂ-୧୭୪*, ସ୍ବପ୍ନିଲ ସିଂ-୬୦*, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୩, ଶୁଭମ୍‌ ନାୟକ-୧/୭୦)।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri