Posted inଜାତୀୟ

ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…

ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ମହିଳା ନେତାମାନେ ମଧ୍ୟ ପଛରେ ନାହାଁନ୍ତି। ସାଧାରଣତଃ ବାହୁବଳୀ ନେତାମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ପ୍ରକୃତରେ ସେପରି ନୁହେଁ। ରାଜ୍ୟର ବହୁ ମହିଳା ନେତା ଅଛନ୍ତି, ଯେଉଁମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ପସନ୍ଦ କରନ୍ତି। କେତେକ ନେତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ମହିଳା ନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହିତ ବହୁ ପରିମାଣର ଅଳଙ୍କାର ମଧ୍ୟ ଅଛି। ସେହିପରି ଅସ୍ତ୍ରଶସ୍ତ୍ର ମଧ୍ୟରେ ରାଇଫଲ ଠାରୁ ଆରମ୍ଭ କରି ରିଭଲଭର , ପିସ୍ତଲ ଏବଂ ଡବଲ ବ୍ୟାରେଲ ବନ୍ଧୁକ ପର୍ଯ୍ୟନ୍ତ ଏସବୁ ମହିଳା ନେତାମାନେ ସେମାନଙ୍କ ପାଖରେ ରଖିଛନ୍ତି। ଏହା ସେମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ସମୟରେ ପ୍ରଦାନ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

କେତେକ ମହିଳା ନେତାଙ୍କ ପାଖରେ କାର୍‌ ନାହିଁ। କିନ୍ତୁ ଅସ୍ତ୍ରଶସ୍ତ୍ର ରଖିବାକୁ ସେମାନେ ପସନ୍ଦ କରିଥାନ୍ତି। କଂଗ୍ରେସର ରାମପୁର ଖାସର ପ୍ରାର୍ଥୀ ଆରାଧନା ମିଶ୍ର ମୋନାଙ୍କ ପାଖରେ କାର୍‌ ନାହିଁ । ତାଙ୍କ ପାଖରେ ପିସ୍ତଲ ଲାଇସେନ୍ସ ରହିଛି। ଏହାର ମୂଲ୍ୟ ଲକ୍ଷେ ଟଙ୍କା ପାଖାପାଖି। ଅପରପକ୍ଷରେ ପାଟିଆଲି ଆସନରୁ ଏସପି ପ୍ରାର୍ଥୀ ଥିବା ନାଦିରା ସୁଲତାନଙ୍କ ପାଖରେ ଉଭୟ ରାଇଫଲ ଏବଂ ରିଭଲଭର ଲାଇସେନ୍ସ ଅଛି। ଶାହାବାଦରୁ ଭାଜପାପ୍ରାର୍ଥୀ ରଜନୀ ତିୱାରୀଙ୍କର ମଧ୍ୟ ଉଭୟ ରିଭଲଭର ଏବଂ ରାଇଫଲ ଲାଇସେନ୍ସ ରହିଛି। ବିଜନୋର ବିଏସପି ପ୍ରାର୍ଥୀ ରୁଚି ଓ୍ବିରାଙ୍କ ପାଖରେ ଏକ ରିଭଲଭର, ଦୁଇ ନଳୀ ବନ୍ଧୁକ ସମେତ ତିନୋଟି ଅସ୍ତ୍ର ଲାଇସେନ୍ସ ରହିଛି।

ମୋହନଲାଲଗଞ୍ଜର ଏସପି ପ୍ରାର୍ଥୀ ସୁଶୀଲା ସରୋଜଙ୍କ ପାଖରେ ତିନି ଅସ୍ତ୍ରଶସ୍ତ୍ର ରହିଛି। ୨୦୦୦ରେ ଏମ୍‌ପି କୋଟାରୁ ରିଭଲଭର ନିଆଯାଇଥିଲା ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହା ସହିତ ତାଙ୍କ ନାମରେ ଡବଲ ବ୍ୟାରେଲ ବନ୍ଧୁକ ଏବଂ ରାଇଫଲ ମଧ୍ୟ ପଞ୍ଜିକୃତ ହୋଇଛି। ଭାଜପା ପ୍ରାର୍ଥୀ ଅଲକା ରାୟଙ୍କ ପାଖରେ ଉଭୟ ପିସ୍ତଲ ଏବଂ ରିଭଲଭର ରହିଛି। ଡୁମାରିଆଗଞ୍ଜର ଏସପି ପ୍ରାର୍ଥୀ ସଇଦା ଖାତୁନଙ୍କର ଏକ ରିଭଲଭର ରହିଛି। ମେଜାର ଭାଜପା ପ୍ରାର୍ଥୀ ନୀଲମ କାରୱରିଆଙ୍କ ଏବଂ ପ୍ରତାପପୁରର ଏସ୍‌ପି ପ୍ରାର୍ଥୀ ବିଜୟ ଯାଦବଙ୍କ ପାଖରେ ବନ୍ଧୁକ ଓ ରାଇଫଲ ରହିଛି।

କେବଳ ମହିଳା ନେତାମାନେ ଅସ୍ତ୍ରଶସ୍ତ୍ରକୁ ପସନ୍ଦ କରନ୍ତି ତାହା ନୁହେଁ, ବହୁ ରାଜନେତାଙ୍କ ସ୍ତ୍ରୀମାନଙ୍କ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅଛି। ଲକ୍ଷ୍ନୌ କାଣ୍ଟର ଭାଜପା ପ୍ରାର୍ଥୀ ବ୍ରିଜେଶ ପାଠକଙ୍କ ସ୍ତ୍ରୀଙ୍କର ପିସ୍ତଲ ଲାଇସେନ୍ସ ରହିଛି। ଅପରପକ୍ଷରେ, ଦକ୍ଷିଣ ପ୍ରୟାଗରାଜ ପ୍ରାର୍ଥୀ ହୋଇଥିବା ନନ୍ଦ ଗୋପାଳ ନନ୍ଦୀ ଏବଂ ତାଙ୍କ ସ୍ତ୍ରୀ ଅଭିଳାଷ ଗୁପ୍ତାଙ୍କ ପାଖରେ ମୋଟ ୬ଟି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରହିଛି। ଉଭୟଙ୍କର ପିସ୍ତଲ, ଏକ ଏସଭିଭିଏଲ୍‌ ବନ୍ଧୁକ ଏବଂ ରାଇଫଲ ଅଛି। ସେହିପରି, ପ୍ରୟାଗରାଜ ଉତ୍ତରର କଂଗ୍ରେସ ପ୍ରାର୍ଥୀ ଅନୁଗ୍ରହ ନାରାୟଣ ସିଂଙ୍କ ସ୍ତ୍ରୀ ଗୀତା ସିଂଙ୍କ ନିକଟରେ ରାଇଫଲ ଏବଂ ରିଭଲଭର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri