ଫେସବୁକ୍‌ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…

ଅଲିଗଡ଼/ଲାହୋର,୨।୧: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ହେଲେ ସେ ନିଜ ନିଷ୍ପତ୍ତିରେ ଥିଲେ ଅଟଳ। ପ୍ରେମିକାଙ୍କୁ ଭେଟିବାକୁ ସୀମାଡେଇଁ ଆରପଟକୁ ଯାଇଥିଲେ। ହେଲେ ଭେଟିବା ତ ଦୂରର କଥା। ଏବେ ସେ ଜେଲରେ। କାହାଣୀଟି ହେଲା ଉତ୍ତରପ୍ରଦେଶର ୩୦ ବର୍ଷୀୟ ଯୁବକ ବାଦଲ ବାବୁଙ୍କର, ଯାହାକି ଏବେ ଚର୍ଚ୍ଚାରେ ରହିଛି।

ଅଲିଗଡ଼ ଜିଲାର ବାଦଲ ବାବୁ ପାକିସ୍ତାନ ମଣ୍ଡି ବାହାଉଦ୍ଦିନ ଜିଲାର ସାନା ରାଣୀଙ୍କ ପ୍ରେମରେ ପଡ଼ିଥିଲେ। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ନିବିଡ଼ ହୋଇଥିଲା। ପରସ୍ପରକୁ ବେଶ ଭଲଭାବେ ଜାଣିବା ପରେ ବାଦଲ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିଲାଗି ସେ ବେଆଇନ ଭାବେ ପାକିସ୍ତାନ ଚାଲିଯାଇଥିଲେ। ହେଲେ ପାକିସ୍ତାନର ପଞ୍ଜାବ ପୋଲିସ ତାଙ୍କୁ ମଣ୍ଡି ବାହାଉଦ୍ଦିନ ସହରରୁ ଗିରଫ କରିଛି। କେବଳ ଏତିକି ନୁହେଁ ପୋଲିସ ସାନାଙ୍କୁ ଏନେଇ ପଚାରିବାରେ ସେ ବାଦଲଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ନିଜର ବୟାନରେ ସାନା କହିଛନ୍ତି, ଫେସବୁକ୍‌ରୁ ବାଦଲ ବାବୁଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ହେଲେ ସେ ତାଙ୍କୁ ବିବାହ କରିବାକୁ ଇଚ୍ଛୁକ ନୁହନ୍ତି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ବାଦଲଙ୍କୁ ଡିସେମ୍ବର ୨୭ରେ ଗିରଫ କରାଯାଇଥିଲା। ସେ ପୋଲିସଙ୍କୁ ନିଜର କୌଣସି ବୈଧ ଯାତ୍ରା କାଗଜପତ୍ର ଦେଖାଇ ପାରି ନ ଥିଲେ। ପରେ ପାକିସ୍ତାନର ବିଦେଶୀ ନାଗରିକ ଅଧିନିୟମ,୧୯୪୬ର ଧାରା ୧୩ ଏବଂ ୧୪ ଅଧିନରେ ମାମଲା ରୁଜୁ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏହାପର ଶୁଣାଣି ଜାନୁଆରୀ ୧୦ରେ କରାଯିବାକୁ ନିର୍ଦ୍ଦେଶ ରହିଛି।

ପାକିସ୍ତାନ ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ବାଦଲ ବାବୁ ପୂର୍ବରୁ ଏକାଧିକ ଥର ସୀମା ପାର କରିବାକୁ ଚେଷ୍ଟା କରିଛନ୍ତି। ହେଲେ ସେ ବିଫଳ ହୋଇଥିଲେ। ଏବେ କିନ୍ତୁ ସେ ତାହା କରିବାରେ ସଫଳତା ପାଇଥିଲେ। ତେବେ ସେ ବାସ୍ତବରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ନା ଏହା ପଛରେ ଅନ୍ୟ କାରଣ ରହିଛି ତାହା ଜାଣିବାକୁ ପୋଲିସ ତଦନ୍ତକୁ ଆଗେଇଛି।

କହିରଖୁଛୁ, ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ଭାରତର କୌଣସି ବ୍ୟକ୍ତି ପାକିସ୍ତାନ ସୀମା ଡେଇଁଛନ୍ତି। ପୂର୍ବରୁ ଅଞ୍ଜୁ ନାମକ ଜଣେ ଭାରତୀୟ ମହିଳା ପାକିସ୍ତାନରେ ଥିବା ପ୍ରେମିକଙ୍କୁ ଦେଖା କରିବାକୁ ଚାଲିଯାଇଥିଲେ। ଏବେ ସେ ଇସଲାମ ଧର୍ମ ଗ୍ରହଣ କରି ପ୍ରେମିକ ନସରୁଲ୍ଲାହଙ୍କ ହାତ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri