ଆଜିଠୁ ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ : ଉଦ୍‌ଘାଟନ କରିବେ ମୋଦି

ଭୁବନେଶ୍ୱର,୨୮ା୧(ଅନିଲ ଦାସ): ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ। ଏହି କନ୍‌କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍‌, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍‌କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍‌କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି କନ୍‌କ୍ଲେଭରେ ଏଲ୍‌.ଏନ୍‌. ମିତ୍ତଲ, କୁମାର ମଙ୍ଗଳମ୍‌ ବିର୍ଲା, ଅନିଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି. ନରେନ୍ଦ୍ରନଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପପତିଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମ୍‌ଏସ୍‌ଏମ୍‌ଇ, ସେମିକଣ୍ଡକ୍ଟର ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଆଗକୁ ବଢ଼ିବେ।

ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ହେବ। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଆଗାମୀ ଦିନରେ ଓଡ଼ିଶା ଶିଳ୍ପ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପୂର୍ବ ସରକାର ସମୟରେ ଦୁଇ ଦଶନ୍ଧି ଧରି ସବୁପ୍ରକାର ସମ୍ଭାବନା ଥାଇ ବି ଓଡ଼ିଶା ଶିଳ୍ପର ମରୁଭୂମି ପାଲଟିଥିଲା। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ୍‌ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଓଡ଼ିଶାର ପ୍ରତ୍ୟେକ ଜିଲା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ତାହା ସରକାରଙ୍କ ପରିକଳ୍ପନା। ମେକ୍‌ ଇନ୍‌ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କର ବ୍ରେନ୍‌ ଚାଇଲ୍ଡ ଥିଲା। ଦେଶ ବିଦେଶରୁ ବଡ଼ ବଡ଼ ନିବେଶକମାନେ ଆସିଥିଲେ ଏବଂ ଭାରତର ବିଭିନ୍ନ ସ୍ଥାନରେ ପୁଞ୍ଜି ନିବେଶ କରିଥିଲେ। ସେହିପରି ଓଡ଼ିଶାର ପ୍ରତ୍ୟେକ ଜିଲାରେ ନିବେଶକମାନେ ନିବେଶ କରିବେ।

କନ୍‌କ୍ଲେଭରେ ୪ଟି ପ୍ଲେନାରି ଅଧିବେଶନ ଏବଂ ୧୬ଟି କ୍ଷେତ୍ରୀୟ ଅଧିବେଶନ ରହିବ। ସେମି କଣ୍ଡକ୍ଟର, ଗ୍ରୀନ୍‌ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଭାଜପା ସରକାରରେ ଗତ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri