ସ୍ବପ୍ନ ଓ ସଂକଳ୍ପର ଅନୁରଣନ: ଉତ୍କଳ ପ୍ରଦେଶ

୧୮୦୩ ବେଳକୁ ବ୍ରିଟିଶ ସାମ୍ରାଜ୍ୟର ଆଧିପତ୍ୟ ଓଡ଼ିଶା ଉପରେ ବିସ୍ତାରଲାଭ କରେ। ଇଂରେଜମାନଙ୍କ ଦ୍ୱୈତ ଶାସନ ନୀତି, ଆର୍ଥନୀତିକ ଶୋଷଣ, ନୂତନ ଜମିଜମା ବନ୍ଦୋବସ୍ତ ସୃଷ୍ଟି କରିଥିଲା ଘୋର ଜନ ଅସନ୍ତୋଷ। ପରିଣତି ସ୍ବରୂପ ଓଡ଼ିଶାର ଜାତୀୟ ଜୀବନରେ ସଂଗଠିତ ଭାବରେ ବିଦ୍ରୋହ କରିବା ମନୋବୃତ୍ତି କ୍ରମେ ଉଗ୍ରରୂପ ଧାରଣ କରିଥିଲା। ‘ସିପାହି ବିଦ୍ରୋହ’ର ଚାଳିଶ ବର୍ଷ ପୂର୍ବରୁ ‘ପାଇକ ବିଦ୍ରୋହ’ ଆରମ୍ଭ ହୋଇଥିଲା। ଅବଶ୍ୟ ଇଂରେଜମାନଙ୍କ କୂଟନୀତି ଓ ହୀନଚକ୍ରାନ୍ତ ବିରୋଧରେ ୧୮୦୫ ମସିହାରେ ବିପ୍ଳବୀ ଜୟୀ ରାଜଗୁରୁ, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଖୋର୍ଦ୍ଧା ‘ପାଇକ ବିଦ୍ରୋହ’ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଏହି ବିପ୍ଳବର ବହ୍ନି କ୍ରମେ ବାଣପୁରର ବିପ୍ଳବୀ ନେତା କୃତ୍ତିବାସ ପାଟଶାଣୀ, ଘୁମୁସରର ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଏବଂ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ମାଧ୍ୟମରେ ପରିବ୍ୟାପ୍ତ ହୋଇଥିଲା, କିନ୍ତୁ ରଣକୌଶଳ ଓ ଅସ୍ତ୍ରଶସ୍ତ୍ରରେ ଇଂରେଜମାନେ ଥିଲେ ଅଧିକ ଶକ୍ତିଶାଳୀ। ଫଳତଃ ଅଚିରେ ଏ ବିଦ୍ରୋହ ପ୍ରଶମିତ ହୋଇଥିଲା।
ଏ ପରିପ୍ରେକ୍ଷୀରେ କହିରଖେ ପ୍ରାଚ୍ୟ ଜଗତର ପ୍ରାଚୁର୍ଯ୍ୟ ଲୁଣ୍ଠନ ନିମନ୍ତେ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ଏ ଦିଗରେ ଆରମ୍ଭ କରିଥିଲା ଅଭିଯାନ। ୧୮୫୭ ବିଦ୍ରୋହ ପରେ ବ୍ରିଟିଶ ପାର୍ଲାମେଣ୍ଟ ଅଧୀନକୁ ଯିବା ସତ୍ତ୍ୱେ ଓଡ଼ିଶାର ବିକାଶ ଦିଗରେ ଯାହା ଯଥେଷ୍ଟ ହୁଏନାହିଁ। ଏହି ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ୫ ଭାଗରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳେ। ଯଥା-୧. ବେଙ୍ଗଲ-ଓଡ଼ିଶା ଡିଭିଜନ୍‌, ୨. ଛୋଟନାଗପୁର ଡିିଭିଜନ୍‌, ୩. ସେଣ୍ଟ୍ରାଲ୍‌ ପ୍ରୋଭିନ୍ସ, ୪. ମାଡ୍ରାସ୍‌ ପ୍ରେସିଡେନ୍ସି, ୫. ଗଡ଼ଜାତ ଅଞ୍ଚଳ। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଉପକୂଳ ଓ ଗଡ଼ଜାତ ରାଜ୍ୟଗୁଡ଼ିକୁ ବଙ୍ଗ ପ୍ରଦେଶ, ଗଞ୍ଜାମ ଓ କୋରାପୁଟ ଅଞ୍ଚଳକୁ ମାନ୍ଦ୍ରାଜ ଓ ସମ୍ବଲପୁର-ପାଟଣା ଅଞ୍ଚଳକୁ କେନ୍ଦ୍ର ବା ସେଣ୍ଟ୍ରାଲ୍‌ ପ୍ରୋଭିନ୍ସ ସହ ସଂଯୋଜିତ କରାଯାଇଥିଲା। ଏପରିକି ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଭିତରେ ଅସ୍ତିତ୍ୱ ହରାଇବାକୁ ଆରମ୍ଭ କରେ ଓଡ଼ିଆ ଜାତି। ଇତିହାସ କହେ ଓଡ଼ିଆ ଭାଷା ସଙ୍କଟ ୧୮୪୮-୪୯ରେ ସରକାରୀ ଦପ୍ତର ଓ ଅଦାଲତରେ ବଙ୍ଗଭାଷାର ବ୍ୟବହାର ଆଦେଶନାମାରୁ ମୁଣ୍ଡ ଟେକିଥିଲା। ରାଜେନ୍ଦ୍ରଲାଲ ମିତ୍ରଙ୍କ ଓଡ଼ିଆ ଓ ବଙ୍ଗଳ ଭାଷା ସମ୍ପର୍କିତ ମନ୍ତବ୍ୟ ଜାତୀୟ ଜୀବନରେ ସୃଷ୍ଟି କରିଥିଲା ଘୋର ପ୍ରତିକ୍ରିୟା। ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ନିମନ୍ତେ ବଙ୍ଗବାସୀଙ୍କ ପକ୍ଷରୁ ଉଦ୍ୟମ ତଥା କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଓଡ଼ିଆ ଏକ୍‌ଟା ସ୍ବତନ୍ତ୍ର ଭାଷା ନୟ’ ଆନ୍ଦୋଳନ ଏ ଜାତିକୁ ଆତ୍ମଜାଗୃତି ଦିଗରେ ପ୍ରରୋଚିତ କରିଥିଲା। ଓଡ଼ିଆଙ୍କ ଏହି ସଙ୍କଟରୁ ମୁକ୍ତି ପାଇବା ନିମନ୍ତେ ଆରମ୍ଭ ହୋଇଥିଲା ସାମୂହିକ ଉଦ୍ୟମ। ଗୌରୀଶଙ୍କର ରାୟ, ବୈକୁଣ୍ଠନାଥ ଦେ, ପ୍ୟାରିମୋହନ ଆଚାର୍ଯ୍ୟ, ରାମଶଙ୍କର ରାୟ, ଫକୀରମୋହନ ସେନାପତି ଓ ରାଧାନାଥ ରାୟ ଆଦିଙ୍କ ଉଦ୍ୟମରେ ବିଧିବଦ୍ଧ ଭାବେ ଓଡ଼ିଆ ଜାତି ଓ ଭାଷାର ଅଭ୍ୟୁଦୟର ବାର୍ତ୍ତା ପ୍ରଚାରିତ ହୋଇଥିଲା। ଏପରିକି ସରକାରଙ୍କଠାରୁ ତିନିଶହ ଟଙ୍କାର ଅନୁଦାନ ରାଶି ପାଇ ପ୍ୟାରୀମୋହନ ରଚନା କରିଥିଲେ ଓଡ଼ିଆ ଭାଷାରେ ଇତିହାସ ପୁସ୍ତକ (୧୮୭୮)। ‘ଉତ୍କଳ ଦୀପିକା’ ମାଧ୍ୟମରେ ଓଡ଼ିଆଙ୍କ ସମସ୍ୟା ଜାତୀୟ ସ୍ତରରେ ଉପସ୍ଥାପିତ ହୋଇଥିଲା। ଏପରି କି ଫକୀରମୋହନଙ୍କ ‘ସମ୍ବାଦ ବାହିକା’, ‘ଉତ୍କଳ ଦର୍ପଣ’ ଆଦି ଓଡ଼ିଆ ଅସ୍ମିତାର କଥା କହିଥିଲା। ଏ କ୍ଷେତ୍ରରେ ବାମଣ୍ଡାର ରାଜା ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ଥିଲା ଅନ୍ୟ ଏକ ସ୍ମରଣୀୟ ଉଦ୍ୟମ। ପାରଳାଖେମୁଣ୍ଡିରୁ ଶ୍ୟାମସୁନ୍ଦର ରାଜଗୁରୁ ଓ ଆପନ୍ନା ପରିଚ୍ଛାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ‘ଉତ୍କଳ ହିତୈଷିଣୀ ସମାଜ’। ଜନ୍ମ ହୋଇଥିଲା ‘ଗଞ୍ଜାମ ନିଉଜ୍‌’। ସେହିପରି ଓଡ଼ିଆଙ୍କ ଅଭାବ ଅସୁବିଧାକୁ ନେଇ ପ୍ରକାଶ ପାଇଥିଲା ବ୍ରହ୍ମପୁରରୁ ୧୮୬୭ରେ ‘ସ୍ବଦେଶୀ’। ଠିକ୍‌ ସେହିପରି ୧୮୭୧ ବେଳକୁ ଭାଷା ସାହିତ୍ୟର ବିକାଶ ନିମନ୍ତେ ରମେଶ ଚନ୍ଦ୍ର ଦତ୍ତଙ୍କ ଆବାହକତ୍ୱରେ ‘ଉତ୍କଳ ସଭା’ ଗଢ଼ି ଉଠିଥିଲା। ୧୮୮୫ରେ ଏହାର ସମ୍ପାଦକ ଦାୟିତ୍ୱ ମଧୁସୂଦନ ଦାସ ଗ୍ରହଣ କରିବା ସହ ଏହି ‘ଉତ୍କଳ ସଭା’ ଓଡ଼ିଆଙ୍କ ସମସ୍ୟାର ପ୍ରତିନିଧି ହୋଇ ଉଠିଥିଲା। ଏପରିକି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ସମସ୍ୟା ଉପସ୍ଥାପିତ କରିବା ନିମନ୍ତେ ଉଦ୍ୟମ ୧୯୦୨ରେ ହରିହର ମର୍ଦ୍ଦରାଜଙ୍କ ଦ୍ୱାରା ରମ୍ଭା ବଙ୍ଗଳାରେ ଆୟୋଜିତ ରାମଚନ୍ଦ୍ର ମର୍ଦ୍ଦରାଜ ଜନ୍ମୋତ୍ସବ ଅବସରରେ ମୁଣ୍ଡ ଟେକିଥିଲା। ଖଲ୍ଲିକୋଟ ଇଷ୍ଟେଟ୍‌ ପ୍ରେସ୍‌ ନାମରେ ରମ୍ଭାଠାରେ ଏକ ମୁଦ୍ରଣାଳୟ ସ୍ଥାପନ କରାଯାଇ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ୧୯୦୨ ଜୁନ୍‌ ମାସରେ ‘ପ୍ରଜାବନ୍ଧୁ’ ପ୍ରକାଶ ପାଇଥିଲା।
ଏ ପରିପ୍ରେକ୍ଷୀରେ କହିରଖେ ଏକତ୍ରୀକରଣର ଅଭିପ୍ରାୟ ନେଇ ୧୯୦୩ ଏପ୍ରିଲ ୧୧-୧୨ରେ ଗଞ୍ଜାମ ସମ୍ମିଳନୀ ବ୍ରହ୍ମପୁରଠାରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ମଧୁସୂଦନ ଦାସ, ରାଧାନାଥ ରାୟ, ବିଶ୍ୱନାଥ କର, ନନ୍ଦକିଶୋର ବଳ, ଗୋପାଳ ଚନ୍ଦ୍ର ପ୍ରହରାଜ, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ ଆଦି ଏହି ସମ୍ମିଳନୀରେ ଯୋଗଦେଇ ଉତ୍କଳ ସମ୍ମିଳନୀର ନକ୍‌ସା ପ୍ରସ୍ତୁତ କରିଥିଲେ। ଏପରିକି ଗଞ୍ଜାମ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ପରେ ମଧୁବାବୁଙ୍କ ଉଦ୍ୟମରେ ୧୯୦୩ ଡିସେମ୍ବର ୩୦-୩୧ ଦୁଇଦିନ ଧରି କଟକ ଇଦ୍‌ଗା ପଡ଼ିଆରେ ମୟୂରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ। ସେହିପରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ବାସ୍ତବିକ ଅବିସ୍ମରଣୀୟ। ଏଭଳି ଯୋଗଜନ୍ମାମାନଙ୍କ ଉଦ୍ୟମର ଫଳସ୍ବରୂପ ଆମତ୍ପ୍ରତ୍ୟୟ ହରାଇ ବସିଥିବା ଓଡ଼ିଆ ନବଜାଗୃତିର ସ୍ବପ୍ନ ଦେଖିଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ଆରମ୍ଭ ହୋଇଛି ବହୁ ଉଦ୍ୟମ। ଏହି ଉଦ୍ୟମ ସମୟରେ ଏ ଜାତିର କର୍ଣ୍ଣଧାର ସାଜିଛନ୍ତି ବହୁ ପୁଣ୍ୟାମତ୍ା ପୁରୁଷ। ତେଣୁ ମହାଭାରତୀୟ ମୁକ୍ତିଯୁଦ୍ଧ ଏବଂ ସେହି ଧାରାରେ ଉତ୍କଳୀୟତାର ପୁନଃ ସଂସ୍ଥାପନ ସହ ସ୍ବତନ୍ତ୍ର ପ୍ରଦେଶ ଗଠନ ଏଠାରେ ସୃଷ୍ଟି କରିଛି ନବ ଉତ୍କଳୀୟ ଅସ୍ମିତା।

ଡ. ମନୋରଞ୍ଜନ ବିଷୋୟୀ
– ଦାମୋଦରପୁର, ଗଞ୍ଜାମ
ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri