Posted inUncategorized

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମରେ ଉତ୍କଳ ଦିବସ ପାଳିତ

ବାରାଣସୀ,୨।୪: କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ୮୮ତମ ଉତ୍କଳ ଦିବସ ଧୂମ୍‌ଧାମରେ ପାଳିତ ହୋଇଯାଇଛି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁନିଅନ୍‌ ବ୍ୟାଙ୍କର ଅଧିକାରୀ ବିରଜା ପ୍ରସାଦ ଦାସ, ଉତ୍କଳ ସମାଜର ସଭାପତି ତ୍ରିଭୂବନ ମୋହନ ମହାପାତ୍ର ଓ ଉପସଭାପତି ବିନ୍ଦା ପାରଞ୍ଜେପେ ଯୋଗଦେଇ ଉତ୍କଳ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।
ଉତ୍କଳ ସମାଜ ତରଫର ଓଡିଶା କୁଇଜ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡିଶା କୁଇଜରେ ବିଭୂବ୍ରତ ଦାଶ ଓ ଟିକୁନ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡ଼ିଆ ଭଜନ ପରିବେଷଣ କରିଥିଲେ। ପ୍ରଫେସର କଲ୍ୟାଣ ଘଡେଇ, ଅମୀୟ କୁମାର ସାମଲ, ସରୋଜ କାନ୍ତ, ସୋମ୍ୟ ରଞ୍ଜନ ମେହେର, ଗୋପବନ୍ଧୁ ମିଶ୍ର, ଟ୍ବିଙ୍କଲ ପ୍ରଧାନ ଏବଂ ବିଶଜିତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )

BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ...

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା...

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri