ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା ବାଫଳିମାଳି, ଶାଶୁବୋହୂମାଳି, ସିଜିମାଳି, କୋଡ଼ିଙ୍ଗାମାଳି ସମେତ ପ୍ରାୟ ପର୍ବତମାଳାରେ ରହିଛି ମୂଲ୍ୟବାନ୍‌ ବକ୍ସାଇଟ। ସେଥିରୁ ବାଫଳିମାଳିରୁ ଉତ୍କଳ ଆଲୁମିନା ଖଣି ଖନନ କରିବା ସହ ସେଠାରେ କାରଖାନା ମଧ୍ୟ ପ୍ରତିଷ୍ଠା କରିଛି । ହେଲେ ଦୀର୍ଘ ୧୮ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଆଜି ବି ସେଠାକାର ପ୍ରଭାବିତ ଅଞ୍ଚଳବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବାସଗୃହ ଓ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ରହିଛନ୍ତି। କମ୍ପାନୀ ଆରମ୍ଭ ବେଳେ ବିଭିନ୍ନ ପ୍ରତିଶ୍ରୁତ ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରାଯାଉନାହିଁ। ସେମାନଙ୍କୁ ଅଣଦେଖା କରାଯିବା ସହ ହକ୍‌ ଦାବିକଲେ ନାଲି ଆଖି ଓ ପୋଲିସ ଧମକ ଦିଆଯାଉଥିବା ପ୍ରଭାବିତମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାରଠାରୁ ଜମିହରା ପ୍ରଭାବିତ ସଂଘ ପକ୍ଷରୁ କମ୍ପାନୀର ଆର୍‌ଏମ୍‌ପି ଗେଟ୍‌ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଉତ୍କଳ ଆଲୁମିନା ଜମିହରା ପ୍ରଭାବିତ ସଂଘର ସଭାପତି ନାଥ ମାଝି କହିଛନ୍ତି । ତେବେ ଖବର ଲେଖାହେବା ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସହ ଯୋଗାଯୋଗ କରି ନ ଥିବା ଅଞ୍ଚଳର ନାଥ ଜାନି, ଭଗବାନ ମାଝି ଓ ପ୍ରଫୁଲ୍ଲ ମାଝି ଦାବି କରିଛନ୍ତି। ଉତ୍କଳ ଆଲୁମିନା ପ୍ରକଳ୍ପ ବେଲଟ୍‌ ଲାଇନ୍‌ ଭାଇବ୍ରେସନ, ରେଡ୍‌ମଡ୍‌ ପଣ୍ଡ, ଆଶ୍‌ ପଣ୍ଡ ପ୍ରଦୂଷଣରୁ ଜନଜୀବନକୁ ସୁରକ୍ଷା ଏବଂ ଜମିହରା ପ୍ରଭାବିତଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ଆଦର୍ଶ ଗ୍ରାମ ଗଠନ ଏବଂ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲରେ ଜମିହରା ଓ ପ୍ରଭାବିତ ଅଞ୍ଚଳବାସୀଙ୍କୁ ୦.୦୧% ଅଂଶଧନ ପାଇଁ ଦାବି ରହିଛି।

ସଂଘର ଅଭିଯୋଗ ଯେ, ୨୦୧୨ରେ ଉତ୍କଳ ଆଲୁମିନା ପ୍ଲାଣ୍ଟ ଆରମ୍ଭ ବେଳେ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ଭତ୍ତା ବାବଦରେ ଟଙ୍କା ଦିଆଯାଉଥିଲା, ହେଲେ ୨୦୧୨ରୁ ଏହା ବନ୍ଦ କରିଦିଆଯାଇଛି। ୨୦୧୭ରେ ବାଗିରିଝୋଲାଠାରେ ଦ୍ୱିତୀୟ ପ୍ଲାଣ୍ଟ ନିର୍ମାଣ ପାଇଁ ହୋଇଥିବା ଜନଶୁଣାଣିରେ ଜମିହରା ଲୋକଙ୍କୁ ଜମିହରା ପରିଚୟ ପତ୍ର, ଗେଟ୍‌ ପାସ୍‌ କାର୍ଡ ଘୋଷଣା କାର୍ଯ୍ୟକାରୀ ହୋଇ ନ ଥିବା ଏବଂ ଅନ୍ୟ ସୁବିଧା ମିଳି ନ ଥିବା ଅଞ୍ଚଳବସୀ ଅଭିଯୋଗ କରିଛନ୍ତି। କମ୍ପାନୀ ଆରମ୍ଭ ହୋଇ ଦୀର୍ଘବର୍ଷ ହୋଇଥିଲେ ହେଁ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଯୋଗ୍ୟତା ଭିତ୍ତିରେ ସ୍ଥାୟୀ ନିଯୁକ୍ତି ମିଳିନାହିଁ। ତେଣୁ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲରେ ଜମିହରା ଓ ପ୍ରଭାବିତ ଅଞ୍ଚଳବାସୀଙ୍କୁ ୦.୦୧% ସେୟାର ଦାବି ସହିତ ବଂଶାନୁକ୍ରମେ ସ୍ଥାୟୀ ନିଯୁକ୍ତି ଚୁକ୍ତି, ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ଗଲାଗାଡ଼ ନଦୀରେ ଦୂଷିତ ଅପମିଶ୍ରିତ ଜଳ ନ ଛାଡ଼ିବା, ଶିକ୍ଷିତ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ ପୂର୍ବକ ପରବର୍ତ୍ତୀ ସମୟରେ ସ୍ଥାୟୀ ନିଯୁକ୍ତି ଦେବା ଆଦି ଦାବି ରହିଛି। ସେହିଭଳି ରେଡ୍‌ମଡ୍‌ ପଣ୍ଡ, ଆଶ୍‌ପଣ୍ଡ, ପାୱାର ପ୍ଲାଣ୍ଟ, ବକ୍ସାଇଟ ଗୁଣ୍ଡ, କୋଇଲା ଗୁଣ୍ଡ, କନ୍‌ଭେୟାର ବେଲଟ୍‌ ଭାଇବ୍ରେସନ ଧ୍ୱନି, ଚିମିନି ଧୂଆଁ, ଆଲୁମିନା ଧୂଳିଧୂଆଁ ଯୋଗୁ ଅଞ୍ଚଳରେ ବିଭିନ୍ନ ରୋଗ ବ୍ୟାପୁଥିବାରୁ ତାହାର ନିୟନ୍ତ୍ରଣ କରିବା ଓ ସ୍ବାସ୍ଥ୍ୟସେବା ଯୋଗାଇବା, ହାଡ଼ିଗୁଡ଼ା ପଞ୍ଚାୟତର ହାଡ଼ିଗୁଡ଼ା ଏବଂ ମାଇକଞ୍ଚ ପଞ୍ଚାୟତ ଅର୍ନ୍ତଗତ ଅଣ୍ଡିରାକଞ୍ଚ ଗ୍ରାମରେ ୫୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ଖୋଲିବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଦାବି ମଧ୍ୟ ରହିଛି। ଏହାବ୍ୟତୀତ କାରଖାନା ଆରମ୍ଭ ସମୟରେ ଉକ୍ତ ଅଞ୍ଚଳରେ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ରାତ୍ରିକାଳୀନ ଶିକ୍ଷା ବ୍ୟବସ୍ଥା କରାଯାଇ ୨ରୁ ୩ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା ଯାହା ବନ୍ଦ ହୋଇଯାଇଛି। ବର୍ତ୍ତମାନ ତାହା ପୁନଶ୍ଚ ଆରମ୍ଭ କରିବାକୁ ଦାବି ରହିଛି। ସେହିଭଳି କମ୍ପାନୀ ପରିସରରେ ଦୁର୍ଘଟଣା ଜନିତ ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ପାଇକକୁପାଖାଲ, କରଞ୍ଜିକୁପାଖାଲ ଗ୍ରାମରେ ଲାଲ ମାଟି ବୋହି ଆସି ଝରଣା ଓ ଚାଷ ଜମି ପୋତିହୋଇଯିବା କାରଣରୁ ଚାଷ ନଷ୍ଟ ହେଉଛି। ତେଣୁ ସେ ବାବଦରେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ରହିଛି। ଏହିଭଳି ୨୭ଟି ଦାବି ସହିତ ଜମିହରା ଓ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଂଶଧନ ଦେବା ପାଇଁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Read more

ଭୁବନେଶ୍ବର, ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri