ଭୋଟର ଆଇଡି କାର୍ଡ ପାଇଁ ଅନ୍‌ଲାଇନ୍‌ରେ କିଭଳି କରିବେ ଆବେଦନ, ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭୋଟ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର। ୧୮ ବର୍ଷ ନଚେତ ତା’ଠାରୁ ଅଧିକ ବୟସର ନାଗରିକ ଦେଶରେ ଭୋଟ୍‌ ଦେବାର ଅଧିକାର ରହିଛି। ତେବେ ଭୋଟ ଦେବା ଲାଗି ଭୋଟର ଆଇଡି କାର୍ଡର ଆବଶ୍ୟକତା ପଡ଼ିଥାଏ। ଦେଶରେ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି। ସାରା ଦେଶର ଲୋକ ନିର୍ବାଚିତ ପ୍ରତିନିଧି ବାଛିବେ। ଯଦି ଆପଣଙ୍କ ପାଖରେ ଭୋଟ ଦେବା ଲାଗି ଭୋଟର୍‌ ଆଇଡି କାର୍ଡ ନାହିଁ, ତେବେ ଅନଲାଇନ୍‌ ନଚେତ ଅଫଲାଇନ୍‌ରେ ଆବେଦନ କରିପାରିବେ।
ପ୍ରତ୍ୟେକ ଭାରତୀୟ ଭୋଟରଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ତରଫରୁ ଏକ ବିଶେଷ ଆଇଡି ନମ୍ବର ମିଳିଥାଏ। ଏହାକୁ ଭୋଟର ଆଇଡି କାର୍ଡ କୁହାଯାଏ। ପ୍ରତ୍ୟେକ ଭୋଟର୍‌ଙ୍କୁ ଏକ ଇପିଆଇସି ନମ୍ବର ମିଳିଥାଏ, ଏହାକୁ ନିର୍ବାଚନୀ ଫଟୋ ପରିଚୟ ପତ୍ର ସଂଖ୍ୟା କୁହାଯାଏ। ଏହି ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇଥିବା ବେଳେ ପରିଚୟ ପତ୍ର ସମ୍ମୁଖରେ ରହିଥାଏ। ନିର୍ବାଚନରେ ଭୋଟ ଦେବାକୁ ଏହାର ଆବଶ୍ୟକତା ପଡ଼ିଥାଏ।
ଭୋଟର ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ?
ମତଦାନ ସେବା ଲାଗି ଆଧିକାରିକ ଓ୍ବେବସାଇଟ୍‌କୁ ଯାଆନ୍ତୁ।
-ଫର୍ମ ସେକ୍ସନ ଖୋଜନ୍ତୁ ଏବଂ ଯଦି ଆପଣ ଭାରତରେ ଅଛନ୍ତି ‘ଫର୍ମ ୬’ ପୂରଣ କରନ୍ତୁ। ନଚେତ ଏହାକୁ ଡାଉନଲୋଡ କରନ୍ତୁ। ଯଦି ଆପଣ ଏନ୍‌ଆର୍‌ଆଇ ତେବେ ‘ଫର୍ମ ୬ଏ’ ଚୟନ କରନ୍ତୁ।
-ଯଦି ଆପଣ ନୂଆ ତେବେ ଓ୍ବେବ୍‌ସାଇଟ୍‌ରେ ସାଇନ୍‌ ଅପ୍‌ କରନ୍ତୁ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଆକାଉଣ୍ଟ ଅଛି ତେବେ ଲଗ୍‌ ଇନ୍‌ କରନ୍ତୁ। ଆପଣ ନିଜର ଫୋନ୍‌ ନମ୍ବର, ଇମେଲ ଏବଂ ଅନ୍ୟ ବିବରଣୀ ଦିଅନ୍ତୁ।
-ଅନଲାଇନ୍‌ରେ ଫର୍ମ ପୂରଣ କରନ୍ତୁ ଏବଂ ଜରୁରୀ କାଗଜପତ୍ର ଅପଲୋଡ କରନ୍ତୁ।
-ସବ୍‌ମିଟ୍‌ରେ କ୍ଲିକ୍‌ କରନ୍ତୁ।
-ପରେ ଆପଣଙ୍କୁ ବ୍ୟକ୍ତିଗତ ମତଦାତା ପରିଚୟ ପତ୍ର ପେଜ୍‌ର ଲିଙ୍କ ସହ ଏକ ଇମେଲ ମିଳିବ। ଏଠାରେ ଆପଣ ନିଜର ଆବେଦନର ସମସ୍ତ ସୂଚନା ପାଇପାରିବେ।
-ଆବେଦନ କରିବାର ଏକ ମାସ ମଧ୍ୟରେ ଆପଣଙ୍କ ଭୋଟର ଆଇଡି କାର୍ଡ ଆସିଯାଇଥାଏ।
ନୂଆ ଭୋଟର ଆଇଡି କାର୍ଡ ପାଇଁ ଆବେଦନ ଏଭଳି କରନ୍ତୁ:
-ଭାରତୀୟ ନିର୍ବାଚନ ଆୟୋଗ ଓ୍ବେବସାଇଟ୍‌କୁ ଯାଆନ୍ତୁ
-ଭାରତରେ ମତଦାନ ବିଷୟରେ ଅନେକ ସୂଚନା ମିଳିବ।
-ଭିନ୍ନ ଭିନ୍ନ ଜିନିଷ ପାଇଁ ଭିନ୍ନ ଫର୍ମ ଥାଏ। ଏହାଦ୍ୱାରା ଯଦି ଆପଣ ବିଦେଶରେ ରୁହନ୍ତି ତେବେ ନାମ ବଦଳାଇପାରିବେ। ରେଜିଷ୍ଟ୍ରେଶନ ପାଇଁ ଭିନ୍ନ ଫର୍ମ ପୂରଣ କରିବାକୁ ହେବ।
-ନୂଆ ଭୋଟର ଆଇଡି କାର୍ଡ ପାଇଁ ଫର୍ମ ୬ ଚୟନ କରନ୍ତୁ।
-ଯଦି ଆପଣ ଭାରତରେ ରୁହନ୍ତି ତେବେ ଫର୍ମ ୬ ବ୍ୟବହାର କରି ଡାଉନଲୋଡ୍‌ କରିବା ନଚେତ ଅନଲାଇନ୍‌ ଆବେଦନ କରିବା ଲାଗି ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲକୁ ଯାଆନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri