ଭୋଟର ଆଇଡି କାର୍ଡ ପାଇଁ ଅନ୍‌ଲାଇନ୍‌ରେ କିଭଳି କରିବେ ଆବେଦନ, ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭୋଟ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର। ୧୮ ବର୍ଷ ନଚେତ ତା’ଠାରୁ ଅଧିକ ବୟସର ନାଗରିକ ଦେଶରେ ଭୋଟ୍‌ ଦେବାର ଅଧିକାର ରହିଛି। ତେବେ ଭୋଟ ଦେବା ଲାଗି ଭୋଟର ଆଇଡି କାର୍ଡର ଆବଶ୍ୟକତା ପଡ଼ିଥାଏ। ଦେଶରେ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି। ସାରା ଦେଶର ଲୋକ ନିର୍ବାଚିତ ପ୍ରତିନିଧି ବାଛିବେ। ଯଦି ଆପଣଙ୍କ ପାଖରେ ଭୋଟ ଦେବା ଲାଗି ଭୋଟର୍‌ ଆଇଡି କାର୍ଡ ନାହିଁ, ତେବେ ଅନଲାଇନ୍‌ ନଚେତ ଅଫଲାଇନ୍‌ରେ ଆବେଦନ କରିପାରିବେ।
ପ୍ରତ୍ୟେକ ଭାରତୀୟ ଭୋଟରଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ତରଫରୁ ଏକ ବିଶେଷ ଆଇଡି ନମ୍ବର ମିଳିଥାଏ। ଏହାକୁ ଭୋଟର ଆଇଡି କାର୍ଡ କୁହାଯାଏ। ପ୍ରତ୍ୟେକ ଭୋଟର୍‌ଙ୍କୁ ଏକ ଇପିଆଇସି ନମ୍ବର ମିଳିଥାଏ, ଏହାକୁ ନିର୍ବାଚନୀ ଫଟୋ ପରିଚୟ ପତ୍ର ସଂଖ୍ୟା କୁହାଯାଏ। ଏହି ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇଥିବା ବେଳେ ପରିଚୟ ପତ୍ର ସମ୍ମୁଖରେ ରହିଥାଏ। ନିର୍ବାଚନରେ ଭୋଟ ଦେବାକୁ ଏହାର ଆବଶ୍ୟକତା ପଡ଼ିଥାଏ।
ଭୋଟର ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ?
ମତଦାନ ସେବା ଲାଗି ଆଧିକାରିକ ଓ୍ବେବସାଇଟ୍‌କୁ ଯାଆନ୍ତୁ।
-ଫର୍ମ ସେକ୍ସନ ଖୋଜନ୍ତୁ ଏବଂ ଯଦି ଆପଣ ଭାରତରେ ଅଛନ୍ତି ‘ଫର୍ମ ୬’ ପୂରଣ କରନ୍ତୁ। ନଚେତ ଏହାକୁ ଡାଉନଲୋଡ କରନ୍ତୁ। ଯଦି ଆପଣ ଏନ୍‌ଆର୍‌ଆଇ ତେବେ ‘ଫର୍ମ ୬ଏ’ ଚୟନ କରନ୍ତୁ।
-ଯଦି ଆପଣ ନୂଆ ତେବେ ଓ୍ବେବ୍‌ସାଇଟ୍‌ରେ ସାଇନ୍‌ ଅପ୍‌ କରନ୍ତୁ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଆକାଉଣ୍ଟ ଅଛି ତେବେ ଲଗ୍‌ ଇନ୍‌ କରନ୍ତୁ। ଆପଣ ନିଜର ଫୋନ୍‌ ନମ୍ବର, ଇମେଲ ଏବଂ ଅନ୍ୟ ବିବରଣୀ ଦିଅନ୍ତୁ।
-ଅନଲାଇନ୍‌ରେ ଫର୍ମ ପୂରଣ କରନ୍ତୁ ଏବଂ ଜରୁରୀ କାଗଜପତ୍ର ଅପଲୋଡ କରନ୍ତୁ।
-ସବ୍‌ମିଟ୍‌ରେ କ୍ଲିକ୍‌ କରନ୍ତୁ।
-ପରେ ଆପଣଙ୍କୁ ବ୍ୟକ୍ତିଗତ ମତଦାତା ପରିଚୟ ପତ୍ର ପେଜ୍‌ର ଲିଙ୍କ ସହ ଏକ ଇମେଲ ମିଳିବ। ଏଠାରେ ଆପଣ ନିଜର ଆବେଦନର ସମସ୍ତ ସୂଚନା ପାଇପାରିବେ।
-ଆବେଦନ କରିବାର ଏକ ମାସ ମଧ୍ୟରେ ଆପଣଙ୍କ ଭୋଟର ଆଇଡି କାର୍ଡ ଆସିଯାଇଥାଏ।
ନୂଆ ଭୋଟର ଆଇଡି କାର୍ଡ ପାଇଁ ଆବେଦନ ଏଭଳି କରନ୍ତୁ:
-ଭାରତୀୟ ନିର୍ବାଚନ ଆୟୋଗ ଓ୍ବେବସାଇଟ୍‌କୁ ଯାଆନ୍ତୁ
-ଭାରତରେ ମତଦାନ ବିଷୟରେ ଅନେକ ସୂଚନା ମିଳିବ।
-ଭିନ୍ନ ଭିନ୍ନ ଜିନିଷ ପାଇଁ ଭିନ୍ନ ଫର୍ମ ଥାଏ। ଏହାଦ୍ୱାରା ଯଦି ଆପଣ ବିଦେଶରେ ରୁହନ୍ତି ତେବେ ନାମ ବଦଳାଇପାରିବେ। ରେଜିଷ୍ଟ୍ରେଶନ ପାଇଁ ଭିନ୍ନ ଫର୍ମ ପୂରଣ କରିବାକୁ ହେବ।
-ନୂଆ ଭୋଟର ଆଇଡି କାର୍ଡ ପାଇଁ ଫର୍ମ ୬ ଚୟନ କରନ୍ତୁ।
-ଯଦି ଆପଣ ଭାରତରେ ରୁହନ୍ତି ତେବେ ଫର୍ମ ୬ ବ୍ୟବହାର କରି ଡାଉନଲୋଡ୍‌ କରିବା ନଚେତ ଅନଲାଇନ୍‌ ଆବେଦନ କରିବା ଲାଗି ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲକୁ ଯାଆନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri