Categories: ବାଣିଜ୍ୟ

ଗୁଣାତ୍ମକ ସେବାକୁ ଉଷାର ଗୁରୁତ୍ୱାରୋପ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଟ୍ରାଭେଲ୍ସ ସଂସ୍ଥା ଉଷା ଟ୍ରାଭେଲ୍ସ ପକ୍ଷରୁ ଏକ ୨୪ଘଣ୍ଟିଆ ଯାତ୍ରୀ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଉଷା ଟ୍ରାଭେଲ୍ସର ଏକ ଜାତୀୟ ଓ ଅନ୍ତର୍ଜାତୀୟ ଟିକେଟ୍‌ ବୁକିଂ କାଉଣ୍ଟର ବୁଧବାର ଉଦ୍‌ଘାଟନ ହୋଇଛି। ଏହି ଅବସରରେ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଷା ଟ୍ରାଭେଲ୍ସର ଏୟାରପୋର୍ଟ କାଉଣ୍ଟର ମ୍ୟାନେଜର ଲିଜାରାଣୀ ସେଠୀ, ଉଷା ଟ୍ରାଭେଲ୍ସର ମ୍ୟାନେଜର ଦୀପକ ପଣ୍ଡାଙ୍କ ସମେତ ଜ୍ଞାନରଞ୍ଜନ ସାଥୁଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାର ଯାତ୍ରୀସେବା ପ୍ରଦାନ କରୁଥିବା ଉଷା ଟ୍ରାଭେଲ୍ସ ବର୍ତ୍ତମାନ ଆହୁରି ଅଧିକ ତତ୍ପର ସହ ଗୁଣାତ୍ମକ ସେବାକୁ ଗୁରୁତାରୋପ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରିକି ଦୀର୍ଘବର୍ଷ ହେବ ଭୁବନେଶ୍ୱରର ଫରେଷ୍ଟ ପାର୍କ ସ୍ଥିତ ସଂସ୍ଥାର ମୁଖ୍ୟାଳୟରୁ ଉଷା ଟ୍ରାଭେଲ୍ସ ତା’ର ଅଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଆସୁଛି। ସେହିଭଳି ଉଷା ଟ୍ରାଭେଲ୍ସ ଆଗାମୀ ଦିନରେ ଅନେକ ପ୍ରକାର ଯାତ୍ରା ସମ୍ବନ୍ଧୀୟ ସେବା ଯୋଗାଇଦେବା ପାଇଁ ଯୋଜନା କରିଛି। ଏଥିସହ ଏହା ସମସ୍ତ ଗ୍ରାହକମାନଙ୍କୁ ସ୍ବଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଇବା ସହିତ ଭିଜା, ପାସ୍‌ପୋର୍ଟ, ହୋଟେଲ ବୁକିଂ, ଘରୋଇ ଏବଂ ଅନ୍ତଜାର୍ତୀୟ ଟୁର୍‌ ପ୍ୟାକେଜ୍‌ ଓ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସେବା ସବୁବର୍ଗର ଯାତ୍ରୀମାନଙ୍କୁ ସହଜ ଓ ସୁବିଧାରେ ଯୋଗାଇଦେବା ଲକ୍ଷ୍ୟ ରଖିଛି।

ଏହାସହ ଓଡ଼ିଶା ବାହାରୁ ଆସୁିଥିବା ଯାତ୍ରୀମାନଙ୍କୁ ସମସ୍ତ ଯାତ୍ରା ଏବଂ ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଇବ। ସେମାନଙ୍କର ରହଣି ଏବଂ ଯାତ୍ରା ସମ୍ବନ୍ଧୀୟ ଉତ୍ତମ ସେବା ସ୍ବଳ୍ପମୂଲ୍ୟରେ ପ୍ରଦାନ କରାଇବା ପାଇଁ ଲକ୍ଷ୍ୟ ରଖିଛି। ଓଡ଼ିଶା ପର୍ଯ୍ୟଟନକୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଚାର ଏବଂ ପ୍ରସାର କରିବା ମୁଖ୍ୟ ପ୍ରୟାସ ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Share