ଗୁଣାତ୍ମକ ସେବାକୁ ଉଷାର ଗୁରୁତ୍ୱାରୋପ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଟ୍ରାଭେଲ୍ସ ସଂସ୍ଥା ଉଷା ଟ୍ରାଭେଲ୍ସ ପକ୍ଷରୁ ଏକ ୨୪ଘଣ୍ଟିଆ ଯାତ୍ରୀ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଉଷା ଟ୍ରାଭେଲ୍ସର ଏକ ଜାତୀୟ ଓ ଅନ୍ତର୍ଜାତୀୟ ଟିକେଟ୍‌ ବୁକିଂ କାଉଣ୍ଟର ବୁଧବାର ଉଦ୍‌ଘାଟନ ହୋଇଛି। ଏହି ଅବସରରେ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଷା ଟ୍ରାଭେଲ୍ସର ଏୟାରପୋର୍ଟ କାଉଣ୍ଟର ମ୍ୟାନେଜର ଲିଜାରାଣୀ ସେଠୀ, ଉଷା ଟ୍ରାଭେଲ୍ସର ମ୍ୟାନେଜର ଦୀପକ ପଣ୍ଡାଙ୍କ ସମେତ ଜ୍ଞାନରଞ୍ଜନ ସାଥୁଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାର ଯାତ୍ରୀସେବା ପ୍ରଦାନ କରୁଥିବା ଉଷା ଟ୍ରାଭେଲ୍ସ ବର୍ତ୍ତମାନ ଆହୁରି ଅଧିକ ତତ୍ପର ସହ ଗୁଣାତ୍ମକ ସେବାକୁ ଗୁରୁତାରୋପ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରିକି ଦୀର୍ଘବର୍ଷ ହେବ ଭୁବନେଶ୍ୱରର ଫରେଷ୍ଟ ପାର୍କ ସ୍ଥିତ ସଂସ୍ଥାର ମୁଖ୍ୟାଳୟରୁ ଉଷା ଟ୍ରାଭେଲ୍ସ ତା’ର ଅଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଆସୁଛି। ସେହିଭଳି ଉଷା ଟ୍ରାଭେଲ୍ସ ଆଗାମୀ ଦିନରେ ଅନେକ ପ୍ରକାର ଯାତ୍ରା ସମ୍ବନ୍ଧୀୟ ସେବା ଯୋଗାଇଦେବା ପାଇଁ ଯୋଜନା କରିଛି। ଏଥିସହ ଏହା ସମସ୍ତ ଗ୍ରାହକମାନଙ୍କୁ ସ୍ବଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଇବା ସହିତ ଭିଜା, ପାସ୍‌ପୋର୍ଟ, ହୋଟେଲ ବୁକିଂ, ଘରୋଇ ଏବଂ ଅନ୍ତଜାର୍ତୀୟ ଟୁର୍‌ ପ୍ୟାକେଜ୍‌ ଓ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସେବା ସବୁବର୍ଗର ଯାତ୍ରୀମାନଙ୍କୁ ସହଜ ଓ ସୁବିଧାରେ ଯୋଗାଇଦେବା ଲକ୍ଷ୍ୟ ରଖିଛି।

ଏହାସହ ଓଡ଼ିଶା ବାହାରୁ ଆସୁିଥିବା ଯାତ୍ରୀମାନଙ୍କୁ ସମସ୍ତ ଯାତ୍ରା ଏବଂ ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଇବ। ସେମାନଙ୍କର ରହଣି ଏବଂ ଯାତ୍ରା ସମ୍ବନ୍ଧୀୟ ଉତ୍ତମ ସେବା ସ୍ବଳ୍ପମୂଲ୍ୟରେ ପ୍ରଦାନ କରାଇବା ପାଇଁ ଲକ୍ଷ୍ୟ ରଖିଛି। ଓଡ଼ିଶା ପର୍ଯ୍ୟଟନକୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଚାର ଏବଂ ପ୍ରସାର କରିବା ମୁଖ୍ୟ ପ୍ରୟାସ ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri