Categories: ବାଣିଜ୍ୟ

ୟୁଏସ୍‌ଏଫ୍‌ବିଏଲ୍‌ର ଶାଖା ସମ୍ପ୍ରସାରିତ

ଭୁବନେଶ୍ୱର,୩୦।୧: ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍‌ଏଫ୍‌ବିଏଲ୍‌)ର ଓଡ଼ିଶା ବଜାର ଏବଂ ଭୁବନେଶ୍ୱର ଅଞ୍ଚଳରେ ନୂତନ ବ୍ୟାଙ୍କିଙ୍ଗ ଆଉଟଲେଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ୟୁଏସ୍‌ଏଫ୍‌ବିଏଲ୍‌ର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ବ୍ୟାଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ, କାରଣ ଆମେ ଏକସଙ୍ଗରେ ୨୫ଟି ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ସହ ସମଗ୍ର ଦେଶରେ ଆମ ଉପସ୍ଥିତିକୁ ସମ୍ପ୍ରସାରିତ କରିଛୁ।

ଏହା ସ୍ଥାନୀୟ ଜନସାଧାରଣଙ୍କୁ ବିଚାର କରିବାର ସୁଯୋଗ ପ୍ରଦାନ କରୁଛି, ଯାହା ସେମାନଙ୍କୁ ସେମାନଙ୍କର ଆର୍ଥିକ ଆମତ୍ବିଶ୍ୱାସ ଗଢ଼ିତୋଳିବାରେ ସହାୟକ ହେବା ସହିତ ନିଯୁକ୍ତି, କୁଶଳତା ଏବଂ ଏକ ଉନ୍ନତ ଜୀବନଧାରଣ ପରିବେଶ ସୃଷ୍ଟି ଦିଗରେ ସହାୟତାକାରୀ ଭାବରେ କାର୍ଯ୍ୟ କରୁଛି।

ଏପରିକି ଦେଶର ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାଙ୍କ ୮୧୯ଟି ବ୍ୟାଙ୍କିଙ୍ଗ ଆଉଟଲେଟ ବିଶିଷ୍ଟ ନେଟୱର୍କ ଜରିଆରେ ଆର୍ଥିକ ସେବା ଯୋଗାଇ ଦେଉଛି। ବ୍ୟାଙ୍କ ନିଜର ପହଞ୍ଚ ପରିବ୍ୟାପ୍ତ କରିବା ଏବଂ ତଦ୍ଦ୍ବାରା ଉଭୟ ନୂତନ ଏବଂ ସମ୍ପ୍ରତି ରହିଥିବା ଭାୈଗୋଳିକ ଅଞ୍ଚଳଗୁଡିକରେ ଗ୍ରାହକମାନଙ୍କୁ ପୂର୍ଣ୍ଣାଙ୍ଗ ଆର୍ଥିକ ସେବା ଯୋଗାଇଦେବାକୁ ସ୍ଥିର କରିଥିବା ରଣକାୈଶଳ ଅନୁଯାୟୀ ଏହି ବ୍ୟାଙ୍କିଙ୍ଗ ଆଉଟଲେଟଗୁଡିକ ଉଦଘାଟିତ ହୋଇଛି। ବ୍ୟାଙ୍କ ନିଜର ସମୁଦାୟ ନେଟୱର୍କରେ ଯୋଗାଉଥିବା ଏହି ସେବାଗୁଡିକ ମଧ୍ୟରେ ସଞ୍ଚୟ ଓ ଚଳନ୍ତି ଆକାଉଣ୍ଟ, ଫିକ୍ସଡ ଓ ରିକରିଂ ଜମା, ଋଣ, କ୍ରେଡିଟ, ବୀମା ଉପତ୍ାଦ ଏବଂ ନିବେଶକାରୀ ଉପତ୍ାଦ ଆଦି ଅନ୍ତର୍ଭୁକ୍ତ।

Share