Posted inଜାତୀୟ

ସରକାରୀ ବିଭାଗରେ ହ୍ୱାଟ୍ସଆପ୍‌ ଉପରେ ଲାଗିଲା କଟକଣା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୮: ଜମ୍ମୁ ଓ କଶ୍ମିର ସରକାର ସମସ୍ତ ବିଭାଗରେ ପେନ୍‌ ଡ୍ରାଇଭ୍‌ ବ୍ୟବହାର ଏବଂ ସରକାରୀ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍‌ ମେସେଜିଂ ସେବା ଉପରେ କଟକଣା ଜାରି କରିଛନ୍ତି।

ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପ୍ରତିଆକ୍ରମଣ ‘ଅପରେସନ୍‌ ସିନ୍ଦୁର’ ସମୟରେ ହୋଇଥିବା ସାଇବର ଆକ୍ରମଣ ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶ ଆଜି ସାଧାରଣ ପ୍ରଶାସନ ବିଭାଗର କମିଶନର ସେକ୍ରେଟାରୀ ଏମ୍‌ ରାଜୁଙ୍କ ଦ୍ୱାରା ଜାରି କରାଯାଇଛି।

ସରକାର କହିଛନ୍ତି ଯେ, ଏହି ପଦକ୍ଷେପ ଜମ୍ମୁ ଓ କଶ୍ମିର କେନ୍ଦ୍ରଶାସିତ ଅଞ୍ଚଳର ସାଇବର ସୁରକ୍ଷା ମଜବୁତ କରିବା, ସମ୍ବେଦନଶୀଳ ସରକାରୀ ତଥ୍ୟ ସୁରକ୍ଷା ଓ ଡାଟା ଉଲ୍ଲଂଘନ, ମାଲୱେର ସଂକ୍ରମଣ ଏବଂ ଅନଧିକୃତ ପ୍ରବେଶର ବିପଦ ହ୍ରାସ କରିବା ଲକ୍ଷ୍ୟରେ ନିଆଯାଇଛି।

ଆଦେଶ ଅନୁସାରେ, “ଜମ୍ମୁ ଓ ଶ୍ରୀନଗରର ସିଭିଲ ସେକ୍ରେଟାରିଆଟ ଏବଂ ସମସ୍ତ ଜିଲାର ଡେପୁଟି କମିଶନର କାର୍ଯ୍ୟାଳୟ ସମେତ ସମସ୍ତ ପ୍ରଶାସନିକ ବିଭାଗରେ ସରକାରୀ ଡିଭାଇସ୍‌ରେ ପେନ୍‌ ଡ୍ରାଇଭ୍‌ ବ୍ୟବହାର ନିଷିଦ୍ଧ କରାଯାଇଛି।”

ଏହା ସହିତ ଜମ୍ମୁ ଓ କଶ୍ମିରରେ ସରକାରୀ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ମଧ୍ୟ “କଡାଭାବେ ନିଷିଦ୍ଧ” କରାଯାଇଛି।

ଆଦେଶରେ କୁହାଯାଇଛି, “ସରକାରୀ କିମ୍ବା ଗୋପନୀୟ ସାମଗ୍ରୀ ପ୍ରକ୍ରିୟାକରଣ, ଶେୟାର କିମ୍ବା ସଂରକ୍ଷଣ ପାଇଁ ହ୍ୱାଟ୍ସଆପ୍‌ ଭଳି ପବ୍ଲିକ ମେସେଜିଂ ପ୍ଲାଟଫର୍ମ ଅନଲାଇନ ସେବାର ବ୍ୟବହାର ଡାଟା ସାର୍ବଭୌମତ୍ୱ ରକ୍ଷା ଏବଂ ସୁରକ୍ଷା ଉଲ୍ଲଂଘନ ରୋକିବା ପାଇଁ କଡାଭାବେ ନିଷିଦ୍ଧ।”

ମେ’ ମାସରେ ‘ଅପରେସନ୍‌ ସିନ୍ଦୁର’ ସମୟରେ ଜମ୍ମୁ ଓ କାଶ୍ମୀରରେ ଅଧିକାଂଶ ସରକାରୀ ସାଇଟ୍‌, ବିଶେଷତ ବିଦ୍ୟୁତ କ୍ଷେତ୍ର, ସାଇବର ଆକ୍ରମଣର ଶିକାର ହୋଇଥିଲା ଏବଂ କିଛି ଏପର୍ଯ୍ୟନ୍ତ ପୁନଃସ୍ଥାପନ ପାଇଁ ସଂଘର୍ଷ କରୁଛି। ଏହି ଆକ୍ରମଣ ଜନସାଧାରଣ ସେବା ଏବଂ ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟକୁ ପ୍ରଭାବିତ କରିଥିଲା।‘

ଅପରେସନ୍‌ ସିନ୍ଦୁର’ ପରେ କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ଭାରତରେ ବିଦ୍ୟୁତ କ୍ଷେତ୍ରରେ ଦୁଇ ଲକ୍ଷ ସାଇବର ଆକ୍ରମଣ ହୋଇଛି। “ଦୁଇ ଲକ୍ଷ ସାଇବର ଆକ୍ରମଣ ହୋଇଛି, ସମସ୍ତ ଆକ୍ରମଣକୁ ବିଫଳ କରାଯାଇଛି,” ଖଟ୍ଟର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି

ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri