ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛି। ଉଲ୍ଲେଖଯୋଗ୍ୟ, ଗ୍ରାହକ ବର୍ତ୍ତମାନ ଗ୍ରୋସେରି ଦୋକାନରେ ବିଲ୍‌ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ ଏବଂ ଏହା ହେବ ସପିଂରେ ଏଆଇର ବ୍ୟବହାର ସହିତ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସହ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟର ସ୍ବୟଂଚାଳିତ ଭାବେ ଭପଭୋକ୍ତା କିଣୁଥିବା ସାମଗ୍ରୀର ସପିଂ ବିଲ୍‌ ସୃଷ୍ଟି କରିବ। ଏପରିକି ଏହାର ବ୍ୟବହାର ମଧ୍ୟ ବହୁତ ସହଜ ହୋଇଥିବାବେଳେ ବ୍ରାଣ୍ଡ୍‌ର ଷ୍ଟୋରଗୁଡିକରେ ଉପଲବ୍ଧ ଇଣ୍ଟେଲିଜେନ୍ସ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ। ଏପରିକି ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଏଆଇ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍‌ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ। ଯଦି ଗ୍ରାହକ ସପିଂ କାର୍ଟରେ ଯୋଡି ହୋଇଥିବା ସାମଗ୍ରୀକୁ ବାହାର କରିଦିଅନ୍ତି ତେବେ ସେହି ସାମଗ୍ରୀର ମୂଲ୍ୟ ସ୍ବୟଂଚାଳିତ ଭାବେ ବିଲରୁ ଅପସାରିତ ହୋଇଯିବ। ବିଲିଂ ଡେସ୍କ ଗ୍ରାହକଙ୍କ କାର୍ଟର କ୍ୟୁଆର କୋଡ୍‌ ସ୍କାନ୍‌ କରିବ ଏବଂ ଦେୟ ପ୍ରଦାନ ପାଇଁ ଗ୍ରାହକଙ୍କ ବିଲ୍‌ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri