ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢିବ ଭାରତର ଭୂମିକା, ଆମେରିକା ସରକାରଙ୍କ ଦାବି ଜି-୨୦ ଅଧ୍ୟକ୍ଷତାରୁ ମିଳିବ ଲାଭ

ୱାଶିଂଟନ,୨୭ ।୨: ଆମେରିକା ସରକାରଙ୍କ ଜଣେ ବରିଷ୍ଠ ଅଦିକାରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗାମୀ ଦିନରେ ଭାରତର ଭୂମିକା ବୃଦ୍ଧି ହେବ । ଏହାସହ ସେ କହିଛନ୍ତି, ଭାରତ ଓ ଆମେରିକା ପରସ୍ପରର ନିକଟତର ହେବେ । ଗତ ସପ୍ତାହରେ ସିଲିକନ ଭ୍ୟାଲିରେ ଭାରତୀୟ ମୂଳ ବାସିନ୍ଦାକୁ ସମ୍ବୋଧିତ କରି ଆମେରିକା ସରକାରଙ୍କ ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାର ଡେପୁଟି ଆସିଷ୍ଟାଣ୍ଡ ସେକ୍ରେଟାରୀ ନୌସି ଇଜୋ ଜ୍ୟାକଶନ ଏହା କହିଛନ୍ତି । ସେ କହିଛନ୍ତି ଜି-୨୦ ଅଧ୍ୟକ୍ଷତା ମିଳିଥିବା ଭାରତକୁ ସବୁଦିଗରେ ବିକାଶ କରିବାରେ ସହାୟକ ହେବ ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧ରେ ଭାରତକୁ ଜି-୨୦ର ଅଧ୍ୟକ୍ଷ କରାଯାଇଥିଲା । ଜ୍ୟାକସନ କହିଛନ୍ତି, ଯେମିତି ଆମେ ଦେଖୁଛୁ ଭାରତ ଜି-୨୦ ଉପରେ ଅଧ୍ୟକ୍ଷତା କରୁଛି । ଆମେ ଜାଣୁ ଯେ ବିଶ୍ୱ ସ୍ତରରେ ଭାରତର ଭୂମିକା ବୃଦ୍ଧି ପାଇବ ଏବଂ ଏହା ସହିତ ଭାରତ-ଆମେରିକାର ସମ୍ପର୍କ ମଜଭୁତ ହେବ । ଏସୀୟ ଆମରିକୀୟମାନଙ୍କ ଉପରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆୟୋଗର ସଦସ୍ୟ ଅଜୟ ଜୈନ ଭୁତୋରିଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକା ସରକାରଙ୍କ ଅନେକେ ଅଧିକାରୀ ଯୋଗ ଦେଇ ଭାରତ-ଆମେରିକା ସମ୍ପର୍କ, ଆମେରିକାରରେ ଭାରତୀୟ ମୂଳ ବାସିନ୍ଦାଙ୍କ ମହତ୍ୱ ବିଷୟରେ କହିଥିଲେ ଏବଂ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri