ଆତଙ୍କବାଦ ବିରୋଧରେ ଭାରତ କରିଛି ଭଲକାମ, ଆମେରିକା ସରକାରଙ୍କ ରିପୋର୍ଟରେ ପ୍ରଶଂସା

ୱାଶିଂଟନ,୨୮ ।୨: ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ସରକାର ଆତଙ୍କବାଦ ବିରୋଧରେ ଭଲ କାମ କରିଛନ୍ତି । ରିପୋର୍ଟରେ କୁହାଯାଇଛି, ଭାରତ ଆତଙ୍କବାଦ ସଙ୍ଗଠନକୁ ଚିହ୍ନିବା, ଏହାକୁ ନଷ୍ଟ କରିବା ଓ ଆତଙ୍କବାଦ ଭଳି ବିପଦକୁ କମ କରିବା ଦିଗରେ ଭଲ କାମ କରିଛନ୍ତି । ଆମେରିକାର ବ୍ୟୁରୋ ଅଫ କାଉଣ୍ଟର ଟେରରିଜମର ରିପୋର୍ଟ ‘କଣ୍ଟ୍ରି ରିପୋର୍ଟସ ଅନ ଟେରରିଜମ ୨୦୨୧: ଭାରତ’ ଅନୁଯାୟୀ, ଭାରତରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କ୍ମଶୀର, ଉତ୍ତର ପୂର୍ବ ରାଜ୍ୟ, ମଧ୍ୟ ଭାରତର କିଛି ଅଞ୍ଚଳ ଆତଙ୍କବାଦ ପ୍ରଭାବିତ ।

ରିପୋର୍ଟରେ କୁହାଯାଇଛି କି ୨୦୨୧ରେ ଦେଖାଯାଇଛି କି ଆତଙ୍କବାଦୀ ସଙ୍ଗଠନ ସେମାନଙ୍କ ରାଜନୀତିରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଓ ଡ୍ରୋନ ଏବଂ ଆଇଇଡି ଦ୍ୱାରା ବିସ୍ଫୋରଣ କରୁଛନ୍ତି ।
ରିପୋର୍ଟରେ ଦାବି କରାଯାଇଛି କି ୨୦୨୧ରେ ଜମ୍ମ-କଶ୍ମୀରରେ ୧୫୩ ଆତଙ୍କବାଦୀ ଆକ୍ରମଣ ହୋଇଛି, ଯେଉଁଥିରେ ୪୫ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି, ୩୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି ଓ ୧୯୩ ଆତଙ୍କବାଦୀଙ୍କ ସମେତ ମୋଟ ୨୭୪ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳରେ ସେମତି କିଛି ପରିବର୍ତ୍ତନ ହୋଇନାହିଁ । ଭାରତ ରାଜ୍ୟ ଓ କେନ୍ଦ୍ର ଶାସିତ ସ୍ତରରେ ଗୁଇନ୍ଦା ଏଜେନ୍ସିକୁ ମଜଭୁତ କରିଛି ।
ଭାରତର ବିଭିନ୍ନ ବନ୍ଦରରେ ସୁରକ୍ଷା ପାଇଁ ଏଣ୍ଟ୍ରିରେ ବାୟୋଗ୍ରାଫିକ ଓ ବାୟୋମେଟ୍ରିକ୍ସ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟରେ ଦ୍ୱିତୀୟଥର ଯାଞ୍ଚ ପାଇଁ ଏକ୍ସରେ ସ୍କ୍ରିନିଂ କରାଯାଇଛି । ଭାରତର ଯାଞ୍ଚ ଏଜେନ୍ସି ଏନଆଇଏ ଅସ୍ତ୍ରଶସ୍ତ୍ର ଚୋରା କାରବାର ଅଭିଯୋଗରେ ଏସ୍କର-ଏ-ତୋଏବା, ହରକତ ଉଲ ଜିହାଦି ଇସଲାମିକର ଆତଙ୍କବାଦୀଙ୍କୁ ସଜା ଦେଇଛି । ଏନଆଇଏ ସେପ୍ଟେମ୍ବର ୨୦୨୧ରେ ଆଇଏସଆଇଏସ ସହ ସମ୍ବନ୍ଧିତ ୩୭ ମାମଲାର ଯାଞ୍ଚ କରି ୧୬୮ ଲୋକଙ୍କୁ ଗିରଫ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri