ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ନ (ସିପିସି) ଭାବେ ଘୋଷଣା କରିବା ପାଇଁ ୟୁଏସ୍‌ କମିଶନ୍‌ ଅନ୍‌ ଇଣ୍ଟରନ୍ୟାଶନାଲ ରେଲିଜିଅସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ସଦ୍ୟ ଜାରି ରିପୋର୍ଟରେ ସୁପାରିସ କରାଯାଇଛି। କେବଳ ଏତିକି ନୁହେଁ, ଭାରତର ବହିର୍ବ୍ୟାପାର ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ବିରୋଧରେ ଶିଖ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ଅଣାଯାଇ ଏହାକୁ ନିଷିଦ୍ଧ ଘୋଷଣା କରିବାକୁ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମଙ୍ଗଳବାର ଜାରି କରିଥିବା ୨୦୨୪ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, କମ୍ୟୁନିଷ୍ଟ ଶାସିତ ଭିଏଟ୍‌ନାମ ଧର୍ମୀୟ ବ୍ୟାପାରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛି। ଭିଏଟ୍‌ନାମ ଭଳି ଭାରତ ଓ ଚାଇନା ମଧ୍ୟ ଧର୍ମୀୟ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପ କରୁଥିବାରୁ ଏହି ୨ ରାଷ୍ଟ୍ରକୁ ସିପିସି ରୂପେ ଘୋଷଣା କରାଯିବା ଉଚିତ। ଏହାର ଯଥାର୍ଥତା ଦର୍ଶାଇବାକୁ ଯାଇ ୨୦୨୪ ବର୍ଷସାରା ଭାରତରେ ସଂଖ୍ୟାଲଘୁ ବର୍ଗଙ୍କ ଉପରେ ହୋଇଥିବା ଅନେକ ବର୍ବର ଓ ଅମାନୁଷିକ ଘଟଣାର ଅବତାରଣା ଏହି ରିପୋର୍ଟରେ କରାଯାଇଛି। ଏଥିରେ କୁହାଯାଇଛି ଯେ, ୨୦୨୪ରେ ଭାରତର ବିଭିନ୍ନ ଭାଗରେ ଗୋରକ୍ଷକମାନେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଛନ୍ତି। ଏପରି କି ଧର୍ମୀୟ ନେତାମାନଙ୍କୁ ଏକତରଫା ଭାବେ ଗିରଫ କରାଯାଇଛି। ଅନ୍ୟ ଧର୍ମର ଲୋକଙ୍କ ଘର ଓ ପୂଜାସ୍ଥଳକୁ ଭାଙ୍ଗି ଦିଆଯାଇଛି। ଅପପ୍ରଚାର କରାଯିବା ଏବଂ ସରକାରୀ ଅଧିକାରୀମାନଙ୍କ ଘୃଣା ମନ୍ତବ୍ୟ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାମତ୍କ ଆକ୍ରମଣକୁ ଉସୁକାଇଛି। ଭାରତରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଏକକ ଦଓ୍ବୋନି ସଂହିତା (ୟୁସିସି) ଭଳି ଆଇନ ସହ ଅନେକ ରାଜ୍ୟରେ ଧର୍ମାନ୍ତରଣ ଓ ଗୋହତ୍ୟା ନିରୋଧୀ ଆଇନକୁ ଉକ୍ତ ରିପୋର୍ଟରେ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ଗୁଜବ ସୃଷ୍ଟି ତଥା ସେମାନଙ୍କୁ ଆକ୍ରମଣର ଏକ ବ୍ୟବସ୍ଥା ରୂପେ ଅଭିହିତ କରାଯାଇଛି।

ଭାରତ ବିରୋଧୀ କାର୍ଯ୍ୟସୂଚୀ ଏତିକିରେ ସୀମିତ ହୋଇ ରହିନାହିଁ। ୨୦୨୪ ଲୋକ ସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ବୋଲି ଏଥିରେ ଅଭିଯୋଗ ଅଣାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଏଜେନ୍ସିଗୁଡ଼ିକ ଆମେରିକା ଓ କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର ରଚିଥିବା ୨୦୨୩ ପରଠୁ ଅଭିଯୋଗ ହୋଇଆସୁଛି। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଆମେରିକା ଓ କାନାଡା ସହ ଭାରତର ସମ୍ପର୍କରେ ତିକ୍ତତା ଆସିଥିଲା। ତେବେ ୟୁଏସ୍‌ସିଆଇଆର୍‌ଏଫ୍‌ର ସୁପାରିସକୁ ମାନିବା ପାଇଁ ଆମେରିକା ସରକାର ବାଧ୍ୟ ହୋଇ ନ ଥିବାରୁ ଏବଂ ଭାରତ ସହ ଆମେରିକାର ରଣନୈତିକ ସ୍ବାର୍ଥ ଦୃଷ୍ଟିରୁ ଏହି କଟକଣା ଜାରି ହୋଇ ନ ପାରେ ବୋଲି ବିଶ୍ଳେଷକମାନେ କହିଛନ୍ତି।

ଅନ୍ୟପକ୍ଷେ ଭାରତ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ୟୁଏସ୍‌ସିଆଇଆର୍‌ଏଫ୍‌କୁ ଚିନ୍ତାଜନକ ସଂସ୍ଥା ରୂପେ ଘୋଷଣା କରାଯିବା ଉଚିତ ବୋଲି କୁହାଯାଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଉଲ୍ଲେଖ କରାଯାଇଛି, ୧୪୦ କୋଟି ଜନସଂଖ୍ୟାର ଦେଶ ଭାରତ ନିଜ ଉଦାରବାଦୀ ନୀତିକୁ ନେଇ ପରିଚିତ। ୟୁଏସ୍‌ସିଆଇଆର୍‌ଏଫ୍‌ ଅଳ୍ପ କେତୋଟି ଘଟଣାକୁ ନେଇ ଭାରତକୁ ବଦ୍‌ନାମ କରିବା ଅନୁଚିତ। ଏହା ପଛରେ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ରହିଥିବା ବହିର୍ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ବାଲ ପାଲଟା ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri