ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ନ (ସିପିସି) ଭାବେ ଘୋଷଣା କରିବା ପାଇଁ ୟୁଏସ୍‌ କମିଶନ୍‌ ଅନ୍‌ ଇଣ୍ଟରନ୍ୟାଶନାଲ ରେଲିଜିଅସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ସଦ୍ୟ ଜାରି ରିପୋର୍ଟରେ ସୁପାରିସ କରାଯାଇଛି। କେବଳ ଏତିକି ନୁହେଁ, ଭାରତର ବହିର୍ବ୍ୟାପାର ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ବିରୋଧରେ ଶିଖ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ଅଣାଯାଇ ଏହାକୁ ନିଷିଦ୍ଧ ଘୋଷଣା କରିବାକୁ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମଙ୍ଗଳବାର ଜାରି କରିଥିବା ୨୦୨୪ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, କମ୍ୟୁନିଷ୍ଟ ଶାସିତ ଭିଏଟ୍‌ନାମ ଧର୍ମୀୟ ବ୍ୟାପାରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛି। ଭିଏଟ୍‌ନାମ ଭଳି ଭାରତ ଓ ଚାଇନା ମଧ୍ୟ ଧର୍ମୀୟ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପ କରୁଥିବାରୁ ଏହି ୨ ରାଷ୍ଟ୍ରକୁ ସିପିସି ରୂପେ ଘୋଷଣା କରାଯିବା ଉଚିତ। ଏହାର ଯଥାର୍ଥତା ଦର୍ଶାଇବାକୁ ଯାଇ ୨୦୨୪ ବର୍ଷସାରା ଭାରତରେ ସଂଖ୍ୟାଲଘୁ ବର୍ଗଙ୍କ ଉପରେ ହୋଇଥିବା ଅନେକ ବର୍ବର ଓ ଅମାନୁଷିକ ଘଟଣାର ଅବତାରଣା ଏହି ରିପୋର୍ଟରେ କରାଯାଇଛି। ଏଥିରେ କୁହାଯାଇଛି ଯେ, ୨୦୨୪ରେ ଭାରତର ବିଭିନ୍ନ ଭାଗରେ ଗୋରକ୍ଷକମାନେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଛନ୍ତି। ଏପରି କି ଧର୍ମୀୟ ନେତାମାନଙ୍କୁ ଏକତରଫା ଭାବେ ଗିରଫ କରାଯାଇଛି। ଅନ୍ୟ ଧର୍ମର ଲୋକଙ୍କ ଘର ଓ ପୂଜାସ୍ଥଳକୁ ଭାଙ୍ଗି ଦିଆଯାଇଛି। ଅପପ୍ରଚାର କରାଯିବା ଏବଂ ସରକାରୀ ଅଧିକାରୀମାନଙ୍କ ଘୃଣା ମନ୍ତବ୍ୟ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାମତ୍କ ଆକ୍ରମଣକୁ ଉସୁକାଇଛି। ଭାରତରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଏକକ ଦଓ୍ବୋନି ସଂହିତା (ୟୁସିସି) ଭଳି ଆଇନ ସହ ଅନେକ ରାଜ୍ୟରେ ଧର୍ମାନ୍ତରଣ ଓ ଗୋହତ୍ୟା ନିରୋଧୀ ଆଇନକୁ ଉକ୍ତ ରିପୋର୍ଟରେ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ଗୁଜବ ସୃଷ୍ଟି ତଥା ସେମାନଙ୍କୁ ଆକ୍ରମଣର ଏକ ବ୍ୟବସ୍ଥା ରୂପେ ଅଭିହିତ କରାଯାଇଛି।

ଭାରତ ବିରୋଧୀ କାର୍ଯ୍ୟସୂଚୀ ଏତିକିରେ ସୀମିତ ହୋଇ ରହିନାହିଁ। ୨୦୨୪ ଲୋକ ସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ବୋଲି ଏଥିରେ ଅଭିଯୋଗ ଅଣାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଏଜେନ୍ସିଗୁଡ଼ିକ ଆମେରିକା ଓ କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର ରଚିଥିବା ୨୦୨୩ ପରଠୁ ଅଭିଯୋଗ ହୋଇଆସୁଛି। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଆମେରିକା ଓ କାନାଡା ସହ ଭାରତର ସମ୍ପର୍କରେ ତିକ୍ତତା ଆସିଥିଲା। ତେବେ ୟୁଏସ୍‌ସିଆଇଆର୍‌ଏଫ୍‌ର ସୁପାରିସକୁ ମାନିବା ପାଇଁ ଆମେରିକା ସରକାର ବାଧ୍ୟ ହୋଇ ନ ଥିବାରୁ ଏବଂ ଭାରତ ସହ ଆମେରିକାର ରଣନୈତିକ ସ୍ବାର୍ଥ ଦୃଷ୍ଟିରୁ ଏହି କଟକଣା ଜାରି ହୋଇ ନ ପାରେ ବୋଲି ବିଶ୍ଳେଷକମାନେ କହିଛନ୍ତି।

ଅନ୍ୟପକ୍ଷେ ଭାରତ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ୟୁଏସ୍‌ସିଆଇଆର୍‌ଏଫ୍‌କୁ ଚିନ୍ତାଜନକ ସଂସ୍ଥା ରୂପେ ଘୋଷଣା କରାଯିବା ଉଚିତ ବୋଲି କୁହାଯାଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଉଲ୍ଲେଖ କରାଯାଇଛି, ୧୪୦ କୋଟି ଜନସଂଖ୍ୟାର ଦେଶ ଭାରତ ନିଜ ଉଦାରବାଦୀ ନୀତିକୁ ନେଇ ପରିଚିତ। ୟୁଏସ୍‌ସିଆଇଆର୍‌ଏଫ୍‌ ଅଳ୍ପ କେତୋଟି ଘଟଣାକୁ ନେଇ ଭାରତକୁ ବଦ୍‌ନାମ କରିବା ଅନୁଚିତ। ଏହା ପଛରେ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ରହିଥିବା ବହିର୍ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ବାଲ ପାଲଟା ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri