ପାକିସ୍ତାନ ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ସାମୁହିକ ବଳାତ୍କାର

ଇସଲାମାବାଦ,୨୦ ।୭: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଆମେରିକୀୟ ଯୁବତୀଙ୍କ ସହ ସାମୁହିକ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି । ମଙ୍ଗଳବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଘଟଣାଟି ଡିଜି ଖାଁ ଜିଲାର ହିଲ ଷ୍ଟେଶନ ‘ଫୋର୍ଟ ମୁନରୋ’ର ଏକ ହୋଟେଲରେ ହୋଇଛି । ଏହା ଲାହୋରଠାରୁ ପ୍ରାୟ ୫୦୦ କିଲୋମିଟର ଦୂର । ପୀଡ଼ିତା ଜଣେ ବ୍ଲଗର/ଟିକଟକର ଓ ଏକ ଫେସବୁକ ପେଜର ମାଲିକ । ପୀଡ଼ିତା ତାଙ୍କ ସୋସିଆଲ ମିଡିଆ ବନ୍ଧୁ ମୁଜମିଲ ଶିପ୍ରା ଓ ଅଜାନ ଖୋସାଙ୍କ ସହ ଏକ ବ୍ଲକ ପ୍ରସ୍ତୁତ କରିବାକୁ ସେହି ସ୍ଥାନକୁ ଯାତ୍ରା କରିଥିଲେ, ଯେଉଁଠି ତାଙ୍କୁ ବଳାତ୍କାର କରାଯାଇଛି । ଏବେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି ବ୍ଲଗ ପ୍ରସ୍ତୁତ ପାଇଁ ସେ ଡିଜି ଖାଁ ଜିଲାର ହିଲ ଷ୍ଟେଶନ ଯାଇଥିଲେ । ସେଠାରେ ସେ ତାଙ୍କ ସୋସିଆଲ ମିଡିଆ ବନ୍ଧୁ ମୁଜମିଲ ଶିପ୍ରା ଓ ଅଜାନ ଖୋସାଙ୍କ ସହ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ହିଁ ତାଙ୍କ ବନ୍ଧୁଦ୍ୱୟ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରାଯାଇଛି ।

Share