ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଏବେ ଧ୍ୱଂସସ୍ତୁପ ପାଲଟିଗଲାଣି। ଅନ୍ୟପଟେ ରୁଷିଆକୁ ବିଶ୍ୱରୁ ଅଲଗା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ତେବେ ଯୁଦ୍ଧ ମଧ୍ୟରେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ ଆସନ୍ତା ସପ୍ତାହରେ ପୋଲାଣ୍ଡ ଏବଂ ରୋମାନିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନକୁ ଦିନ ଅତ୍ୟନ୍ତ ବିପଜ୍ଜନକ ଓ ଭୟଙ୍କର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ଓ ଆମେରିକାର ପୂର୍ବ ନାଟୋ ସହଯୋଗୀଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ସମର୍ଥନ ଜାରି ରହିଛି। ଏଥିପାଇଁ ଆସନ୍ତା ବୁଧବାରଠାରୁ ମାର୍ଚ୍ଚ ୧୧ପର୍ଯ୍ୟନ୍ତ କମଲା ହାରିସ ପୋଲାଣ୍ଡ ଓ ରୋମାନିଆ ଗସ୍ତ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ଯାତ୍ରା ସମୟରେ ସେ ଓ୍ବରସା ଏବଂ ବୁଖାରେଷ୍ଟରେ ରହିବେ। ସୂଚନାନୁସାରେ, ୟୁକ୍ରେନ ଉପରେ ହୋଇଥିବା ରୁଷିଆର ଆକ୍ରମଣକୁ ନେଇ ୨ଦେଶ ଭିତରେ ସମନ୍ବୟ ରକ୍ଷା କରିବା ଲାଗି ପୋଲାଣ୍ଡ ଏବଂ ରୋମାନିଆର ନେତାଙ୍କ ସହ ସାକ୍ଷାତ କରିବେ କମଲା। ଆମେରିକା କିପରି ୟୁକ୍ରେନର ପଡ଼ୋଶୀମାନଙ୍କୁ ସମର୍ଥନ କରିପାରିବ ସେ ବିଷୟରେ ହାରିସ ଆଲୋଚନା କରିବେ। ଏହି ଯୁଦ୍ଧ ପରେ ୟୁକ୍ରେନର ବହୁ ସଂଖ୍ୟକ ନାଗରିକ ପଡୋଶୀ ଦେଶକୁ ପଳାୟନ କରୁଛନ୍ତି। ଏଭଳି ପରିସ୍ଥିତିରେ ଶରଣାର୍ଥୀଙ୍କ ସୁରକ୍ଷା ତଥା ମାନବିକ ସହାୟତା ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ। ଏତଦ୍‌ ବ୍ୟତୀତ ଏହି ଗସ୍ତରେ ନାଟୋ ମିଳିତ ମଞ୍ଚର ଶକ୍ତି ଏବଂ ଏକତା ମଧ୍ୟ ପ୍ରଦର୍ଶନ ହେବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri