ଆମେରିକାର ଭ୍ରମଣ ସତର୍କତା: ଓଡ଼ିଶାରେ ରାଜନୈତିକ ଝଡ଼

ଭୁବନେଶ୍ୱର,୨୩ା୬ (ରବିନାରାୟଣ ଜେନା):ଅର୍ଥନୀତି ଦୃଷ୍ଟିରୁ ଭାରତ ବିଶ୍ୱର ପ୍ରମୁଖ ତିନି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବାକୁ ଉଦ୍ୟମ ଜାରି ରଖିଛି। ଏଥିନିମନ୍ତେ ଦେଶର ପଯର୍ର୍‌ୟଟନ କ୍ଷେତ୍ରର ବିକାଶ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ପର୍ଯ୍ୟଟନସ୍ଥଳକୁ ଅଧିକରୁ ଅଧିକ ବିଦେଶୀଙ୍କ ଆଗମନ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ହେଲେ ଓଡ଼ିଶା ସମେତ ଭାରତର ୬ ରାଜ୍ୟକୁ ଆମେରିକା ‘ଅପରାଧପ୍ରବଣ ଅଞ୍ଚଳ’ ଭାବେ ଦର୍ଶାଇ ତା’ର ନାଗରିକଙ୍କ ପାଇଁ ଜୁନ୍‌ ୧୬ରେ କଠୋର ଭ୍ରମଣ ସତର୍କତା ଜାରି କରିଛି। ତଦନୁଯାୟୀ ୬ ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଅପରାଧ ମଧ୍ୟରୁ ବଳାତ୍କାର ଅନ୍ୟତମ ବୋଲି ଦର୍ଶାଯାଇ ଆମେରିକୀୟ ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷକରି ମହିଳା ପର୍ଯ୍ୟଟକଙ୍କୁ ଏକୁଟିଆ ନ ଯିବାକୁ ଆମେରିକାର ପରରାଷ୍ଟ୍ର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଖିବାକୁ ଗଲେ କିଛି ମାସ ହେଲା ଆମେରିକା ଭାରତ ବିରୋଧୀ କେତେକ ପଦକ୍ଷେପ ନେବାରେ ଲାଗିଛି। ସେଥିମଧ୍ୟରୁ ମେ’ ଦ୍ୱିତୀୟ ସପ୍ତାହରେ ପାକିସ୍ତାନ ସହ ଆତଙ୍କବାଦ ବିରୋଧରେ ଭାରତ ଯୁଦ୍ଧ କରୁଥିବାବେଳେ ଆମେରିକାର ଦୋମୁହଁା ନୀତି ଦେଖିବାକୁ ମିଳିଥିଲା। ମେ’ ୯ ତାରିଖରେ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ୧ ବିଲିୟନ ଆମେରିକୀୟ ଡଲାର ଋଣ ମଞ୍ଜୁର କରିଥିଲା, ଯାହାକି ଓ୍ବାଶିଂଟନର ବିନା ସମର୍ଥନରେ ଅସମ୍ଭବ। ଏବେ ଆମେରିକା ଭାରତକୁ ସୁଦାନ ଭଳି ଅପରାଧପ୍ରବଣ ଅଞ୍ଚଳ ଭାବେ ଦର୍ଶାଇବାକୁ ଚେଷ୍ଟା କରିଛି। ଏହାଦ୍ୱାରା ଭାରତକୁ ବିଦେଶୀ ନାଗରିକଙ୍କ ଆଗମନ ଗୁରୁତର ଭାବେ ହ୍ରାସ ପାଇବା ଆଶଙ୍କା କରାଯାଉଛି। ଆମେରିକାର ଏହି ଭ୍ରମଣ ସତର୍କତାକୁ ଭାରତର କୂଟନୈତିକ ପରାଜୟ ବୋଲି ଅନେକେ ମତ ଦେଉଛନ୍ତି। ଏନେଇ ରାଜନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଛି।
ଆମେରିକାର ଲେଭଲ-୨ ଟ୍ରାଭେଲ ଆଡଭାଇଜରିରେ ଉଲ୍ଲେଖ ଥିବା ଭାରତର ୬ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମେଘାଳୟ ରହିଛି। ବିରୋଧୀ କଂଗ୍ରେସ ଓ ବିଜେଡି ଏହାକୁ ନେଇ କେନ୍ଦ୍ର ଏବଂ ଓଡ଼ିଶାର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଲାଣି। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ଦୃଷ୍ଟିକୁ ଆଣିବାପାଇଁ ବାରମ୍ବାର ଚେଷ୍ଟା କରୁଛି। ହେଲେ ଭାଜପା ସରକାର ପ୍ରସଙ୍ଗକୁ ଆଡ଼େଇ ଚାଲିଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ଆମେରିକା ଯେଉଁ ଆଡ୍‌ଭାଇଜରି ଜାରି କରିଛି, ସେଥିରେ ଓଡ଼ିଶା ସମେତ ଭାରତ ଉପରେ ଯାତାୟାତରେ ଅଙ୍କୁଶ ଲଗାଇଛି। ଏହା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିଦେଇଛି। ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣ ଅଗ୍ରାହ୍ୟ କରିଥିବା ନେଇ ବାହୁସ୍ଫୋଟ ମାରୁଥିଲେ। ହେଲେ ଏବେ ଯେଉଁ ଆଡ୍‌ଭାଇଜରି ଆସିଛି ତା’ ଉପରେ ସ୍ପଷ୍ଟୀକରଣ ରଖନ୍ତୁ। ମୋଦି ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୋଟିଏ ପଦ କହିଲେ ନାହିଁ। ବାସ୍ତବରେ ଟ୍ରମ୍ପ୍‌ ଏବଂ ମୋଦିଙ୍କ ମଧ୍ୟରେ ସେଭଳି କିଛି ଭଲ ସମ୍ପର୍କ ନାହିଁ ବୋଲି ଭକ୍ତ କହିଛନ୍ତି।
ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଆମେରିକାର ଏହି ମାର୍ଗଦର୍ଶିକା ଭାରତ ତଥା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖୁଛି। ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବର୍ଷପୂର୍ତ୍ତି ଉତ୍ସବରେ ଟ୍ରମ୍ପ୍‌ କିଭଳି ତାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ଆସିବା ପାଇଁ ତାହାକୁ ଅଗ୍ରାହ୍ୟ କଲେ, ସେନେଇ ଅବତାରଣା କରିଥିଲେ। ହେଲେ ଏବେ ଯେଉଁ ଆଡ୍‌ଭାଇଜରି ଆସିଛି, ତାହାକୁ ରାଜ୍ୟ ସରକାର ବିଶେଷ ଭାବେ ଚିନ୍ତନ କରିବା ଆବଶ୍ୟକ। ଏହି ସମୟ ଉତ୍ସବର ନୁହେଁ, ଆତ୍ମସମୀକ୍ଷା ଓ ମାନସମନ୍ଥନର ବେଳ ବୋଲି ପ୍ରତାପ ଦେବ କହିଛନ୍ତି।
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆମେରିକା ପକ୍ଷରୁ ଯେଉଁ ମାର୍ଗଦର୍ଶିକା ଭାରତ ପରିପ୍ରେକ୍ଷୀରେ ଜାରି ହୋଇଛି, ସେଥିରୁ ତାଙ୍କ ଅସହିଷ୍ଣୁତା ସ୍ପଷ୍ଟ ବାରିହେଉଛି। ରାଜ୍ୟ ସରକାର ମହିଳାମାନଙ୍କୁ ତ୍ୱରିତ୍‌ ନ୍ୟାୟ ଦେବାପାଇଁ ୬ଟି ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହାବାଦ୍‌ ପ୍ରତ୍ୟେକ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ୨୪ରୁ ୭୨ଘଣ୍ଟା ମଧ୍ୟରେ ଆସାମୀକୁ ଗିରଫ କରାଯାଉଛି। ଏହାକୁ ନେଇ ବିରୋଧୀ ଅଯଥାରେ ପ୍ରସଙ୍ଗ କରିବା ଠିକ୍‌ ନୁହେଁ। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,
ଆମେରିକାରେ ସବୁବେଳେ ଦଙ୍ଗା ହେଉଛି ଏବଂ ଗୁଳିକାଣ୍ଡ ଘଟୁଛି। ଟ୍ରମ୍ପ୍‌ଙ୍କ ଉପରେ କ’ଣ ଆକ୍ରମଣ ହୋଇନି, ନା ହ୍ବାଇଟ୍‌ ହାଉସ୍‌କୁ ଟାର୍ଗେଟ୍‌ କରାଯାଇନି? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଭଳି ପରିବେଶ ପୃଥିବୀରେ ମିଳିବନି। କଁା ଭଁା ସମସ୍ୟା ଲାଗିରହିବ। ଆମେ ତାକୁ ଦୃଢ଼ହସ୍ତରେ ଦମନ କରୁଛୁ। ଆପରାଧିକ କାର୍ଯ୍ୟକଳାପକୁ ଆମ ସରକାର ଆଦୌ ବରଦାସ୍ତ କରୁନାହିଁ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତ ବିକାଶ ଆଡ଼କୁ ତୀବ୍ର ଗତିରେ ମୁହଁାଇଥିବାବେଳେ ଆମେରିକା ଏଭଳି ଆଡ୍‌ଭାଇଜରି ଜାରି କରି ନିଜ ଅସହିଷ୍ଣୁତାର ପରିଚୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri