ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…

ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ କୁହାଯାଇଛି। ଏହି ପ୍ରସ୍ତାବ ଉପସ୍ଥାପନ କରିଥିବା ସାଂସଦ ବିଲ ହେଗର୍ଟି ଏବଂ ଜେଫ ମାର୍କଲେ କହିଛନ୍ତି ଯେ ଯେତେବେଳେ ଚାଇନା ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ଚ୍ୟାଲେଞ୍ଜ ଜାରି ରଖିଛି। ଏଭଳି ପରିସ୍ଥିତିରେ ଆମେରିକା ଏହାର ରଣନୀତିକ ଭାଗିଦାରୀ ବିଶେଷ କରି ଭାରତ ସହ କାନ୍ଧ କାନ୍ଧରେ ମିଶାଇ ଛିଡା ହେବା ଆବଶ୍ୟକ।

ଆମେରିକା ସଂସଦର ଏହି ଦ୍ୱିପାକ୍ଷିକ ସଂକଳ୍ପ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରିଛି ଏବଂ ଏଲଏସିରେ ସ୍ଥିତି ପରିବର୍ତ୍ତନ ପାଇଁ ଚାଇନାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଉଦ୍ୟମକୁ ସମାଲୋଚନା କରିଛି। ଏହି ପ୍ରସ୍ତାବରେ ଆମେରିକା-ଭାରତ ମଧ୍ୟରେ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ଏବଂ କ୍ୱାଡରେ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଆମେରିକା ସଂସଦର ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଏଲଏସିର ପୂର୍ବ ସେକ୍ଟରରେ ଚାଇନାର ସୈନିକ ଏବଂ ଭାରତୀୟ ଯବାନମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇ ସାରିଛି।

ଆମେରିକାର ସାଂସଦମାନେ ମଧ୍ୟ ସାମରିକ ବଳ ସହିତ ଏଲଏସିରେ ସ୍ଥିତି ପରିବର୍ତ୍ତନ କରିବାକୁ ଚାଇନାର ପ୍ରୟାସ, ବିବାଦୀୟ ସ୍ଥାନରେ ନିର୍ମାଣ ଏବଂ ଚାଇନାର ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ପ୍ରଦର୍ଶନ କରୁଥିବା କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏହା ସହିତ ଭୁଟାନ ସୀମାରେ ଚାଇନାର ଦାବିକୁ ମଧ୍ୟ ସମାଲୋଚନା କରାଯାଇଛି। ହାଉସର ଉଭୟ ପକ୍ଷ ମିଳିତ ଭାବେ ଉପସ୍ଥାପିତ ହୋଇଥିବା ଏହି ସଂକଳ୍ପରେ ଚାଇନାର ଉତ୍ତେଜନାମୂଳକ କାର୍ଯ୍ୟ ବିରୋଧରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରାଯାଇଛି ଏବଂ ଭାରତ ସହିତ ବୈଷୟିକ, ଅର୍ଥନୈତିକ ସମ୍ପର୍କକୁ ସୁଦଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri