Posted inଖେଳ

ୟୁଏସ୍‌ ଓପନ୍‌:ବ୍ରାଡି- ଓସାକା ସେମିଫାଇନାଲ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ୯ମ ଦିବସରେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଚତୁର୍ଥ ସିଡ୍‌ ଖେଳାଳି ଜାପାନର ନାଓମି ଓସାକା ଓ ୨୮ତମ ସିଡ୍‌ ଆମେରିକାର ଜେନିଫର ବ୍ରାଡି ପରସ୍ପରକୁ ସେମିରେ ଭେଟିବା ନିଶ୍ଚିତ ହୋଇଛି। ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବ୍ରାଡି ୬-୩, ୬-୨ ସେଟ୍‌ରେ କାଜାଖସ୍ତାନର ୨୩ତମ ସିଡ୍‌ ଖେଳାଳି ୟୁଲିଆ ପୁଟିନଶେଭାଙ୍କୁ ହରାଇ ଏକ ବୃହତ୍‌ ବିଜୟ ହାସଲ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ସାମାନ୍ୟ ନର୍ଭସ ଥିଲି। ତେବେ ପରେ ଭଲ ଖେଳିବା ପାଇଁ ଆତ୍ମ ବିଶ୍ୱାସ ପାଇଥିଲି ବୋଲି ୨୫ ବର୍ଷୀୟ ବ୍ରାଡି କହିଛନ୍ତି।
ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲରେ ଓସାକା ୬-୩, ୬-୪ ସେଟ୍‌ରେ ଆମେରିକାର ଅଣସିଡ୍‌ ଖେଳାଳି ସେଲବି ରୋଜର୍ସଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୨ ବର୍ଷୀୟ ଓସାକା ବିଜୟୀ ହେବା ପାଇଁ ଏକ ଘଣ୍ଟା ୨୦ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ। ଓସାକା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନରେ ରହିଥିବା ବେଳେ ରୋଜର୍ସ ୯୩ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ରୋଜର୍ସଙ୍କଠାରୁ ଓସାକା ୩ଥର ପରାସ୍ତ ହୋଇଥିବା ବେଳେ ଏଥର କିନ୍ତୁ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ରୋଜର୍ସଙ୍କୁ ପୂର୍ବରୁ କେବେ ହରାଇ ନ ଥିଲି। ତେଣୁ ସେ ଫେଭରାଇଟ୍‌ ବୋଲି ଧରି ନେଇଥିଲି। ଶେଷରେ ତାଙ୍କୁ ପରାସ୍ତ କରିବା ସେତେଟା ସହଜ ନ ଥିଲା ବୋଲି ଓସାକା କହିଛନ୍ତି। ଏଥିସହିତ ଗତ ୩ ବର୍ଷ ମଧ୍ୟ ଓସାକା ଦ୍ୱିତୀୟଥର ପାଇଁ ୟୁଏସ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କେତେକ ତାରାକା ଖେଳାଳିଙ୍କ ଅନୁପସ୍ଥିତିରେ ଓସାକା ଏଥର ମଧ୍ୟ ଟାଇଟଲ ଫେଭରାଇଟ୍‌ ବିବେଚିତ ହେଉଛନ୍ତି।
ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ଓ ବୁଲଗେରିଆର ଶ୍ୱେତାନା ପିରୋଙ୍କୋଭା ପରସ୍ପରକୁ ଭେଟିବେ। ସେହିପରି ଚତୁର୍ଥ କ୍ୱାର୍ଟର ଫାଇନାଲରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଓ ୨୬ତମ ସିଡ୍‌ ଖେଳାଳି ବେଲଜିୟମ୍‌ର ଏଲିସ୍‌ ମେର୍ଟେନ୍ସ ମୁହଁାମୁହିଁ ହେବେ। ବୁଧବାର ଏହି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri