ଆମେରିକା, ଭାରତୀୟ ନୌସେନାକୁ ଦେଲା ଦୁଇଟି ଏମ୍‌ଏଚ୍‌- ୬୦ ଆର୍ ହେଲିକପ୍ଟର

ୱାଶିଂଟନ,୧୭ ।୭: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରୁ ଆହୁରି ମଜଭୁତ କରିବାର ଆଉ ଏକ ସଙ୍କେତ ମିଳିଛି । ଆମେରିକା ନୌସେନା ପ୍ରଥମେ ଭାରତୀୟ ନୌସେନାକୁ ଦୁଇଟି ଏମ୍‌ଏଚ୍‌-୬୦ ଆର୍ ମଲ୍ଟି ରୋଲ ହେଲିକପ୍ଟର ଦେଇଛି । ଭାରତୀୟ ନøସେନା ଆମେରିକା ସରକାରଙ୍କୁ ବିଦେଶି ସେନା ବିକ୍ରି ଭଳି ଲକହିଡ ମାର୍ଟିନଙ୍କ ଦ୍ୱାରା ନିର୍ମିତ ୨୪ଟି ହେଲିକପ୍ଟର କ୍ରୟ କରୁଛି । ଯାହାର ଆନୁମାନିକ ମୂଲ୍ୟ ୨.୪ ଅରବ ଡଲାର ରହିଛି । ନୋ ଡିଏଗୋର ନୌସେନା ବିମାନ ଷ୍ଟେଶନ ନର୍ଥ ଆଇଲ୍ୟାଣ୍ଡ ଅବା ଏନ୍‌ଏଏସ୍ ନର୍ଥ ଆଇଲ୍ୟାଣ୍ଡରେ ଶୁକ୍ରବାର ଆୟୋଜିତ ସମାରୋହରେ ଆମେରିକା ସେନା ଭାରତୀୟ ସେନାଙ୍କୁ ଔପଚାରିକ ଭାବେ ଏହି ହେଲିକପ୍ଟରକୁ ଦେଇଛି ।

Share