ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ

ଓ୍ବାଶିଂଟନ୍‌,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ଏବେ ବୃଦ୍ଧଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛି।

ବୃଦ୍ଧ ଚାଲର୍‌ସ ବୟାନରେ କହିଛନ୍ତି, ପିଆଜକୁ ସେ ଭୂଲ ଉପାୟରେ କାଟୁଥିଲେ। ଯାହାକୁ ଦେଖି ତାଙ୍କ ପ୍ରେମିକା ରାଗି ଯାଇଥିଲେ। ନିଜ ହିତାହିତ ଜ୍ଞାନ ଭୁଲି ପ୍ରେମିକାଜଣକ ଛୁରି ଉଠାଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ। ବୃଦ୍ଧ ଦାବି କରିଛନ୍ତି କି, ଝଗଡା ସମୟରେ ନିଜ ଆତ୍ମରକ୍ଷା ପାଇଁ ସେ ପ୍ରେମିକାଙ୍କୁ ମାଡି ବସିଥିଲେ। ଏହି ସମୟରେ ଅସାବଧାନତା ହେତୁ ତାଙ୍କୁ ବେକରେ ଛୁରି ଲାଗିଯାଇଥିଲା। ଯେଉଁଥିରେ ମହିଳାଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ ପୋଲିସ ମୁତାବକ ଚାଲର୍‌ସ ମିଛ କାହାଣୀ ବର୍ଣ୍ଣନା କରୁଛନ୍ତି।

ମୃତକ ମହିଳା ହେଲେ ମାର୍ସିଆ ଲିଙ୍କସ୍‌। ପୋଲିସ ଅନୁଯାୟୀ, ହତ୍ୟା ପରେ ଚାଲର୍‌ସ ପୋଲିସ ଷ୍ଟେଶନକୁ ଯୋଗାଯୋଗ କରିଥିଲେ। ଚାଲର୍‌ସଙ୍କ ଫୋନ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୋଲିସ ମାର୍ସିଆଙ୍କ ମୃତଦେହ ରୋଷେଇ ଘରେ ପଛମାଡି ପଡିଥିବାର ଦେଖିବାକୁ ପାଇଥିଲା। ଯେତେବେଳେ ପୋଲିସ ରୋଷେଇ ଘରର ତଦନ୍ତରେ ପିଆଜର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ମିଳି ନ ଥିଲା। ମୃତଦେହ ପାଖରେ ସ୍ବରଚିତ ଭାବେ ରକ୍ତଲଗା ଛୁରୀ ରଖାଯାଇଥିଲା। ପୋଲିସ ମହିଳାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଦେଖିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri