ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା

ହ୍ୟୁଷ୍ଟନ୍‌,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍‌ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍‌ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ ଇଣ୍ଟରନେଟ୍‌ ୟୁଜରମାନେ କଡ଼ା ସମାଲୋଚନା କରିଛନ୍ତି। ରିପବ୍ଲିକାନ୍‌ ନେତା ଆଲେକ୍‌ଜାଣ୍ଡାର ଡୁନ୍‌କାନ୍‌ ଟେକ୍ସାସରେ ଥିବା ହନୁମାନଙ୍କ ୯୦ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତିର ଭିଡିଓକୁ ଗତ ସପ୍ତାହରେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଲେଖିଥିଲେ, ଟେକ୍ସାସରେ ଆମେ ଏକ ମିଛ ହିନ୍ଦୁ ଦେବତାଙ୍କ ମିଛ ପ୍ରତିମୂର୍ତ୍ତିକୁ ଅନୁମତି ଦେଉଛେ କାହିଁକି? ତାଙ୍କର ଏଭଳି ମନ୍ତବ୍ୟର ଦୃଢ଼ ଜବାବ ଦେଇଛି ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ (ଏଚ୍‌ଏଏଫ୍‌)। ଟେକ୍ସାସ୍‌ର ରିପବ୍ଲିକାନ୍‌ ସିନେଟ୍‌ ପ୍ରାର୍ଥୀ ହିନ୍ଦୁ ବିରୋଧୀ ଘୃଣା ପ୍ରସାର କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଚ୍‌ଏଏଫ୍‌ ଦାବି କରିଛି। ଦଳୀୟ ଗାଇଡ୍‌ଲାଇନର ଉଲ୍ଲଂଘନ କରିଥିବା ନେତାଙ୍କୁ ଶୃଙ୍ଖଳିତ କରିବାକୁ ହିନ୍ଦୁ ସଂଗଠନ ରିପବ୍ଲିକାନ୍‌ ପାର୍ଟିକୁ କହିଛି।
ଷ୍ଟାଚ୍ୟୁ ଅଫ୍‌ ୟୁନିୟନ ଭାବେ ଜଣାଶୁଣା ହନୁମାନ ପ୍ରତିମୂର୍ତ୍ତି ସୁଗାର ଲ୍ୟାଣ୍ଡ୍‌ସ୍ଥିତ ଶ୍ରୀଅଷ୍ଟଲକ୍ଷ୍ମୀ ମନ୍ଦିରରେ ଅବସ୍ଥିତ। ଏହା ଉତ୍ତର ଆମେରିକାର ସର୍ବୋଚ୍ଚ ହନୁମାନ ପ୍ରତିମୂର୍ତ୍ତି। ଇଣ୍ଟରନେଟ୍‌ ୟୁଜର ଡୁନ୍‌କାନ୍‌ଙ୍କ ମନ୍ତବ୍ୟକୁ ସମାଲୋଚନା କରି ଲେଖିଛନ୍ତି, ଆପଣ ହିନ୍ଦୁ ନୁହନ୍ତି ଅର୍ଥ ନୁହେଁ ଏହାକୁ ମିଛ ବୋଲି କହିବେ। ପୃଥିବୀକୁ ଯିଶୁ ଆସିବାର ୨୦୦୦ ବର୍ଷ ପୂର୍ବରୁ ବେଦ ଲେଖାଯାଇଥିଲା। ତେଣୁ ପୂର୍ବରୁ ଲୋକଙ୍କୁ ପ୍ରଭାବିତ କରିଥିବା ଧର୍ମର ସମ୍ମାନ କରାଯିବା ଆବଶ୍ୟକ। ହନୁମାନ ପ୍ରତିମୂର୍ତ୍ତି କାହାକୁ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରୁନାହିଁ ବୋଲି ଅନ୍ୟ ଜଣେ ଲେଖିଛନ୍ତି। ଆମେରିକା ଖ୍ରୀଷ୍ଟିଆନ୍‌ବହୁଳ ହୋଇପାରେ, କିନ୍ତୁ ଅନ୍ୟ ଧର୍ମକୁ ଅନୁମତି ନ ଦେବାକୁ କହିବା ଧର୍ମତନ୍ତ୍ରକୁ ସମର୍ଥନ, ଯାହା ଆମେରିକା ମୂଲ୍ୟବୋଧର ବିରୋଧୀ ବୋଲି ଅନ୍ୟଜଣେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ପାକିସ୍ତାନ ମାଟିରୁ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲା ଇରାନ, କହିଲା ଆମେରିକା ସହ କୌଣସି…

ଇସଲାମବାଦ/ତେହରାନ,୨୫ା୩: ତେହରାନ ଏବଂ ଓ୍ବାଶିଂଟନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଚାଲିଥିବା ଟ୍ରମ୍ପ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ପାକିସ୍ତାନରେ ଇରାନୀ ରାଷ୍ଟ୍ରଦୂତ ରେଜା ଆମରି ମୋଗାଦମ…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri