ଭାରତୀୟଙ୍କ ସମେତ ୫୦ ସଂସ୍ଥା ଉପରେ କଟକଣା ଲଗାଇଲା ଆମେରିକା

ଓ୍ବାଶିଂଟନ,୧୧ା୧୦: ଇରାନ ଉପରେ ସର୍ବାଧିକ ଅର୍ଥନୈତିକ ଚାପ ପକାଇବା ପାଇଁ ଆମେରିକା ଭାରତୀୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ଦେଶର ମୋଟ ୫୦ଟି ସଂସ୍ଥା ଓ ଜାହାଜ ଉପରେ କଟକଣା ଲଗାଇଛି। ଏହିସବୁ ସଂସ୍ଥା ଇରାନ ସହ ତୈଳ, ପେଟ୍ରୋଲିୟମ ଉତ୍ପାଦ ଓ ପେଟ୍ରୋକେମିକାଲ ବାଣିଜ୍ୟ କାରବାରରେ ସାମିଲ ଥିଲେ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ କହିଛି। ଏହି ସଂସ୍ଥାଗୁଡ଼ିକ ଇରାନରୁ ବହୁ ବିଲିୟନ ଡଲାର ମୂଲ୍ୟର ପେଟ୍ରୋଲିୟମ୍‌ ଏବଂ ପେଟ୍ରୋକେମିକାଲ କିଣୁଥିଲେ। ଇରାନ ଆତଙ୍କବାଦୀ କାର୍ଯ୍ୟରେ ଏହି ପାଣ୍ଠି ବିନିଯୋଗ କରୁଥିବାରୁ ଏହା ଉପରେ ଅତ୍ୟଧିକ ଆର୍ଥତ୍କ ଚାପ ପକାଇବା ଏହି କଟକଣାର ଉଦ୍ଦେଶ୍ୟ। ଆମେରିକା ଅର୍ଥ ବିଭାଗର ଅଫିସ ଅଫ୍‌ ଫରେନ୍‌ ଆସେଟ୍ସ କଣ୍ଟ୍ରୋଲ (ଓଏଫ୍‌ଏସି) ୩ ଭାରତୀୟ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲଗାଇଛି। ସେମାନେ ହେଲେ ବରୁନ୍‌ ପୁଲା, ସୋନିୟା ଶ୍ରେଷ୍ଠ ଏବଂ ଇୟାପ୍ପାନ ରାଜା। ବରୁନ୍‌ଙ୍କର ବେର୍ଥା ଶିପିଂ କମ୍ପାନୀ କୋମୋରୋସ୍‌ର ଜାହାଜକୁ ଅପରେଟ୍‌ କରିଥାଏ। ଉକ୍ତ ଜାହାଜରେ ଚାଇନାକୁ ୪ ନିୟୁତ ବ୍ୟାରେଲ୍‌ ଇରାନୀୟ ଏଲ୍‌ପିଜି ପରିବହନ କରାଯାଇଛି। ଇୟାପ୍ପାନ ରାଜାଙ୍କ ଏଭି ଲାଇନ୍ସ କମ୍ପାନୀ ପାନାମାର ଏକ ଜାହାଜକୁ ପରିଚାଳନା କରିଥାଏ। ଉକ୍ତ ଜାହାଜ ଗତ ଏପ୍ରିଲରୁ ଚାଇନାକୁ ୧ ନିୟୁତ ବ୍ୟାରେଲ୍‌ ଇରାନୀୟ ଏଲ୍‌ପିଜି ପରିବହନ କରିଥିବା ଜଣାପଡ଼ିଛି। ସୋନିୟା ଶ୍ରେଷ୍ଠାଙ୍କ ମାଲିକାନାରେ ଭାରତରେ ଭେଗା ଷ୍ଟାର ଶିପ୍‌ ମ୍ୟାନେଜମେଣ୍ଟ ପ୍ରା.ଲିଃ ରହିଛି। ଏହି କମ୍ପାନୀ କୋମୋରୋସ୍‌ର ନେପ୍‌ଟା ଜାହାଜ ପରିଚାଳନା କରିଥାଏ, ଯେଉଁଥିରେ ଇରାନରୁ ପାକିସ୍ତାନକୁ ଏଲ୍‌ପିଜି ପରିବହନ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri