ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ଆମେରିକା ମଧ୍ୟ ଅନେକ ଟିକା ଉପରେ ପରୀକ୍ଷା ଚଳାଇଛି। ଆମେରିକା ଏବେ ଏକ ନୂଆ କରୋନା ଷ୍ଟ୍ରେନ୍‌ ପ୍ରସ୍ତୁତ କରୁଛି, ଯାହାକି ସୁସ୍ଥ ଲୋକକୁ ସଂକ୍ରମିତ କରିବ।
ଆମେରିକା ସରକାରଙ୍କ ସ୍ବାସ୍ଥ୍ୟ ଏଜେନ୍ସି ଅନୁଯାୟୀ, ନୂଆ କରୋନା ଭାଇରସ ପାଇଁ କାମ ଆରମ୍ଭ ହୋଇଛି। ଏଥିପାଇଁ ଟିକା ପରୀକ୍ଷଣ ହେବାକୁ ଥିବା ଲୋକଙ୍କୁ ଏହାର କିଛି ମାତ୍ରା ଦିଆଯାଇଥାଏ। ପରେ ସେମାନେ କେତେବେଳେ ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ଅପେକ୍ଷା କରାଯାଏ। ଯେଉଁମାନେ ଜୀବାଣୁ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କ ଶରୀର ଉପରେ ଏହାର ପ୍ରଭାବ ବିଶ୍ଲେଷଣ କରାଯାଇଥାଏ। ଯଦି ଉକ୍ତ ବ୍ୟକ୍ତି ରୋଗଗ୍ରସ୍ତ ହେଉ ନାହାନ୍ତି, ତେବେ ଏହି ଟିକା ସଫଳ ହେଲା ବୋଲି ବିବେଚନା କରାଯିବ। ଟିକା ନେବା ପରେ ସେମାନେ ଏହି ଭୂତାଣୁ ସଂସ୍ପର୍ଶରେ ଆସିବାକୁ ସମୟ ଲାଗିବ, ତେଣୁ ପରୀକ୍ଷାରେ ମଧ୍ୟ ବିଳମ୍ବ ହେବ। ଏହାକୁ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ କୁହାଯାଉଛି। ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲରେ ଭାଗ ନେଉଥିବା ଲୋକଙ୍କ ଜୀବନପ୍ରତି ବିପଦ ରହିଛି। ତେଣୁ ଏହାକୁ ନେଇ ବିବାଦ ମଧ୍ୟ ଲାଗିରହିଛି। କାରଣ ଏହି ଟିକା ସୁରକ୍ଷା ଯୋଗାଇବ ତାହା ନିଶ୍ଚିତ ହୋଇପାରି ନାହିଁ।
ରିପୋର୍ଟ ଅନୁଯାୟୀ, ଆମେରିକା ଏହି ନୂତନ କରୋନା ଭାଇରସ ପ୍ରସ୍ତୁତ କରିବାର କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଯଦି ଏହାକୁ ମନୁମତି ମିଳିଯାଏ ତେବେ ପ୍ରଥମରୁ ଚାଲୁଥିବା ଫେଜ୍‌-୩ ପରୀକ୍ଷାଠାରୁ ଏହା ଭିନ୍ନ ହେବ। ଏଥିସହ ଟିକା ଉତ୍ପାଦନକାରୀ ଏଷ୍ଟ୍ରାଜେନେକା ଏବଂ ଜନସନ ଆଣ୍ଡ ଜନସନ ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ହେଲେ ହ୍ୟୁମାନ ଚ୍ୟାଲେଞ୍ଜର ବିଚାର କରାଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ରୋଗ ପାଇଁ କୌଣସି ଟିକା ବାହାରି ନ ଥିବାରୁ ହ୍ୟୁମାନ ଚ୍ୟାଲେଞ୍ଜ ପରୀକ୍ଷା ବିପଜ୍ଜନକ ବୋଲି କୁହାଯାଉଛି।
ଜନ ହପକିନ୍ସ ବ୍ଲମବର୍ଗ ସ୍କୁଲ ଅପ୍‌ ପବ୍ଲିକ ହେଲ୍‌ଥର ଟିକା ଅନୁସନ୍ଧାରକାରୀ ଆନ୍ନା ଡର୍ବିନ କୁହନ୍ତି, ହ୍ୟୁମାନ ଚ୍ୟାଲେଞ୍ଚ ପରୀକ୍ଷା ଆରମ୍ଭ କରିବାକୁ ୯ରୁ ୧୨ ମାସ ସମୟ ଲାଗିଯିବ। ଏହାର ଫଳାଫଳ ଜାଣିବାକୁ ଆହୁରି ୬ ମାସ ଲାଗିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri