ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ଗଲା ପରିବାରର ୧୦ ଜୀବନ

କାବୁଲ,୩୦ା୮: କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ବର୍ଷୀୟା ଶିଶୁଙ୍କଠାରୁ ଆରମ୍ଭ କରି ୪୦ ବର୍ଷ ବୟସର ନାଗରିକ ରହିଛନ୍ତି। ଆକ୍ରମଣରେ ଗୋଟିଏ ପରିବାରର ୧୦ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣେ ସମ୍ପର୍କିୟ ମହିଳା କହିଛନ୍ତି। ଆମେରିକାର ଏହି ଆକ୍ରମଣକୁ ତାଲିବାନ୍‌ ନିନ୍ଦା କରିଛି। ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଆଫଗାନିସ୍ତାନରେ ବିଦେଶୀ ଶକ୍ତି ଆକ୍ରମଣ କରିବା ବେଆଇନ। ଯଦି ସେଭଳି କୌଣସି ବିପଦ ସମ୍ପର୍କରେ ଆମେରିକା ନିକଟରେ ସୂଚନା ଥିଲା ତେବେ ତାଲିବାନ୍‌କୁ ଏ ନେଇ ଆଗୁଆ ଜଣାଯିବା ଉଚିତ ଥିଲା।

Share