ପାକିସ୍ତାନ କ୍ରିକେଟରଙ୍କ ପ୍ରେମରେ ପଡିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା କଛି ନା କିଛ କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲ ସେ ଏଥର ଏମିତି କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ ଏଥର ସେ ଚର୍ଚ୍ଚାକୁ ଆସିବାର କାରଣ ହେଉଛନ୍ତି ପାକିସ୍ତାନ କ୍ରିକେଟର ନସିମ ଶାହ ।
ନିକଟରେ ଉର୍ବଶି ରୌତେଲା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଏଡିଟେଡ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନୀ କ୍ରିକେଟର ନସିମ ଶାହ ବି ନଜର ଆସିଛନ୍ତି । ଆଉ ଏଇଥିପାଇଁ ଟ୍ରୋଲର ଶିକାର ହୋଇଛନ୍ତି ଉର୍ବଶୀ । ସୋସିଆଲ ମିଡିଆରେ ଯେମିତି ଉର୍ବଶୀ ଏହି ରିଲକୁ ଶେୟାର କରିଛନ୍ତି ଏହାପରେ ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଛି । ଏହାକୁ ଦେଖିବା ପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ସୋସିଆଲ ମିଡିଆ ୟୁଜର୍ସ । କେହି କେହି କହୁଛନ୍ତି ଉର୍ବଶୀଙ୍କୁ ପାକିସ୍ତାନ ପଠାଇ ଦିଆଯାଉ । ଆଉ କେହି କହୁଛନ୍ତି ଋଷଭ ଭାଇଙ୍କୁ ଧୋକାଦେଲେ ଉର୍ବଶୀ । ଏମିତି କିଛିକମେଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଉର୍ବଶୀଙ୍କ ନାମ କ୍ରିକେଟର ଋଷଭ ପନ୍ଥଙ୍କ ସହ ପୂର୍ବରୁ ଯୋଡି ଦିଆଯାଇଥିଲା । ଆଉ ଏବେ ସୋସିଆଲ ମିଡିଆ ସାଇଟ୍ସ ମାଧ୍ୟରେଏମାନେ ଲଢେଇ କରୁଥିବା ଦେଖାଯାଇଛି । ଏମାନଙ୍କ ଲଢେଇ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି ।

Share