୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଆସିଥିବା ତାଙ୍କର ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ଉକ୍ତ ଭିଡିଓରେ ତାଙ୍କର ଲୁକ୍ ସହ ଜବରଦସ୍ତ ମେକଅପ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ମେକ୍‌ଅପରେ ସେ ୨୨ କ୍ୟାରେଟ ସୁନା ବ୍ୟବହାର କରିଥିବା କୁହାଯାଉଛି । ନିକଟରେ ଅନୁଷ୍ଠିତ ହୋଇଥିବା ‘ଅରବ ଫ୍ୟାଶନ ୱିକ’ରେ ଶୋଷ୍ଟପର ବନିଥିଲେ ଉର୍ବଶୀ । ପ୍ରଥମ ବଲିଉଡ୍ ଅଭିନେତ୍ରୀ ଭାବେ ସେ ଏହି ଗୌରବ ପାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଏହି ଶୋଷ୍ଟପରରେ ଉର୍ବଶୀ ୨୨ କ୍ୟାରେଟ ସୁନାର ମେକଅପ୍ ନେଇଥିଲେ । ଆଉ ସେ ଏତେ ସୁନ୍ଦର ଦେଖାଯାଉଥିଲେ କି ଲକ୍ଷ ଲକ୍ଷ ଲୋଙ୍କ ମନ କିଣିଥିଲେ । ତାଙ୍କର ଏହି ଭିଡିଓ ଦେଖିବା ପରେ ବହୁ ସଂଖ୍ୟାରେ କମେଣ୍ଟସକୁ ଦେଖିଲେ ସହଜରେ ଅନୁମାନ କରାଯାଇ ପାରେ ଯେ ଅରବ ଫ୍ୟାଶନ ୱିକର ଶୋଷ୍ଟପର ହୋଇ ସେ ଇତିହାସ ରଚିଛନ୍ତି ।

Share