ଓ୍ବେବ୍‌ ସିରିଜ୍‌ରେ ଊର୍ମିଲା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏକ ଥ୍ରିଲର, ସସ୍‌ପେନ୍ସ ସିରିଜ୍‌ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍‌ ଦ ଟପ୍‌) ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ମା’ ଝିଅଙ୍କ ଜୀବନୀ କାହାଣୀ ଉପରେ ଏହା ଆଧାରିତ ହୋଇଥିବାବେଳେ ସିରିଏଲ୍‌ର ସଂଳାପ ଊର୍ମିଲାଙ୍କୁ ପସନ୍ଦ ଆସିଥିବା କାରଣରୁ ସେ ଏଥିରେ କାମ କରିବା ପାଇଁ ରାଜି ହୋଇଥିବା କହିଛନ୍ତି। ଫିଲ୍‌ମ ନିର୍ଦ୍ଦେଶକ ସୌରଭ ବର୍ମା ଏହାର ନିର୍ଦ୍ଦେଶନା ଦେବେ । ତେବେ ଏହି ସିରିଜ୍‌କୁ ଦର୍ଶକ ନିଜ ପରିବାର ସହ ଏକାଠି ବସି ଉପଭୋଗ କରିପାରିବେ ବୋଲି ସେ କହିଛନ୍ତି। ଦୀର୍ଘଦିନ ପରେ ଊର୍ମିଲା ପୁଣିଥରେ ମନୋରଞ୍ଜନ ଜଗତକୁ ଫେରିବାବେଳେ ୫ରୁ ୭ ବର୍ଷ ମଧ୍ୟରେ ସେ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମ ଅଫର୍‌ ରିଜେକ୍ଟ କରିଥିବା ଜଣାପଡ଼ିଛି।

Share