ସହରାଞ୍ଚଳ ପାନୀୟ ଜଳ ବିପଜ୍ଜନକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ପାନୀୟ ଜଳ ଯୋଗାଇ ଦେବା ପୂର୍ବରୁ ସେଗୁଡିକର ମାନ ବିଆଇଏସ୍‌(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାଡର୍‌ସ) କିମ୍ବା ଆଇଏସ୍‌ ୧୦୧୫୦୦:୧୫୦୦ ନିର୍ଦ୍ଧାରିତ ମାନକ ଅନୁସାରେ କରାଯାଉ ନାହିଁ। ଦୈନିକ ଯେତିକି ଜଳ ନମୁନା ସଂଗ୍ରହ କରାଯିବା କଥା ତାହା ମଧ୍ୟ ହେଉ ନାହିଁ। ଫଳରେ ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ବିନା ପରୀକ୍ଷା ନିରୀକ୍ଷାରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିଯୋଗୁ ବିଭିନ୍ନ ସହରାଞ୍ଚଳରେ ଲୋକମାନେ ଆମାଶୟ, ଆନ୍ତ୍ରିକ ଜ୍ୱର, ଜଣ୍ଡିସ, ହେପାଟାଇଟ୍‌ସ ଭଳି ଜଳବାହିତ ରୋଗର ଶିକାର ହେଉଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ସହରାଞ୍ଚଳ ପାନୀୟ ଜଳ ନମୁନା ପରୀକ୍ଷାରେ ହେଉଥିବା ଏଭଳି ଅନିୟମିତତାର ରହସ୍ୟ ଉନ୍ମୋଚନ କରିଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଦୂଷିତ ପାନୀୟ ଜଳ ପିଇ ୨୦୧୬ରୁ ୨୦୧୯ ମଧ୍ୟରେ ବାଲେଶ୍ୱର, ରାୟଗଡ଼ା, କୋରାପୁଟ ଏବଂ ପୁରୀ ସହରାଞ୍ଚଳରେ ୫୩,୮୭୩ ଜଣ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପୁରୀରେ ସର୍ବାଧିକ ୩୪,୬୯୧ ଜଣ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କୋରାପୁଟରେ ୧୨,୬୮୫, ରାୟଗଡ଼ାରେ ୬,୪୪୨ ଏବଂ ବାଲେଶ୍ୱରରେ ୫୫ ଜଣ ଲୋକ ଆକ୍ରନ୍ତ ହୋଇଛନ୍ତି। ରାଜ୍ୟରେ ଥିବା ଜଳ ବିଶୋଧନାଗାର (ଡବ୍ଲ୍ୟୁଟିଏଲ୍‌)ର ମୁଖ୍ୟକାର୍ଯ୍ୟ ହେଉଛି ନଳକୂପ ଏବଂ ଭୂପୃଷ୍ଠ ଜଳ ଉତ୍ସର ଗୁଣବତ୍ତାକୁ ବିଶ୍ଳେଷଣ କରିବା। ଏସ୍‌ଏସ୍‌ଏଲ୍‌ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ରାଜ୍ୟ ଡବ୍ଲ୍ୟୁଟିଏଲ୍‌ ସମସ୍ତ ୧୯ଟି ଡିଭିଜନରେ ଥିବା ସବୁ ସାଧାରଣ କୂପ(ପିଡବ୍ଲ୍ୟୁ) ଏବଂ ଭୂପୃଷ୍ଠ ଉତ୍ସ(ନଦୀ, ନାଳ, ପୋଖରି)ରୁ ବର୍ଷକୁ ଥରେ ଏବଂ ହ୍ୟାଣ୍ଡପମ୍ପ ନଳକୂପରୁ ବର୍ଷକୁ ୩ଥର ଜଳ ନମୁନା ସଂଗ୍ରହ କରିବା କଥା। ମାତ୍ର ୧୦ଟି ଜନସ୍ବାସ୍ଥ୍ୟ(ପିଏଚ୍‌) ଡିଭିଜନ ୨୦୧୮ ମାର୍ଚ୍ଚରୁ ୨୦୧୯ ମଧ୍ୟରେ ୧୧,୭୬୩ ଜଳ ନମୁନା ସଂଗ୍ରହ କରିଥିଲେ। ସିଏଜି ଅଡିଟ୍‌ ରିପୋର୍ଟରେ ଜାଣିବାକୁ ପାଇଛନ୍ତି ଯେ ପାନୀୟ ଜଳରେ ଫେନୋଲ, ଟର୍ବିଡିଟି, କଠିନତା, କ୍ଷାରୀୟତା, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ, ଆଲୁମିନିୟମ, କଲି ଫମ, ଇ-କୋଲି, ଏଫ୍‌ ଷ୍ଟ୍ରେପ୍ଟୋକୋକି ଇତ୍ୟାଦି ଥିବା ଯୋଗୁ ୨୦୧୯ ମାର୍ଚ୍ଚରେ ଡବ୍ଲ୍ୟୁଟିଏଲ୍‌ରେ ପରୀକ୍ଷା କରାଯାଇଥିବା ୭୬୨ ନମୁନା ବିଆଇଏସ୍‌ ସୀମା ବାହାରେ ରହିଥିଲା।
ପରୀକ୍ଷା ଯାଞ୍ଚ ହୋଇଥିବା ପିଏଚ୍‌ ଡିଭିଜନରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତା ଜାଣିବା ପାଇଁ ଅଡିଟ୍‌ ୭ଟି ପିଏଚ୍‌ ଅଧୀନରେ ଥିବା ୮ଟି ସହରାଞ୍ଚଳ ଭୁବନେଶ୍ୱର, ଚୌଦ୍ୱାରା, ରାୟଗଡ଼ା, ସୁନାବେଢ଼ା, କୋରାପୁଟ, ବାଲେଶ୍ୱର, ପୁରୀ ଏବଂ ବଲାଙ୍ଗୀରରେ ୩୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଥିଲା। ୨୦୧୯ ମାର୍ଚ୍ଚରୁ ୨୦୨୦ ମଧ୍ୟରେ ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଜଳ ପରୀକ୍ଷଣ ଲାବରେଟୋରିରେ ୧୬ରୁ ୧୭ ପାରାମିଟର (ଭୌତିକ, ରାସାୟନିକ, ଜୀବାଣୁ, କୀଟନାଶକ ଏବଂ ଧାତୁ ) ଆଧାରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ହୋଇଥିବା ୩୨ଟି ରିପୋର୍ଟରୁ ଉକ୍ତ ୮ଟି ସହରାଞ୍ଚଳର ୩୧ଟି ସ୍ଥାନରୁ ସଂଗ୍ରହ କରାଯାଇଥିବା ଜଳ ନମୁନା ୧ରୁ ୭ ପାରାମଟିରଗୁଡିକ ଉପରେ ବିଆଇଏସ୍‌ ସୀମା ବାହାରେ ରହିଛି। ଯାହାକି ଏହି ଜଳ ଅସୁରକ୍ଷିତ ବୋଲି ସିଏଜି ଦର୍ଶାଇଛନ୍ତି। ସେଥିରେ ଜଳ ନମୁନାଗୁଡ଼ିକରେ ଉଚ୍ଚ ଟର୍ବିଡିଟି ଥିବା ବେଳେ ଅତ୍ୟଧିକ ଆଇରନ, ଟୋଟାଲ କଲିଫର୍ମ(ଟିସି), ଫେଲିକାଲ କଲିଫର୍ମ, ଇ- କୋଲି, ମାଙ୍ଗାନିଜ, ଆଲୁମିନିୟମ, ନାଇଟ୍ରେଟ, କ୍ୟାଲସିୟମ, କଠିନତା, ମାଗ୍ନେସିୟମ ଏବଂ କ୍ଲୋରାଇଡ ଭଳି ବିଷାକ୍ତ ପଦାର୍ଥ ରହିଥିବା ଯୋଗୁ ତାହା ପାନୀୟ ଅନୁପଯୋଗୀ। ରାସାୟନିକ ପଦାର୍ଥ, ଜୀବାଣୁ ଏବଂ ଧାତୁ ଥିବାରୁ ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଆଦୌ ନିରାପଦ ନୁହେଁ ବୋଲି ସିଏଜି ରିପୋର୍ଟରେ କହିଛନ୍ତି। ଏହା ସତ୍ତ୍ୱେ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।
କେବଳ ସେତିକି ନୁହେଁ, ଜଳ ପରୀକ୍ଷଣ ଫଲ୍ଟକିଟ୍‌ ବ୍ୟବହାରରେ ମଧ୍ୟ ଅନିୟମିତିତା ଦେଖାଦେଇଛି। ୨୦୧୫ ଜାନୁୟାରୀରେ ପିଏଚଇଓ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅଶୋଧିତ ଜଳଗ୍ରହଣ ପଏଣ୍ଟରୁ ଆରମ୍ଭ କରି ବ୍ୟବହାରୀଙ୍କ ଟ୍ୟାପ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଜଳର ଗୁଣବତ୍ତା ପରୀକ୍ଷା ଏବଂ କ୍ଲୋରିନ ପଏଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ରାସାୟନିକ ପଦାର୍ଥର ମିଶ୍ରଣ ଉପରେ ବୈଜ୍ଞାନିକ ପ୍ରଣାଳୀରେ ପର୍ଯ୍ୟବେକ୍ଷଣ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ପିଏଚ୍‌ଇଓର ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଦୈନିକ ବ୍ୟବହାରକାରୀଙ୍କ ନିକଟରେ ୧୦ଟି ଜଳ ନମୁନା ଅର୍ଥାତ୍‌ ବର୍ଷକୁ ୩,୬୫୦ ନମୁନା ପରୀକ୍ଷା କରିବାର ଥିଲା। ମାତ୍ର ଦେଖାଗଲା ଯେ କଟକ, ରାୟଗଡ଼ା, କୋରାପୁଟ, ପୁରୀ ଏବଂ ବଲାଙ୍ଗୀର ଜନସ୍ବାସ୍ଥ୍ୟ ଡିଭିଜନ ଅଧୀନରେ ଥିବା ୬୦ଟି ବିଭାଗ ୬,୫୭୦୦୦ ନମୁନା ପରୀକ୍ଷା କରିବା ବଦଳରେ ମାତ୍ର ୧,୦୩,୯୬୬ ନମୁନା ପରୀକ୍ଷା କରିଛନ୍ତି। ଅର୍ଥାତ୍‌ ୮୪.୧୮ ପ୍ରତିଶତ ନମୁନା ପରୀକ୍ଷା କରାଯାଇ ନ ଥିଲା। ବଲାଙ୍ଗୀର ଡିଭିଜନକୁ ୬.୩୫ ଲକ୍ଷ ଟଙ୍କାର ଯନ୍ତ୍ରପାତି ଓ ରାସାୟନିକ ରିଏଜେଣ୍ଟଗୁଡିକର ସ୍ବଳ୍ପତା ସତ୍ତ୍ୱେ ସୁବର୍ଣ୍ଣପୁର ଓ ବିନିକା ଜନସ୍ବାସ୍ଥ୍ୟ ସଂସ୍ଥା ଜଳର କୌଣସି ପରୀକ୍ଷା କରି ନ ଥିଲେ। ଜନସ୍ବାସ୍ଥ୍ୟ ବିଭାଗ ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳର ଗୁଣବତ୍ତାକୁ ନିଶ୍ଚିତ କରିବାରେ ବିଫଳ ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri