Categories: ବାଣିଜ୍ୟ

ଟିକେଏମ୍‌ ପକ୍ଷରୁ ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୧୨।୯: ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନ୍ୟୁ ଟୟୋଟା ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଘୋଷିତ ହେବାକୁ ଥିବା ଟୟୋଟାର ଅତ୍ୟାଧୁନିକ ଅଫରର ଶ୍ରେଷ୍ଠ ୪ଟି ଗ୍ରେଡର ପ୍ରତିଯୋଗିତାମୂଳକ ମୂଲ୍ୟ ୧୫,୧୧,୦୦୦ରୁ ୧୮,୯୯,୦୦୦ଟଙ୍କା ମଧ୍ୟରେ ରହିଛି ବୋଲି ଜଣାପଡିଛି। ଜୁଲାଇ ପ୍ରାରମ୍ଭରେ ବ୍ରାଣ୍ଡ୍‌ ନ୍ୟୁ ଏସ୍‌ୟୁଭିର ବଜାର ପ୍ରବେଶ କରାଯାଇ ଏହାର ବୁକିଂ ମଧ୍ୟ ଘୋଷଣା କରାଯାଇଥିଲା।

ଏ ସମ୍ପର୍କରେ ଟୟୋଟା କିର୍ଲୋସ୍କର ମୋଟରର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପାଧ୍ୟକ୍ଷ ଅତୁଲ ସୁଦ କହିଛନ୍ତି, ଅର୍ବାନ କ୍ରୁଜର ହାଇରାଇଡର ପାଇଁ ଏଭଳି ପ୍ରତିକ୍ରିୟା ଗ୍ରହଣ କରି ଆମେ ପ୍ରକୃତରେ ବେଶ୍‌ ଆନନ୍ଦିତ ଏବଂ ଗୌରବାନ୍ବିତ। ଗ୍ରାହକମାନେ ଆମ ଉପରେ ନିଜର ବିଶ୍ୱାସ ଏବଂ ଆସ୍ଥା ପ୍ରକଟ କରିଛନ୍ତି। ଆମେ ଅର୍ବାନ୍‌ କ୍ରୁଜର ହାଇରାଇଡର ମୂଲ୍ୟକୁ ପର୍ଯ୍ୟାୟକ୍ରମେ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛୁ।

Share