ଏଲନ ମସ୍କଙ୍କ ମ୍ୟାନେମେଣ୍ଟ ଉପରେ ଅସନ୍ତୁଷ୍ଟ ହୋଇ ଏହି ଦେଶର ଶାସକ ଦଳ ଛାଡିଲା ଟୁଇଟର

ଲ୍‌ୟୁବ୍ଲୟାନା,୨୭ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଲାଗତାର ପରିବର୍ତ୍ତନ କରି ଚାଲିଛନ୍ତି । ଏଥିରେ ବ୍ଲୁ ଟିକକୁ ଶୁଳ୍କ ଆଧାରିତ ସହିତ ନିଲମ୍ବିତ ଆକାଉଣ୍ଟ ପାଇଁ ‘ସାମାନ୍ୟ କ୍ଷମା’ ଘୋଷଣା ଭଳି ବଡ ପରିବର୍ତ୍ତନ ସାମିଲ ରହିଛି । ଇତିମଧ୍ୟରେ ଏଲନ ମସ୍କଙ୍କ ମ୍ୟାନେଜମେଣ୍ଟ ଉପରେ ଅସନ୍ତୁଷ୍ଟ ହୋଇ ଏକ ଦେଶର ଶାସକ ଦଳ ଟୁଇଟର ଛାଡିବାକୁ ସ୍ଥିର କରିଛି ।
ସ୍ଲୋଭୋନିଆର ଶାସକ ଫ୍ରିଡମ ମୁଭମେଣ୍ଟ ପାର୍ଟି(ଗିବାନଜେ ସ୍ପୋବୋଡା, ଜିଏସ) ଶନିବାର କହିଛି ଭୁଲ ଖବର ଓ ଅଭଦ୍ର ଭାଷା ପ୍ରଚାର ପ୍ରସାର ପାଇଁ ସୋସିଆଲ ନେଟୱାର୍କର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହି ଦଳ ଟୁଇଟର ଛାଡିବାକୁ ନିଷ୍ପତ୍ତି ନେଇଛି । ଜିଏସ ଏକ ବୟାନରେ ଅରବପତି ଏଲନ ମସ୍କ ଟୁଇଟର ଅଧିଗ୍ରହଣ କରିବାକୁ ନେଇ କହିଛି, ‘ଟୁଇଟରର ନୂଆ ମାଲିକ ଓ ପ୍ରବନ୍ଧନର ବ୍ୟବହାର ଓ ଘୋଷଣାକୁ ଦେଖି ଆମେ ଆଶା କରୁଛୁ କି ଏହା ଅଭଦ୍ର ଓ ଦ୍ୱେଷପୂର୍ଣ୍ଣ ଭାଷା ପାଇଁ ଏହାର କବାଟ ଖୋଲି ଦେଇଛି ।’ ତେଣୁ ଏହି ଶାସକ ଦଳ ଟୁଇଟର ଛାଡିବାକୁ ନିଷ୍ପତ୍ତି ନେଇଛି ।

Share