କାଳବୈଶାଖୀ ତାଣ୍ଡବ: ଉପୁଡିଲା ଗଛ, ଯାତାୟାତ ବାଧାପ୍ରାପ୍ତ

ହିଞ୍ଜିଳିକାଟୁ,୨୭।୫(ଡି.ଏନ.ଏ.): ହିଞ୍ଜିଳିକାଟୁ ସମେତ ଆଖପାଖରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବିଜୁଳି ବର୍ଷା ହୋଇଛି। ଏହାର ପ୍ରଭାବରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଆରଏମସି ଓ ସିନେମାହଲ ଛକ ରାସ୍ତା ପ୍ବାର୍ଶରେ ଥିବା ବଡ ବଡ ଗଛ ଉପୁଡିପଡିଛି। ଫଳରେ ୫୯ ନଂ ଜାତୀୟ ରାଜପଥ ଅବରୋଧ ହେବା ସହ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଏନଏସି ହାଇସ୍କୁଲ ନିକଟରେ ରାସ୍ତା ଉପରେ ପଡ଼ିଥିବା ଗଛକୁ ଅଗ୍ନିଶମ ବାହିନୀ କର୍ମଚାରୀ କାଟିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି ହିଞ୍ଜିଳିକାଟୁ ବ୍ଳକର ଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଛୋଟ ବଡ ଗଛ ଉପୁଡିପଡିଥିବା ସୂଚନା ମିଳିଛି।