Categories: ବାଣିଜ୍ୟ

ଫୋନ୍‌ପେରେ ୟୁପିଆଇ ଲାଇଟ୍‌ ଫିଚର

ନୂଆଦିଲ୍ଲୀ,୬ା୫: ଫୋନ୍‌ପେ ନିଜ ଆପ୍‌ରେ ୟୁପିଆଇ ଲାଇଟ ଫିଚର ସାମିଲ କରିଥିବା ସମ୍ପର୍କରେ ଘୋଷଣା କରିଛି। ଏହି ଫିଚର ସହ ଗ୍ରାହକମାନେ ବିନା କୌଣସି ପିନ୍‌ ଏଣ୍ଟରକରି ସେମାନଙ୍କ ୟୁପିଆଇ ଲାଇଟ ଆକାଉଣ୍ଟରୁ ମାତ୍ର ଗୋଟିଏ କ୍ଲିକ୍‌ରେ ୨୦୦ଟଙ୍କାରୁ କମ୍‌ ମୂଲ୍ୟର ପେମେଣ୍ଟ କରିପାରିବେ। ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ସିଧାସଳଖ ଅନ୍‌ ଡିଭାଇସ୍‌ ୟୁପିଆଇ ଲାଇଟ ବାଲାନ୍ସ ଡେବିଟ୍‌ ହେବା ପରେ ସମ୍ପୂର୍ଣ୍ଣ ହୋଇଯିବ। ଏହାଦ୍ୱାରା ଗ୍ରାହକଙ୍କ ବ୍ୟାଙ୍କ (ରିମିଟର ବ୍ୟାଙ୍କ)ର ମୁଖ୍ୟ ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ବାସ୍ତବିକ ସମୟରେ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ପଡ଼ି ନ ଥାଏ। ଏହି ଟ୍ରାଞ୍ଜାକ୍ସନ ନିୟମିତ ୟୁପିଆଇ ଟ୍ରାଞ୍ଜାକ୍ସନ ତୁଳନାରେ ଶୀଘ୍ର କରାଯାଇପାରିବ। ସମସ୍ତ ପ୍ରମୁଖ ବ୍ୟାଙ୍କଗୁଡ଼ିକ ଫୋନପେ ରେ ୟୁପିଆଇ ଲାଇଟକୁ ସମର୍ଥନ କରନ୍ତି ଏବଂ ଦେଶର ସମସ୍ତ ୟୁପିଆଇ ବ୍ୟବସାୟୀ ଏବଂ କ୍ୟୁଆର୍‌ ଏହାକୁ ଗ୍ରହଣ କରନ୍ତି। ଏହି ଫିଚର ‘ଅନ୍‌-ଡିଭାଇସ୍‌’ ବାଲାନ୍ସ ମାଧ୍ୟମରେ ପରିଚାଳିତ ହୋଇଥାଏ। ଉପଭୋକ୍ତା ନିଜର ଫୋନ୍‌ପେ ଆପ୍‌ରେ ଏକ ସରଳ ପ୍ରକ୍ରିୟା ମାଧ୍ୟମରେ ଏହି ଫିଚରକୁ ତତ୍‌କ୍ଷଣାତ ସକ୍ରିୟ କରିପାରିବେ।

Share